ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବାକୁ ହ୍ୱିଲ୍ ଚେୟାରରେ ଆସିଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବାକୁ ହ୍ୱିଲ୍ ଚେୟାରରେ ଆସିଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବାକୁ ହ୍ୱିଲ୍ ଚେୟାରରେ ଆସିଲେ ପୂର୍ବତନ ପ୍ରଧାନମନ୍ତ୍ରୀ

  • Share this:
News 18 Odia Digital
ନୂଆଦିଲ୍ଲୀ; ଆଜି ସଂସଦ ଏବଂ ରାଜ୍ୟସଭାରେ ଗୁପ୍ତ ମତଦାନ ଦ୍ୱାରା ଭାରତର ନୂତନ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା । ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦୌପଦୀ ମୁର୍ମୁ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ର ପ୍ରାର୍ଥିନୀ ହୋଇଥିବାବେଳେ ତାଙ୍କର ବିରୋଧୀ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ଯଶୱନ୍ତ ସିହ୍ନା । ସପକ୍ଷରେ ଥିବା ଭୋଟ ସଂଖ୍ୟାକୁ ଦେଖିଲେ ରାଷ୍ଟ୍ରପତି ପ୍ରାର୍ଥନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପ୍ରାୟ ସୁନିଶ୍ଚିତ ।


ପୂର୍ବତନ ପ୍ରଧାନମନ୍ତ୍ରୀ  ମନମୋହନ ସିଂଙ୍କୁ ୮୯ବର୍ଷ ହୋଇଥିଲେ ମଧ୍ୟ ସେ ଉତ୍କଣ୍ଠାର ସହ ଭୋଟ ଦେବାକୁ ସଂସଦ ଭବନରେ ଏକ ହ୍ୱିଲ ଚେୟାରରେ ପହଞ୍ଚିଥିଲେ ।  ଚାରିଜଣ ସରକାରୀ କର୍ମଚାରୀଙ୍କ ସହାୟତାରେ ମନମୋହନ ଭୋଟ୍ ଦେଇଥିଲେ ।



କଂଗ୍ରେସର ଅନେକ ନେତା ମନମୋହନ ସିଂଙ୍କ ଗଣତନ୍ତ୍ର ପ୍ରତି ଦାୟିତ୍ୱକୁ ପ୍ରଶଂସା କରିବା ସହ ଏହା ଅନେକଙ୍କ ପାଇଁ ପ୍ରେରଣା ବୋଲି ବର୍ଣ୍ଣନା କରିଛନ୍ତି ।  ଯୁବ କଂଗ୍ରେସ ସଭାପତି ବି.ଭି. ଶ୍ରୀନିବାସ ଟ୍ୱିଟ୍ କରି କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅସୁସ୍ଥତା ସତ୍ୱେ ନିଜର କର୍ତ୍ତବ୍ୟକୁ ଭୁଲି ନାହାନ୍ତି । ଏହାସହ ମନମୋହନଙ୍କର ଆରୋଗ୍ୟ ସହ ଦୀର୍ଘ ଜୀବନ କାମନା କରିଛନ୍ତି । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଭୋଟ୍ ସମୟ ଆରମ୍ଭ ହେବାର ପ୍ରଥମ ଘଣ୍ଟାରେ ଭୋଟ୍ ଦେଇଛନ୍ତି । ନିତିନ ଅଗ୍ରୱାଲ ତାଙ୍କ ଟ୍ୱିଟରେ କହିଛନ୍ତି ଯେ, ଡ ମନମୋହନ ସିଂ ଜୀ ସଂସଦରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଦେଇଛନ୍ତି । ଇତିହାସ ଆପଣଙ୍କୁ ସର୍ବଦା ଏକ ଦୂରଦୃଷ୍ଟି ସମ୍ପନ୍ନ ନେତା ଭାବରେ ରାଷ୍ଟ୍ର ନିର୍ମାଣରେ ଅତୁଳନୀୟ ଉତ୍ସର୍ଗୀକୃତ ମନେ ରଖିବ । ଆପଣ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଏବଂ ଦୀର୍ଘ ଜୀବନ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ । ମୁମ୍ବାଇ କଂଗ୍ରେସ ଆଇଟି ମୁଖ୍ୟ ଭୂଷଣ ପାଟିଲ ଏବଂ ଅନ୍ୟ ନେତାମାନେ ମଧ୍ୟ ଟୁଇଟ୍ କରି ମନମୋହନ ସିଂଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।​
Published by:Soubhagya Mishra
First published: