କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଗୃହ ମନ୍ତ୍ରୀ ସର୍ଦ୍ଦାର ବୁଟା ସିଂଙ୍କ ନିଧନ
୨୧ ମାର୍ଚ୍ଚ ୧୯୩୪ ରେ ପଞ୍ଜାବର ଜଲନ୍ଦର ଜିଲ୍ଲାର ମୁସ୍ତାଫାପୁର ଗ୍ରାମରେଜନ୍ମ ହୋଇଥିବା ସର୍ଦ୍ଦାର ବୁଟା ସିଂ ୮ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ନିଜର ଦୀର୍ଘ ରାଜନୈତିକ ଯାତ୍ରା ସମୟରେ ସେ କେନ୍ଦ୍ର ଗୃହ ମନ୍ତ୍ରୀ, କୃଷି ମନ୍ତ୍ରୀ, ରେଳ ମନ୍ତ୍ରୀ ଓ ଭାରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରୀ ମଧ୍ୟ ଥିଲେ ।

ପୂର୍ବତନ କେନ୍ଦ୍ର ଗୃହ ମନ୍ତ୍ରୀ ସର୍ଦ୍ଦାର ବୁଟା ସିଂଙ୍କ ନିଧନ
- News18 Odia
- Last Updated: January 2, 2021, 11:29 AM IST
କଂଗ୍ରେସ ଦଳର ବରିଷ୍ଠ ନେତା ସର୍ଦ୍ଦାର ବୁଟା ସିଂଙ୍କୁ ଦଳିତଙ୍କ ମସିହା କୁହାଯାଉଥିଲା । ନେହେରୁ ଓ ଗାନ୍ଧୀ ପରିବାରର ଅତି ନିକଟତମ ସର୍ଦ୍ଦାର ବୁଟା ସିଂ ନିଜର ଦୀର୍ଘ ରାଜନୈତିକ ଯାତ୍ରା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ, କୃଷି ମନ୍ତ୍ରୀ, ରେଳମନ୍ତ୍ରୀ ଏବଂ କ୍ରୀଡ଼ା ମନ୍ତ୍ରୀ ଥିଲେ । ଏହା ସହିତ ସେ ବିହାରର ରାଜ୍ୟପାଳ ତଥା ଜାତୀୟ ଅନୁସୂଚିତ ଜାତି ଆୟୋଗର ଚେୟାରମ୍ୟାନ୍ ଭାବରେ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକ ପରିଚାଳନା କରିଥିଲେ ।
Shri Buta Singh Ji was an experienced administrator and effective voice for the welfare of the poor as well as downtrodden. Saddened by his passing away. My condolences to his family and supporters: PM Narendra Modi (file photo) https://t.co/DFBXUkWaOf pic.twitter.com/PHOgjOzIZc
— ANI (@ANI) January 2, 2021
୧୯୭୭ ମସିହାରେ ଯେତେବେଳେ ଜନତାଙ୍କ ଆକ୍ରୋଶ ଯୋଗୁଁ କଂଗ୍ରେସକୁ ଖରାପ ଭାବେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା । ସେତେବେଳେ କଂଗ୍ରେସ ପାର୍ଟି ସଂପୂର୍ଣ୍ଣ ଭାବେ ସଂକଟରେ ପଡ଼ିଥିଲା । ଏହା ପରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ସେ କଂଗ୍ରେସର ଏକମାତ୍ର ଜାତୀୟ ସାଧାରଣ ସମ୍ପାଦକ ଭାବରେ ସେ କଠିନ ପରିଶ୍ରମ କରିଥିଲେ ଓ ୧୯୮୦ ରେ ଦଳକୁ କ୍ଷମତାକୁ ଫେରାଇ ଆଣିବାରେ ବିଶେଷ ଅବଦାନ ରଖିଥିଲେ ।