ନିର୍ଭୟା ମାମଲାର ଚ଼ାରି ଜଣ ଦୋଷୀଙ୍କୁ ଆଜି ଫାଶୀ ହେଲା ନାହିଁ; କୋର୍ଟ ସ୍ଥଗିତାଦେଶ ଦେଲେ

ଦୋଷୀ ପୱନର ଓକିଲଙ୍କୁ କୋର୍ଟ ସମାଲୋଚ଼ନା କରି କହିଲେ: ‘‘ଆପଣ ନିଆଁ ସହିତ ଖେଳୁଛନ୍ତି । ଆପଣ ସତର୍କ ରହିବା ଉଚ଼ିତ । କାହାରି ଦ୍ୱାରା ଗୋଟିଏ ବି ଭୁଲ୍ ପଦକ୍ଷେପ ହେଲେ ଆପଣ ଜାଣନ୍ତି କଣ ପରିଣତି ହେବ ।’’

ନିର୍ଭୟା ମାମଲାର ଚ଼ାରି ଜଣ ଦୋଷୀଙ୍କୁ ଆଜି ଫାଶୀ ହେଲା ନାହିଁ; କୋର୍ଟ ସ୍ଥଗିତାଦେଶ ଦେଲେ
ନିର୍ଭୟା ମାମଲାର ଚ଼ାରି ଜଣ ଦୋଷୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଚ଼ାରି ଜଣ ଦୋଷୀଙ୍କୁ ଆଜି ସକାଳେ ହେବାକୁ ଥିବା ଫୀଶୀ ଦଣ୍ଡ ଉପରେ ଦିଲ୍ଲୀର ଏକ କୋର୍ଟ ଗତ କାତି ସ୍ଥଗିତାଦେଶ ଦେଇଥିବାରୁ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଫାଶୀ ଦଣ୍ଡକୁ ଘୁଞ୍ଚାଇ ଦିଆଯାଇଛି । ଚ଼ାରି ଜଣ ଦୋଷୀଙ୍କୁ ମଙ୍ଗଳବାର ସକାଳ ୬ ଟାରେ ଫାଶୀ ଦେବାର ସମୟ ସ୍ଥିର ହୋଇଥିଲା ।

ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ପାଖରେ ଜଣେ ଦୋଷୀ ପୱନ କୁମାର ଗୁପ୍ତାଙ୍କ ରାଜକ୍ଷମା ଆବେଦନ ବିଚ଼ାରାଧୀନ ଥିବାରୁ କୋର୍ଟ ଏହି ମାମଲାକୁ ଆଗାମୀ ସମୟ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ।

ଅତିରିକ୍ତ ସେସନସ୍‌ ଜଜ୍ ଧର୍ମେନ୍ଦ୍ର ରାଣା କହିଛନ୍ତି ଯେ ପୱନଙ୍କ ରାଜକ୍ଷମା ଆବେଦନ ବିଚ଼ାରାଧୀନ ଥିବାରୁ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରାଯାଇପାରିବ ନାହିଁ। ରାଷ୍ଟ୍ରପତିଙ୍କ ନିକଟରେ ଦୟା ଆବେଦନ ଲମ୍ବିତ ଥିବାରୁ ଫାଶୀକୁ ସ୍ଥଗିତ ରଖିବାକୁ ଅନୁରୋଧ କରି ପୱନ ସୋମବାର ଦେଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ପୱନର ଫାଶୀ ଦଣ୍ଡ ୱାରେଣ୍ଟ ଉପରେ ରହିତାଦେଶ ଦେବା ପାଇଁ ତା’ ତରଫରୁ ଆସିଥିବା ନୂଆ ନିବେଦନ ଉପରେ ରାୟ ସଂରକ୍ଷଣ ରଖି ବିଚ଼ାରପତି ଏହି କ୍ୟୁରେଟିଭ୍‌ ଓ ଦୟା ଆବେଦନ କରିବାରେ ଏତେ ବିଳମ୍ବ କରିଥିବାରୁ ପୱନର ଓକିଲଙ୍କୁ ସମାଲୋଚ଼ନା କରିଥିଲେ । ଏହା ପୂର୍ବରୁ ସୋମବାର ଦିନ ପୱନର କ୍ୟୁରେଟିଭ୍‌ ପିଟିସନକୁ ସୁପ୍ରିମ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ।

ଏହା ପୂର୍ବରୁ ଟ୍ରାଏଲ କୋର୍ଟ ମୃତ୍ୟୁ ୱାରେଣ୍ଟ ଉପରେ ରହିତାଦେଶ ପାଇଁ ପୱନ ଏବଂ ଅକ୍ଷୟ କୁମାର ସିଂ କରିଥିବା ଆବେଦନକୁ ଖାରଜ କରିଥିଲେ। ହେଲେ ପୱନର ଓକିଲ ଏ.ପି. ସିଂ କହିଥିଲେ ଯେ ସେ ଏକ ରାଜକ୍ଷମା ଆବେଦନ ଦେଇଛନ୍ତି ଓ ସେଥି ପାଇଁ ଫାଶୀ ଦଣ୍ଡର ୱାରେଣ୍ଟକୁ ସ୍ଥଗିତ ରଖିବାକୁ ହେବ । ଏହା ପରେ କୋର୍ଟ ତାଙ୍କୁ ମଧ୍ୟାହ୍ନ ଭୋଜନ ପରେ ଆସି ଏହି ମାମଲାରେ ତର୍କ ପେଶ୍‌ କରିବାକୁ କହିଥିଲେ।

ମଧ୍ୟାହ୍ନ ଭୋଜନ ପରେ ହୋଇଥିବା ଶୁଣାଣିରେ କୋର୍ଟ ସିଂଙ୍କୁ ସମାଲୋଚ଼ନା କରି କହିଥିଲେ: ‘‘ଆପଣ ନିଆଁରେ ଖେଳୁଛନ୍ତି । ଆପଣ ସତର୍କ ରହିବା ଉଚ଼ିତ । କାହାରି ଦ୍ୱାରା ଗୋଟିଏ ବି ଭୁଲ୍‌ ପଦକ୍ଷେପ ହେଲେ ଆପଣ ଜାଣନ୍ତି କଣ ପରିଣତି ହେବ ।’’

ଶୁଣାଣି ସମୟରେ ତିହାର ଜେଲ୍‌ କର୍ତ୍ତୃପକ୍ଷ କହିଥିଲେ ଯେ ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଅପେକ୍ଷାରେ ଥିବାରୁ ଏବେ ନିଷ୍ପତ୍ତି ନେବା କାମ ସରକାରଙ୍କର, ଆଉ ବିଚାରପତିଙ୍କର ଏବେ କୌଣସି ଭୂମିକା ନାହିଁ । ସେମାନେ କହିଥିଲେ ଯେ ରାଷ୍ଟ୍ରପତି ପୱନର ଦୟା ନିବେଦନ ଉପରେ ଜେଲରୁ ଏକ ଷ୍ଟାଟସ୍ ରିପୋର୍ଟ ମାଗିବେ ଓ ଏହା ହେବା ପର୍ଯ୍ୟନ୍ତ ଫାଶୀ ଦଣ୍ଡର ୱାରେଣ୍ଟ ସ୍ଥଗିତ ରହିବ ।
First published: March 2, 2020, 6:46 PM IST
corona virus btn
corona virus btn
Loading