ଡ଼ ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥି; ସ୍ୱପ୍ନ ପୂରଣ କରିବାକୁ ଶିଖାଉଥିଲେ ମିଶାଇଲ ମ୍ୟାନ

ଆଜି ଡ଼ ଅବଦୁଲ କଲାମଙ୍କ ମୃତ୍ୟୁ ବାର୍ଷିକୀ । ଆସନ୍ତୁ ତାଙ୍କ ବିଷୟରେ କିଛି ବିଶେଷ ଜିନିଷ ଜାଣିବା । ଏହା ସହିତ ସ୍ୱପ୍ନକୁ କିପରି ଦେଖିବା ଏବଂ ପୂରଣ କରିବା କେବଳ କଲାମ ସାହେବଙ୍କ ଜୀବନୀରୁ ହିଁ ଶିଖିପାରିବେ ।

ଡ଼ ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥି; ସ୍ୱପ୍ନ ପୂରଣ କରିବାକୁ ଶିଖାଉଥିଲେ ମିଶାଇଲ ମ୍ୟାନ

ଡ଼ ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥି; ସ୍ୱପ୍ନ ପୂରଣ କରିବାକୁ ଶିଖାଉଥିଲେ ମିଶାଇଲ ମ୍ୟାନ

  • Share this:
News 18 Odia Digital

ନୂଆଦିଲ୍ଲୀ; ଦେଶର ପୂର୍ବତନ ରାଷ୍ଟ୍ରପତି ମିସାଇଲ୍ ମ୍ୟାନ୍ ଡ଼ ଏପିଜେ ଅବଦୁଲ କଲାମଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ 'ଭାରତ ରତ୍ନ' ପ୍ରଦାନ କରାଯାଇଛି । ଦେଶ ତାଙ୍କ ନିକଟରେ ସର୍ବଦା ଋଣୀ ରହିବ । ଏପିଜେ ଅବଦୁଲ କଲାମ ଜଣେ ମହାନ ବିଚାରକ, ଲେଖକ ଏବଂ ବୈଜ୍ଞାନିକ ଥିଲେ। ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ।
ଅବଦୁଲ କଲାମ ୨୭ ଜୁଲାଇ ୨୦୨୫ ରେ ମେଘାଳୟର ଶିଲୋଙ୍ଗରେ ମୃତ୍ୟୁ ବରଣ କରିଥିଲେ । ଆଜି ତାଙ୍କ ମୃତ୍ୟୁ ବାର୍ଷିକୀରେ, ଆସନ୍ତୁ ତାଙ୍କ ବିଷୟରେ କିଛି ବିଶେଷ ଜିନିଷ ଜାଣିବା । ଏହା ସହିତ ସ୍ୱପ୍ନକୁ କିପରି ଦେଖିବା ଏବଂ ପୂରଣ କରିବା କେବଳ କଲାମ ସାହେବଙ୍କ ଜୀବନୀରୁ ହିଁ ଶିଖିପାରିବେ ।



ଜୀବନର ସଂଗ୍ରାମରୁ ସଫଳତା ପର୍ଯ୍ୟନ୍ତ ଯାତ୍ରା

ଅବଦୁଲ କଲାମ ୧୫ ଅକ୍ଟୋବରରେ ତାମିଲନାଡୁର ରାମେଶ୍ୱରମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାର ଡଙ୍ଗା ତିଆରି କାମ କରୁଥିଲେ । କଲାମଙ୍କ ପିତା ମତ୍ସ୍ୟଜୀବୀଙ୍କୁ ଡଙ୍ଗା ଭଡା ଦେଉଥିଲେ । ପିଲାଦିନରୁ କଲାମଙ୍କ ଆଖି କିଛି ସ୍ଵତନ୍ତ୍ର ହେବା ପାଇଁ ସ୍ୱପ୍ନ ଦେଖିଥିଲା ​​। ତେବେ ସେତେବେଳେ ଅବସ୍ଥା ଏତେ ଭଲ ନଥିଲା । ସ୍କୁଲରୁ ଆସିବା ପରେ ସେ ତାଙ୍କ ବଡ଼ ଭାଇ ମୁସ୍ତାଫା କଲାମଙ୍କ ଦୋକାନରେ କିଛି ସମୟ ବସୁଥିଲେ, ଯାହା ରମେଶ୍ୱରମ୍ ରେଳ ଷ୍ଟେସନରେ ଥିଲା । ତା’ପରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭରେ ଟ୍ରେନ୍ ରମେଶ୍ୱରମ୍ ରେଳ ଷ୍ଟେସନରେ ଅଟକି ଯିବା ବନ୍ଦ କଲା, ସେତେବେଳେ ଚଳନ୍ତା ଟ୍ରେନ୍‌ରୁ ଖବରକାଗଜ ବଣ୍ଡଲଗୁଡ଼ିକୁ ଫୋପାଡି ଦିଆ ଯାଉଥିଲା । ସେହି ସମୟରେ ତାଙ୍କ ଭାଇ ଶ୍ୟାମସୁଦ୍ଦିନଙ୍କୁ ଜଣେ ଏଭଳି ବ୍ୟକ୍ତିର ଆବଶ୍ୟକ ଥିଲା, ଯିଏ ତାଙ୍କୁ ଘର ଘର ଖବରକାଗଜ ବିତରଣ କରିବାରେ ସାହାଯ୍ୟ କରିପାରିବେ । ସେତେବେଳେ କଲାମ ଏହି ଦାୟିତ୍ଵ ଗ୍ରହଣ କଲେ । ଯେତେବେଳେ ସେ ତାଙ୍କ ପିତାଙ୍କୁ ରମେଶ୍ୱରମରୁ ବାହାରକୁ ଯାଇ ପାଠ ପଢିବାକୁ କହିଲେ, ସେ କହିଥିଲେ ଯେ ଆମର ପ୍ରେମ ତତେ ବାନ୍ଧି ରଖିବ ନାହିଁ ଓ ଆମର ଆବଶ୍ୟକତା ମଧ୍ୟ ଅଟକାଇବ ନାହିଁ । ତୁମର ଶରୀର ଏହି ସ୍ଥାନରେ ତୁମର ଶରୀର ତ ରହିବ , କିନ୍ତୁ ତୁମର ମନ ନୁହେଁ ।



ଏହା ପରେ କଲାମ ଇଣ୍ଟର ମିଡ଼ିଏଟ ପଢ଼ିବା ପାଇଁ ୧୯୫୦ ମସିହାରେ ଟ୍ରିଚର ସେଣ୍ଟ ଜୋସେଫ କଲେଜରେ ନାମ ଲେଖାଇଲେ । ଏହା ପରେ ସେ ବି.ଏସସି ପଢା ଶେଷ କଲେ । ତା’ପରେ ହଠାତ୍ ସେ ଅନୁଭବ କଲେ ଯେ ତାଙ୍କୁ ବି.ଏସସି କରିବାର ନଥିଲା । ତାଙ୍କର ସ୍ୱପ୍ନ ଆଉ କିଛି ଥିଲା । ସେ ଜଣେ ଇଞ୍ଜିନିୟର ହେବାକୁ ଚାହୁଁଥିଲେ। ବିଏସସି କରିବା ପରେ, ସେ ସ୍ଥିର କଲେ ଯେ ବର୍ତ୍ତମାନ ସେ କୌଣସି ପ୍ରକାରେ ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂରେ ଆଡମିଶନ କରିବେ । କଲାମଙ୍କ ବିଶ୍ୱାସ ଏବଂ ପରିଶ୍ରମ ଯୋଗୁଁ ହିଁ ସେ ଶେଷରେ ଆଡମିଶନ କଲେ ​​। ସେହି ସମୟରେ ଏରୋନେଟିକାଲ୍ ଇଞ୍ଜିନିୟରିଂ ପାଇଁ ଦେୟ ୧୦୦୦ ଟଙ୍କା ଥିଲା । ଫିସ୍ ଦେବାକୁ, ତାଙ୍କ ବଡ଼ ଭଉଣୀ ତାଙ୍କର ଅଳଙ୍କାର ବନ୍ଧକ ରଖିଥିଲେ । ଆଉ ସେ ନିଜ ରୋଜଗାରରୁ ବନ୍ଧକ ଅଳଙ୍କାରରୁ ମୁକ୍ତ କରିବା ନେଇ ସ୍ଥିର କଲେ । ଏହା ପରେ ଅଧ୍ୟୟନ ଆରମ୍ଭ ହେଲା, କଲେଜରେ ସମୟ ଗଡିବା ସହିତ ବିମାନ ପ୍ରତି ତାଙ୍କର ଆଗ୍ରହ ବଢିବାକୁ ଲାଗିଲା । ବର୍ତ୍ତମାନ ପାଇଲଟ୍ ହେବାର ଚିନ୍ତା ତାଙ୍କ ହୃଦୟକୁ ଆସିଲା । ଯେତେବେଳେ ସେ ଇଞ୍ଜିନିୟରିଂ ପଢ଼ା ଶେଷ କଲେ, ତାଙ୍କ ସାମ୍ନାରେ ଦୁଇଟି ରାସ୍ତା ଥିଲା । ପ୍ରଥମେ ବାୟୁସେନାରେ ପାଇଲଟ୍ ହେବାର ସ୍ୱପ୍ନ କଲାମ ଦେଖିଥିବାବେଳେ ଦ୍ୱିତୀୟଟି ପ୍ରତିରକ୍ଷା ମନ୍ତ୍ରଣାଳୟରେ ବୈଜ୍ଞାନିକ ହେବା । କଲାମ ତାଙ୍କ ସ୍ୱପ୍ନକୁ ପ୍ରାଧାନ୍ୟ ଦେଇ ବାୟୁସେନାରେ ପାଇଲଟ ପଦବୀ ସାକ୍ଷାତକାର ପାଇଁ ଦକ୍ଷିଣ ଭାରତରୁ ଉତ୍ତର ଭାରତ ଯାଇଥିଲେ । ସାକ୍ଷାତକାରରେ କଲାମ ସାହେବ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଥିଲେ, କିନ୍ତୁ ଯେତେବେଳେ ସାକ୍ଷାତକାରର ଫଳାଫଳ ଆସିଲା, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ଜୀବନରେ ଆହୁରି କଷ୍ଟଦାୟକ ପରୀକ୍ଷା ବାକି ଅଛି । ଆଠ ଜଣ ଲୋକଙ୍କୁ ବଛା ଯାଇଥିଲା, ଆଉ କଲାମ ସାହେବଙ୍କ ସଂଖ୍ୟା ଥିଲା ନବମ ।

ସେ ବୁଝି ଯାଇଥିଲେ ଯେ ପରିସ୍ଥିତି କଷ୍ଟକର ହେବାକୁ ଯାଉଛି । କଲାମ ଦିଲ୍ଲୀ ଆସି ଗୋଟିଏ ସ୍ଥାନରେ ବୈଜ୍ଞାନିକ ଭାବରେ କାମ କରିବା ଆରମ୍ଭ କଲେ, ତା’ପରେ ତାଙ୍କର ମାସିକ ଦରମା ମାତ୍ର ଦୁଇଶହ ପଚାଶ ଟଙ୍କା ଥିଲା । ଏଠାରେ ସେ ବିମାନ ତିଆରିରେ କାମ କରୁଥିଲେ । ତାପରେ ତିନି ବର୍ଷ ପରେ ବାଙ୍ଗାଲୋରରେ 'ଏରୋନେଟିକାଲ୍ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ'ର କେନ୍ଦ୍ର ତିଆରି ହେଲା ଏବଂ ସେମାନଙ୍କୁ ଏହି କେନ୍ଦ୍ରକୁ ପଠାଗଲା । ଏହା ପରେ ତାଙ୍କୁ ଏକ ସ୍ୱଦେଶୀ ହାଭରକ୍ରାଫ୍ଟ କରିବାର ଦାୟିତ୍ବ ଦିଆଗଲା, ଯାହା ଅତ୍ୟନ୍ତ କଷ୍ଟକର ବୋଲି ବିବେଚନା କରାଯାଉଥିଲା । କିନ୍ତୁ କଲାମ ଏହାକୁ କରି ଦେଖାଇଥିଲେ । ସେ ଏବଂ ତାଙ୍କ ସହକର୍ମୀମାନେ ଏକ ହାଭରକ୍ରାଫ୍ଟରେ ପ୍ରଥମ ଉଡାଣ ଭରିଥିଲେ । ସେହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ କୃଷ୍ଣ ମେନନ୍ କଲାମଙ୍କୁ ବହୁତ ପ୍ରଶଂସା କରି କହିଥିଲେ ଯେ ବର୍ତ୍ତମାନ ଆହୁରି ଶକ୍ତିଶାଳୀ ବିମାନ ପ୍ରସ୍ତୁତ କରନ୍ତୁ । ସେ ଏହା କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ, କିନ୍ତୁ କୃଷ୍ଣ ମେନନଙ୍କୁ ତା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ହଟାଇ ଦିଆଗଲା ଏବଂ କଲାମ ତାଙ୍କୁ ଆଉ ପୁଣି ଥରେ କମାଲ କରି ଦେଖାଇ ପାରିଲେ ନାହିଁ ।

ନାସାରୁ ଫେରିବା ପରେ ତିଆରି କରିଥିଲେ ପ୍ରଥମ ସ୍ୱଦେଶୀ ଉପଗ୍ରହ 'ନାୟକ ଆପାଚେ'। ଏହା ପରେ କଲାମ " ଇଣ୍ଡିଆନ କମିଟି ଫର୍ ସ୍ପେସ ରିସର୍ଚ୍ଚ' ର ଏକ ସାକ୍ଷାତକାର ଦେଇଥିଲେ । ସେଠାରେ ତାଙ୍କର ସାକ୍ଷାତକାର ବିକ୍ରମ ସରାଭାଇ ନେଇଥିଲେ ଏବଂ ତାଙ୍କୁ ରକେଟ୍ ଇଞ୍ଜିନିୟର ଭାବରେ ଚୟନ କରାଯାଇଥିଲା । ସେହିଠାରୁ କଲାମଙ୍କ ସ୍ୱପ୍ନ ପୁରାଣ ନେଇ ଆଶା ମିଳିଲା । ତାଙ୍କୁ ନାସା ପଠାଯାଇଥିଲା । ନାସାରୁ ଫେରିବା ପରେ ଭାରତର ପ୍ରଥମ ରକେଟକୁ ଆକାଶ ପର୍ଯ୍ୟନ୍ତ ପହଞ୍ଚାଇବା ନେଇ ତାଙ୍କୁ ଦାୟିତ୍ଵ ମିଳିଲା । ସେ ମଧ୍ୟ ଏହି ଦାୟିତ୍ଵକୁ ସମ୍ପୂର୍ଣ୍ଣ ରୂପେ ପୂରଣ କରିଥିଲେ । ରକେଟ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ପରେ ଏହାର ଉଡ଼ାଣ ସମୟ ସ୍ଥିର କରାଯାଇଥିଲା, କିନ୍ତୁ ଉଡ଼ାଣ ପୂର୍ବରୁ ଏହାର ହାଇଡ୍ରୋଲିକ୍ ସିଷ୍ଟମରେ କିଛି ଲିକ୍ ଆରମ୍ଭ ହୋଇଥିଲା । ତା’ପର ଅସଫଳତାର ମେଘ ଘୋଟି ଆସିଲା, କିନ୍ତୁ କଲାମ ବର୍ଷିବାକୁ ଦେଲେନି । ଲିକ୍ ଠିକ୍ କରିବାକୁ ସମୟ ନ ଥିବାରୁ କଲାମ ଏବଂ ତାଙ୍କ ସହକର୍ମୀମାନେ ରକେଟ୍ କାନ୍ଧରେ ବୋହି ଏହାକୁ ଏପରି ଭାବରେ ସେଟ୍ କଲେ ଯେ ଯେପରି ଲିକ୍ ବନ୍ଦ ହୋଇଯିବ । କଲାମ ତାଙ୍କ କାନ୍ଧରେ କେବଳ ରକେଟ୍ ନେଇ ନଥିଲେ, ବରଂ ସେ ସେହି ଦାୟିତ୍ଵକୁ ନିଜ କାନ୍ଧ ଉପରକୁ ଉଠାଇଥିଲେ ଯାହା ତାଙ୍କୁ ନାସାରୁ ଫେରିବା ପରେ ଦିଆଯାଇଥିଲା । ତା’ପରେ ଭାରତର ପ୍ରଥମ ଉପଗ୍ରହ 'ନାୟକ ଆପାଚେ' ଆକାଶକୁ ଉଡାଣ ଭରିଲା । ରୋହିଣୀ ରକେଟ୍ ଉଡାଣ ଭରିଲା ଏବଂ ସ୍ୱଦେଶୀ ରକେଟ ଭାବରେ ସମଗ୍ର ବିଶ୍ୱରେ ଭାରତର ପରିଚୟ ସୃଷ୍ଟି ହୋଇଥିଲା ।
Published by:Soubhagya Mishra
First published: