News18 Odia Digital
Sharad Yadav Death: ଜେଡିୟୁର (JDU) ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କ (Sharad Yadav) ଦେହାନ୍ତ ହୋଇଛି। ଶରଦ ଯାଦବଙ୍କ ଝିଅ ଏ ବିଷୟରେ ସୂଚନା ଦେଇଛନ୍ତି। ମୃତ୍ୟୁ ସମୟରେ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।
ଶୁଭାସିନୀ ତାଙ୍କ ଟ୍ୱିଟରେ ସୂଚନା ଦେଇ ଲେଖିଛନ୍ତି, ‘‘ପାପା ଆଉ ନାହାଁନ୍ତି।’’ ସେ ଗୁରୁଗ୍ରାମର ଫୋର୍ଟିଜ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଫୋର୍ଟିସ୍ ହସ୍ପିଟାଲ ଏକ ବୟାନରେ କହିଛି ଯେ ଶରଦ ଯାଦବଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା। ତାଙ୍କ ଭିତରେ କୌଣସି ପଲ୍ସ କାମ କରୁନଥିଲା। ସମସ୍ତ ଚେଷ୍ଟା ସତ୍ତ୍ବେ ତାଙ୍କୁ ବଞ୍ଚାଇ ପାରିଲୁନି। ସେ ରାତି ୧୦.୧୯ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପରିବାର ପ୍ରତି ଆମର ସମବେଦନା।
ମଧ୍ୟପ୍ରଦେଶର ହୋଶଙ୍ଗାବାଦର ଏକ ଗାଁରେ ଜଣେ କୃଷକ ପରିବାରରେ ୧୯୪୭ ଜୁଲାଇ ୧ରେ ଜନ୍ମଗ୍ରହଣ କରିଥିବା ଶରଦ ଯାଦବ ଜଣେ ଜଣାଶୁଣା ନେତା ଥିଲେ। ସଂସଦରେ ହେଉ କିମ୍ବା ସାଧାରଣ ସଭାରେ ସେ ସର୍ବଦା ନିଜର ମତ ଖୁଲମଖୁଲା ରଖୁଥିଲେ। ସେ ଜଣେ ତୃଣମୂଳ ସ୍ତରର ନେତା ଥିଲେ, ଯିଏକି ଡକ୍ଟର ରାମ ମନୋହର ଲୋହିଆଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଜଣେ ସକ୍ରିୟ ଯୁବ ନେତା ଭାବରେ ଅନେକ ଆନ୍ଦୋଳନରେ ଭାଗ ନେଇଥିଲେ। ଆନ୍ଦୋଳନ ସହିତ ତାଙ୍କର ସ୍ଥିତି ମଧ୍ୟ ବୃଦ୍ଧି ପାଇବାରେ ଲାଗିଥିଲା।
୧୯୭୪ରେ ପ୍ରଥମ ଥର ସାଂସଦ ହୋଇଥିଲେ୧୯୭୪ରେ ପ୍ରଥମ ଥର ପାଇଁ ସେ ମଧ୍ୟପ୍ରଦେଶର ଜବଲପୁର ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ଏହା ଜେପି ଆନ୍ଦୋଳନର ସମୟ ଥିଲା ଏବଂ ଜେପି ଦ୍ୱାରା ହାଲଦାର କିସାନ ଭାବରେ ମନୋନୀତ ହୋଇଥିବା ସେ ପ୍ରଥମ ପ୍ରାର୍ଥୀ ଥିଲେ। ୧୯୭୭ ମସିହାରେ ସେ ସମାନ ଲୋକସଭା ଆସନରୁ ନିର୍ବାଚନରେ ଜିତିଥିଲେ। ସେତେବେଳେ ସେ ଯୁବ ଜନତା ଦଳର ସଭାପତି ଥିଲେ। ସେ ୧୯୮୬ ମସିହାରେ ପ୍ରଥମ ଥର ପାଇଁ ରାଜ୍ୟସଭାରେ ପହଞ୍ଚିଥିଲେ। ତା’ପରେ ୧୯୮୯ରେ, ସେ ୟୁପିରେ ଥିବା ବଦାଉଂ ଲୋକସଭା ଆସନରୁ ନିର୍ବାଚନରେ ଜିତି ତୃତୀୟ ଥର ପାଇଁ ସଂସଦରେ ପହଞ୍ଚିଥିଲେ। ୧୯୮୯-୧୯୯୦ ମସିହାରେ ସେ ଭିପି ସିଂ ସରକାରରେ ବୟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟରେ କେନ୍ଦ୍ର ମନ୍ତ୍ରୀ ଥିଲେ।
ଲାଲୁ, ମୁଲାୟମ ସହିତ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେଲାଲୁ ପ୍ରସାଦ ଯାଦବ, ମୁଲାୟମ ସିଂ ଯାଦବଙ୍କ ସହିତ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ଜଣେ ଇଞ୍ଜିନିୟର ମଧ୍ୟ ଥିଲେ। ୧୯୭୧ ମସିହାରେ, ତାଙ୍କର ଇଞ୍ଜିନିୟରିଂ ଅଧ୍ୟୟନ ସମୟରେ, ସେ ମଧ୍ୟପ୍ରଦେଶର ଜବଲପୁର ଇଞ୍ଜିନିୟରିଂ କଲେଜରେ ଛାତ୍ର ସଙ୍ଗଠନର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ଛାତ୍ର ରାଜନୀତି ସହିତ ସେ ଅଧ୍ୟୟନରେ ମଧ୍ୟ ଅଗ୍ରଣୀ ଥିଲେ ଏବଂ BE (ସିଭିଲ୍) ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅଧ୍ୟୟନରେ ଭଲ ଥିଲେ ମଧ୍ୟ ତାଙ୍କ ଜୀବନରେ ରାଜନୈତିକ ଚିନ୍ତାଧାରା ଦୃଢ଼ ରହିଥିଲା। ଏହି କାରଣରୁ ସାଧାରଣ ଜନତାଙ୍କ ପାଇଁ କିଛି କରିବାକୁ ଇଚ୍ଛା ହେତୁ ସେ ରାଜନୀତିକୁ ତାଙ୍କର ଲକ୍ଷ୍ୟ କରିଥିଲେ।
ମୃତ୍ୟୁ ଶୋକ ପ୍ରକାଶ କଲେ ପିଏମ ମୋଦି (Narendra Modi)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଶରଦ ଯାଦବଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତି କରି ଏକ ଟ୍ବିଟ କରିଛନ୍ତି।
ଲୋକସଭା ବାଚସ୍ପତି ଓମ ବିର୍ଲା ଦୁଃଖ ପ୍ରକାଶ କରିଛନ୍ତିବରିଷ୍ଠ ରାଜନେତା, ପୂର୍ବତନ ସାଂସଦ ଶରଦ ଯାଦବଙ୍କ ଦେହାନ୍ତରେ ଲୋକସଭା ବାଚସ୍ପତି ଓମ ବିର୍ଲା ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ‘‘ସେ ଜଣେ ଅସାଧାରଣ ପ୍ରତିଭା ସହିତ ଜଣେ ମହାନ ସମାଜବାଦୀ ନେତା ଥିଲେ। ବଞ୍ଚିତ ତଥା ଶୋଷଣର ଯନ୍ତ୍ରଣା ଦୂର କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କ ମୃତ୍ୟୁ ସମାଜବାଦୀ ଆନ୍ଦୋଳନ ପାଇଁ ଏକ ବଡ଼ କ୍ଷତି ପରିବାର ସଦସ୍ୟଙ୍କୁ ମୋର ସମବେଦନା।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।