ଇମ୍ରାନ ଖାନଙ୍କୁ ଝଟକା; ଅଯୋଗ୍ୟ ଘୋଷଣା କଲେ ପାକିସ୍ତାନ ନିର୍ବାଚନ ଆୟୋଗ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଉ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ପାକିସ୍ତାନର ନିର୍ବାଚନ ଆୟୋଗ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି।

ଇମ୍ରାନ ଖାନ (ପ୍ରତୀକାତ୍ମକ ଛବି)

ଇମ୍ରାନ ଖାନ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଉ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ପାକିସ୍ତାନର ନିର୍ବାଚନ ଆୟୋଗ ତୋଶଖାନା ମାମଲାରେ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ତୋସଖାନା ମାମଲାରେ ଅଭିଯୋଗ ପାଇବା ପରେ ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ଥିବା ସମୟରେ ମିଳିଥିବା ଉପହାର ସହ ଜଡିତ ତଥ୍ୟ ଲୁଚାଇ ରଖିବା ଓ ତୋଶଖାନାରୁ କାଢି କିଛି ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଥିଲା।

ଅକ୍ଟୋବର ୧୭ରେ, ପାକିସ୍ତାନର ଏକ ସ୍ୱତନ୍ତ୍ର ଅଦାଲତ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ତଥା ତାଙ୍କ ଦଳର ନେତାଙ୍କ ବିରୋଧରେ ନିଷିଦ୍ଧ ଆର୍ଥିକ ମାମଲା ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା। ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫଆଇଏ) ଗତ ସପ୍ତାହରେ ୬୯ ବର୍ଷୀୟ ଖାନ ଓ ତାଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ଅନ୍ୟ ବରିଷ୍ଠ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।  ଏଫ୍ଆଇଆର୍ ଅନୁଯାୟୀ, ୱଟନ୍ କ୍ରିକେଟ୍ ଲିମିଟେଡ୍ ମାଲିକ ଆରିଫ୍ ମାସୁଦ୍ ନାକଭି ଖାନଙ୍କ ପାର୍ଟି ନାମରେ ପଞ୍ଜୀକୃତ ହୋଇଥିବା ଏକ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଭୁଲ ଭାବରେ ଟ୍ରାନ୍ସଫର କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ୱରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦେଶର ସଂସଦ ଓ ପ୍ରାଦେଶିକ ବିଧାନସଭାର ୧୧ ଟି ଆସନକୁ ଉପ-ନିର୍ବାଚନରେ ​​ସର୍ବାଧିକ ସଂଖ୍ୟକ ଆସନ ଜିତିଛି। ଉପ-ନିର୍ବାଚନ ପାଇଁ ମତଦାନ ୧୬ ଅକ୍ଟୋବରରେ ହୋଇଥିଲା ଓ ମୁଖ୍ୟ ପ୍ରତିଦ୍ବନ୍ଦିତା ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) ଓ ଖାନଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମଧ୍ୟରେ ହୋଇଥିଲା। ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡିକ ସେମାନଙ୍କର ଲୋକପ୍ରିୟତା ପରୀକ୍ଷା କରିବାର ଏକ ସୁଯୋଗ ଥିଲା।
Published by:Soumya Das
First published: