ଭତ୍ତା ପାଉନାହାଁନ୍ତି ପୂର୍ବତନ ବିଧାୟକ: ଜୀବନ ବଞ୍ଚାଇଛି ରାସନ କାର୍ଡ

ଜେଠାଭାଇ ପେନସନ ନେଇ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଦୀର୍ଘ ସମୟ ଧରି ଲଢ଼ିବା ପରେ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଥିଲେ । ହେଲେ ତା ପରେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ଭତ୍ତା ମିଳିନାହିଁ।

ଦେଖନ୍ତୁ କିପରି ସଂଘର୍ଷ କରୁଛନ୍ତି ପୂର୍ବତନ ବିଧାୟକ

ଦେଖନ୍ତୁ କିପରି ସଂଘର୍ଷ କରୁଛନ୍ତି ପୂର୍ବତନ ବିଧାୟକ

  • Share this:
News18 Odia Digital

ଗୁଜୁରାଟ : ପୂର୍ବତନ ବିଧାୟକ ଜେଠାଭାଇ ରାଠୋଡ ପେନ୍‌ସନ୍‌ ପାଇଁ ସରକାରଙ୍କ ସାହାଯ୍ୟ ମାଗିଥିଲେ ବି ତାଙ୍କୁ ନ୍ୟାୟ ମିଳିନଥିଲା । ଶେଷରେ ତାଙ୍କୁ କୋର୍ଟକୁ ଯିବାକୁ ପଡିଲା । ହେଲେ ଆଶ୍ଚର୍ଯ୍ୟର କଥା ଏହା ଯେ, କୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ମଧ୍ୟ ସେ ପେନସନ ପାଇନାହାଁନ୍ତି । ଏବେ ସେ ବିପିଏଲ ରାସନ କାର୍ଡ ସାହାରାରେ ବଞ୍ଚିଛନ୍ତି। ଏମିତିକି ତାଙ୍କ ପୁଅମାନେ ପରିବାର ଚଳାଇବା ପାଇଁ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି ।

ଆପଣ ନିଶ୍ଚୟ ଦେଖିଥିବେ ଯେ ଆଜିକାଲି ସରପଞ୍ଚଙ୍କ ଠାରୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ନିଜସ୍ଵ ଗାଡି ଅଛି । କିଛି ନେତା ଛୋଟ କାର ଚଳାଉଥିବା ବେଳେ କେତେକଙ୍କର ମହଙ୍ଗା ବିଳାସପୂର୍ଣ୍ଣ କାର ଅଛି । କିଛି ବିଧାୟକ ଲକ୍ଷ ଲକ୍ଷ ବେତନ-ପେନସନ୍ ମଧ୍ୟ ଭୋଗ କରୁଛନ୍ତି । କିନ୍ତୁ ଗୁଜୁରାଟର ପୂର୍ବତନ ବିଧାୟକ ଜେଥାଭାଇ ରାଥୋଡଙ୍କ କାହାଣୀ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନା ତାଙ୍କର କିଛି ଭଲ ବେଶ ଭୂଷା କି ବିଳାସପୂର୍ଣ୍ଣ ଜୀବନ ଅଛି ନା ସରକାରଙ୍କ ଠାରୁ କିଛି ସାହାଯ୍ୟ ମିଳିଛି ।

ଗୁଜରାଟର ସାବରକାଂଠା ଜିଲ୍ଲାର ଏକ ଛୋଟ ଗାଁ ଟେୱଡାର ବାସିନ୍ଦା ଜେଠାଭାଇ ରାଠୋଡ କଂଗ୍ରେସ ଠାରୁ ୧୭,୦୦୦ ଭୋଟ ବ୍ୟବଧାନରେ ସ୍ଵାଧୀନ ଭାବରେ ୧୯୬୭ ମସିହାରେ ଖେଡ଼ବ୍ରହ୍ମାରେ ବିଧାନସଭାକୁ ମନୋନୀତ ହୋଇଥିଲେ । ସେତେବେଳେ ସେ ନିଜ ସାଇକେଲରେ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ବୁଲି ପ୍ରଚାର କରିଥିଲେ ।

ସେଠାକାର ଜନତା କୁହନ୍ତି ଯେ ଜେଠାଭାଇ ବିଧାୟକ ହେବା ପରେ ମଧ୍ୟ ସେହି ସମୟରେ ସରକାରୀ ବସ୍ ଯୋଗେ ଖେଡ଼ବ୍ରହ୍ମାରୁ ଗାନ୍ଧିନଗର ଯାତାୟତ କରୁଥିଲେ । ପାଞ୍ଚ ବର୍ଷ ମଧ୍ୟରେ, ସ୍ଥାନୀୟ ଅଞ୍ଚଳ ସମେତ ସମସ୍ତ ସଭାରେ ସାଇକେଲ ଯୋଗେ ଯାତ୍ରା କରୁଥିବା ଏହି ବିଧାୟକ ଜନସାଧାରଣଙ୍କ ସୁଖ ଏବଂ ଦୁଃଖରେ ସାଥିରେ ଥିଲେ । ତଥାପି ସରକାରଙ୍କ ତରଫରୁ ସେ କୌଣସି ସହାୟତା ପାଇ ନାହାଁନ୍ତି ।

ଜେଠାଭାଇ ପେନସନ ନେଇ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଦୀର୍ଘ ସମୟ ଧରି ଲଢ଼ିବା ପରେ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଥିଲେ । ହେଲେ ତା ପରେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ଭତ୍ତା ମିଳିନାହିଁ । ତାଙ୍କର ପରିବାର କହିଲେ ପତ୍ନୀ ଏବଂ ପାଞ୍ଚ ପୁଅ । ସେମାନେ ଶ୍ରମିକ ଭାବରେ କାମ କରି ପରିବାର ପ୍ରତିପୋଷଣ କରନ୍ତି । ରାସନ କାର୍ଡ ଉପରେ ପୁରା ପରିବାର ନିର୍ଭର କରନ୍ତି । ଲୋକମାନେ କୁହନ୍ତି ଯେ, ବିଧାୟକ ଥିବା ସମୟରେ ଯିଏ ଖରାପ ସମୟରେ ଜନସାଧାରଣଙ୍କ ଲୁହ ପୋଛିଥିଲେ, ଆଜି ତାଙ୍କ ଲୁହ ପୋଛିବାକୁ କେହି ନାହାଁନ୍ତି । ଏବେ ପୁରା ପରିବାର ସେମାନଙ୍କୁ ସାହାଯ୍ୟ କରିବାକୁ ସରକାରଙ୍କ ନିକଟରେ ନିବେଦନ କରୁଛନ୍ତି ।

ବର୍ତ୍ତମାନ, ସରପଞ୍ଚ ବି ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି। ଜଣେ ବିଧାୟକଙ୍କ ଏକ ମାସର ଦରମା ୨ ଲକ୍ଷରୁ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ | ଏଭଳି ପରିସ୍ଥିତିରେ, ୫ ବର୍ଷ କାର୍ଯ୍ୟକାଳରେ ପ୍ରାୟ ୧୨ କୋଟି ଟଙ୍କା ରୋଜଗାର କରାଯାଇଥାଏ । କିନ୍ତୁ ଗୁଜରାଟର ଏହି ପୂର୍ବତନ ବିଧାୟକ ଜେଠାଭାଇ ରାଠୋଡଙ୍କ ଦୁଃଖଦ ଅବସ୍ଥାକୁ ଦେଖିଲେ ମନରେ ଅନେକ ପ୍ରଶ୍ନ ଆସେ ।
Published by:Soubhagya Mishra
First published: