ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜସୱନ୍ତ ସିଂ ୮୨ ବର୍ଷ ବୟସରେ ଦେହାନ୍ତ; ୬ ବର୍ଷ ଧରି ଅସୁସ୍ଥ ଥିଲେ

ବିଜେପିର ବରିଷ୍ଠ ନେତା ଜସୱନ୍ତ ସିଂ ଅଟଳ ବିହାରୀ ବାଜପେୟୀଙ୍କ (Atal Bihari Vajpayee) ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଜସୱନ୍ତ ସିଂଙ୍କ ମୃତ୍ୟୁରେ ନିଜର ସମବେଦନା ଜଣାଇଛନ୍ତି ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜସୱନ୍ତ ସିଂ ୮୨ ବର୍ଷ ବୟସରେ ଦେହାନ୍ତ; ୬ ବର୍ଷ ଧରି ଅସୁସ୍ଥ ଥିଲେ
ଜସୱନ୍ତ ସିଂ (ଫାଇଲ ଫଟୋ)
  • News18 Odia
  • Last Updated: September 27, 2020, 9:51 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜସୱନ୍ତ ସିଂଙ୍କ (Jaswant Singh) ଦେହାନ୍ତ ହୋଇଛି । ଗତ ୬ ବର୍ଷ ଧରି ଜସୱନ୍ତ ସିଂ ବହୁତ ଅସୁସ୍ଥ ଥିଲେ । ବରିଷ୍ଠ ବିଜେପି ନେତା ଜସୱନ୍ତ ସିଂ ଅଟଳ ବିହାରୀ ବାଜପେୟୀ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ରହି ସାରିଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଜସୱନ୍ତ ସିଂଙ୍କ ମୃତ୍ୟୁରେ ନିଜର ସମବେଦନା ଜଣାଇଛନ୍ତି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଜସୱନ୍ତ ସିଂଙ୍କ ମୃତ୍ୟୁକୁ ଟ୍ୱିଟ୍ କରି କହିଛନ୍ତି ଯେ 'ଜସୱନ୍ତ ସିଂ ଜୀ ଆମ ଦେଶକୁ କଠିନ ପରିଶ୍ରମ କରି ସେବା ଦେଇଥିଲେ, ପ୍ରଥମେ ସୈନିକ ଭାବରେ ଓ ପରେ ତାଙ୍କର ଦୀର୍ଘ ଦିନର ରାଜନୀତିରେ । ଅଟଳ ଜିଙ୍କ ସରକାର ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ପୋର୍ଟଫୋଲିଓ ପରିଚାଳନା କରିଥିଲେ ଏବଂ ଅର୍ଥ, ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାରରେ ଏକ ଦୃଢ଼ ଛାପ ଛାଡିଥିଲେ । ତାଙ୍କ ଦେହାନ୍ତରେ ମୁଁ ଦୁଃଖିତ।'





ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି, ରାଜନୀତି ଓ ସମାଜ ପ୍ରସଙ୍ଗରେ ତାଙ୍କର ଅନନ୍ୟ ଦୃଷ୍ଟିକୋଣ ପାଇଁ ଜସୱନ୍ତ ସିଂ ଜୀଙ୍କୁ ସ୍ମରଣ କରାଯିବ । ବିଜେପିକୁ ମଜବୁତ କରିବାରେ ସେ ତାଙ୍କର ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି । ମୁଁ ସର୍ବଦା ତାଙ୍କ ସହିତ ମୋର ବାର୍ତ୍ତାଳାପକୁ ମନେ ରଖିବି । ତାଙ୍କ ପରିବାର ଓ ସମର୍ଥକଙ୍କ ପ୍ରତି ସମବେଦନା । ଶାନ୍ତି ।

ଏହା ବି ପଢ଼ନ୍ତୁ | ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସବୁ ଠିକ୍ ଜାଗାରେ ନ ଥିଲେ, ତଥାପି ୯୯ ବର୍ଷ ଯାଏଁ ବଞ୍ଚିଲେ ମହିଳା

ଏହା ବି ପଢ଼ନ୍ତୁ | IPL: ଧୋନି ପୁଣି ଚାରି ନମ୍ବରରେ ବ୍ୟାଟିଂ ପାଇଁ ଆସିଲେନି; ସେହାଗ କହିଲେ - ‘ମୋଦୀଜୀ ଆପଣ କିଛି ବୁଝାନ୍ତୁ ତାକୁ’

ଜସୱନ୍ତ ସିଂଙ୍କ ମୃତ୍ୟୁରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଜନାଥ ସିଂ ଟ୍ୱିଟ୍ କରି ଲେଖିଛନ୍ତି ଭେଟେରାନ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଜସୱନ୍ତ ସିଂଙ୍କ ଦେହାନ୍ତରେ ଗଭୀର ଦୁଃଖିତ । ସେ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା ଅନେକ ସାମର୍ଥ୍ୟରେ ସହ ଦେଶ ସେବା କରିଥିଲେ । ସେ ନିଜକୁ ଏକ ପ୍ରଭାବଶାଳୀ ମନ୍ତ୍ରୀ ଓ ସାଂସଦ ଭାବରେ ପ୍ରତିଷ୍ଠିତ କରିପାରିଥିଲେ ।



୨୦୧୪ ରେ ମୁଣ୍ଡରେ ଆଘାତ ଲାଗିଥିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ
୭ ଅଗଷ୍ଟ ୨୦୧୪ ରେ ଜସୱନ୍ତ ସିଂ ବାଥରୁମରେ ପଡ଼ିଯାଇଥିଲେ ଓ ସେହି ସମୟରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ଆର୍ମି ରିସର୍ଚ୍ଚ ଓ ରେଫରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ କୋମାରେ ଥିଲେ ।
Published by: Jagdish Barik
First published: September 27, 2020, 9:50 AM IST
corona virus btn
corona virus btn
Loading