ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍

ରାଷ୍ଟ୍ରପତି ଭବନରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସହ ବର୍ତ୍ତମାନର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭେଟ୍ଟ ହୋଇଛି ।

ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍

ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍

  • Share this:
News 18 Odia Digital

ନୂଆଦିଲ୍ଲୀ; ରାଷ୍ଟ୍ରପତି ଭବନରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସହ ବର୍ତ୍ତମାନର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭେଟ୍ଟ ହୋଇଛି । ଶ୍ରୀମତୀ ପ୍ରତିଭା ପାଟିଲ ନୂଆ ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ତେବେ ଶ୍ରୀମତୀ ପାଟିଲଙ୍କ ସାଙ୍ଗରେ ତାଙ୍କ ଝିଅ ଜ୍ୟୋତି ରାଠୋର ମଧ୍ୟ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି । ଏଭଳି ବିରଳ ମୁହୂର୍ତ୍ତ ଆଜି ଦେଖିବାକୁ ମିଳିଛି । ୧୯ ଡିସେମ୍ବର ୧୯୩୪ ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀମତୀ ପ୍ରତିଭା ପାଟିଲ ଦେଶର ହୋଇଥିଲେ ୧୨ତମ ରାଷ୍ଟ୍ରପତି । ୨୫ ଜୁଲାଇ ୨୦୦୭ ରେ ଦେଶ ପାଇଥିଲା ପ୍ରଥମ ମହିଳା ରାଷ୍ଟ୍ରପତି । ସେ ୨୫ ଜୁଲାଇ ୨୦୧୨ ପର୍ଯ୍ୟନ୍ତ ସେବା କରିଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଥିବା ସହ ୨୦୦୪ ରୁ ୨୦୦୭ ପର୍ଯ୍ୟନ୍ତ ରାଜସ୍ଥାନର ୧୭ ତମ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ସମୟରେ ପ୍ରଧାନମନ୍ତ୍ରୀ ଥିଲେ ମନମୋହନ ସିଂ ।



ସେପଟେ ପଞ୍ଜାବ ଏବଂ ଚଣ୍ଡିଗଡ଼ର ରାଜ୍ୟପାଳ ବନୱାରିଲାଲ ପୁରୋହିତ , ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ, ବିହାରର ରାଜ୍ୟପାଳ ଫାଗୁ ଚୌହାନ ଏବଂ ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ର ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।



ସେହିପରି ଛତିଶଗଡର ରାଜ୍ୟପାଳ ଅନୁସୁୟା ଉଇକେ ଏବଂ ଓଡିଶାର ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ଆଜି ରାଷ୍ଟ୍ରପତି ଦ୍ରପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଗତକାଲି ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପ୍ରତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଭେଟି ଥିଲେ ।
Published by:Soubhagya Mishra
First published: