କଫି ମୁଣ୍ଡବିନ୍ଧାର କାରଣ ହୋଇପାରେ!
News 18 Odia Digital
ନୂଆଦିଲ୍ଲୀ; ଚା ଭଳି କଫି ମଧ୍ୟ ଆମ ଜୀବନର ଏକ ଅଂଶ। ଦିନ ଆରମ୍ଭ କରିବା ପାଇଁ ଅଧିକାଂଶ ଲୋକେ ସକାଳେ କଫି ପିଅନ୍ତି । କଫିରେ ଥିବା କଫିନ୍ ସ୍ବାସ୍ଥ୍ୟ ପାଇଁ ଭଲ ବୋଲି ମନାଯାଏ । ସେଥିପାଇଁ ପରୀକ୍ଷା ସମୟରେ, ଯେତେବେଳେ କେତେକଙ୍କୁ ନିଦ ଲାଗେ , ସେତବେଳେ ସେମାନେ ନିଜକୁ ଜାଗ୍ରତ ରଖିବା ପାଇଁ କଫି ପିଅନ୍ତି । ଆପଣ ଜାଣିଛନ୍ତି କି ପ୍ରତିଦିନ ଚାରି କପ୍ କଫି ପିଇବା ଦ୍ୱାରା ମୁଣ୍ଡବିନ୍ଧାର କାରଣ ହୋଇପାରେ ? ହଁ, ତାହା ନିରାଟ ସତ! ନିକଟରେ ଏକ ଅଧ୍ୟୟନ ଦ୍ଵାରା ଜଣାପଡିଛି କରେ ଯେ କଫି କିପରି ମୁଣ୍ଡବିନ୍ଧାର କାରଣ ହୋଇପାରେ ।
ନ୍ୟୁଜ୍ ଟୁଡେ ମେଡିକାଲ୍ ରିପୋର୍ଟ ଅନୁଯାୟୀ, ଅଧିକ ପରିମାଣରେ କଫିନ୍ ମୁଣ୍ଡବିନ୍ଧାର କାରଣ ହୋଇଥାଏ । ପ୍ରତିଦିନ ୪୦୦ ଗ୍ରାମ କିମ୍ବା ୪ କପ୍ କଫି ପିଇବା ଦ୍ୱାରା ଏପରି ସମସ୍ୟା ହୋଇପାରେ । କେବଳ ସେତିକି ନୁହେଁ, ଯେଉଁମାନେ ଦୁଇ ସପ୍ତାହରୁ ଅଧିକ ସମୟ ପାଇଁ ୨୦୦ ଗ୍ରାମ ରୁ ଅଧିକ କଫିନ୍ ଖାଉଛନ୍ତି ସେମାନଙ୍କୁ ମାଇଗ୍ରେନ୍ ମଧ୍ୟ ହୋଇପାରେ । କିନ୍ତୁ ଯଦି ଆପଣ ତୁରନ୍ତ କଫି ଖାଇବା ବନ୍ଦ କରିବାକୁ ଚିନ୍ତା କରୁଛନ୍ତି, ତେବେ ପୁନର୍ବାର ଚିନ୍ତା କରନ୍ତୁ । ହଠାତ୍ କଫି ବନ୍ଦ କରିବା ମଧ୍ୟ ସମସ୍ୟା ସୃଷ୍ଟି କରିପାରେ, ତେଣୁ ଧୀରେ ଧୀରେ ଆପଣଙ୍କର ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଯଦି ଆପଣ ଏହାକୁ ପରିଚାଳନା କରିପାରିବେ, ମାଇଗ୍ରେନର ବିପଦ ମଧ୍ୟ ବହୁ ପରିମାଣରେ ହ୍ରାସ ପାଇବ ।
ମୁଣ୍ଡବିନ୍ଧାରୁ ରକ୍ଷା ପାଇବା ପାଇଁ କମ୍ କଫି ପିଅନ୍ତୁ
ମୁଣ୍ଡବିନ୍ଧା ଭଳି ପରିସ୍ଥିତିକୁ ଏଡାଇବା ପାଇଁ ଲୋକମାନେ ଅଧିକ କଫି ପିଇବା ଠାରୁ ଦୂରେଇ ରହିବା ଉଚିତ୍ । ଯେଉଁମାନେ ମାଇଗ୍ରେନ୍ ସମସ୍ୟା ସହ ସଂଘର୍ଷ କରୁଛନ୍ତି ସେମାନଙ୍କ ପାଇଁ କଫିର ମାତ୍ରା ହ୍ରାସ କରିବା ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି । ମୁଣ୍ଡବିନ୍ଧା ବ୍ୟତୀତ ଶରୀରରେ ଅଧିକ କଫିନ୍ ଯୋଗୁଁ ଅନ୍ୟାନ୍ୟ ସମସ୍ୟା ମଧ୍ୟ ହୋଇପାରେ । ଯେମିତି କି ଟେନସନ, ଚାପ,ଶୋଇବା ସମସ୍ୟା ଏବଂ ଖରାପ ଜୀବନଶୈଳୀ । ଯଦି ଆପଣ କଫିନ୍ ଛାଡିବା ପାଇଁ ଅଧିକ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।