ଇଡିର ବଡ଼ କର୍ଯ୍ୟାନୁଷ୍ଠାନ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବ ଏମଡି ଚନ୍ଦା କୋଚରଙ୍କ ୭୮କୋଟିର ସମ୍ପତ୍ତି ଜବତ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଏବଂ ଏମଡି ଚନ୍ଦା କୋଚର ଓ ତାଙ୍କ ପରିବାର ଉପରେ ବଡ଼ ପଦକ୍ଷେପ ନେଇଛନ୍ତି । ଇଡି ତାଙ୍କର ୭୮କୋଟିର ସମ୍ପତ୍ତି ଜବତ କରିଛି ।

ଇଡିର ବଡ଼ କର୍ଯ୍ୟାନୁଷ୍ଠାନ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବ ଏମଡି ଚନ୍ଦା କୋଚରଙ୍କ ୭୮କୋଟିର ସମ୍ପତ୍ତି ଜବତ
ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ତଥା ଏମଡି ଚନ୍ଦା କୋଚର
  • News18 Odia
  • Last Updated: January 10, 2020, 7:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଏବଂ ଏମଡି ଚନ୍ଦା କୋଚର ଓ ତାଙ୍କ ପରିବାର ଉପରେ ବଡ଼ ପଦକ୍ଷେପ ନେଇ ତାଙ୍କର ମୁମ୍ବାଇସ୍ଥିତ ଫ୍ଲାଟ ଏବଂ ସ୍ବାମୀ ଦୀପକ କୋଚରଙ୍କ କମ୍ପାନୀର କିଛି ସମ୍ପତ୍ତି ଜବତ କରିଛି । ଏହି ସମ୍ପତ୍ତିର ପରିମାଣ ୭୮ କୋଟି ବୋଲି ଜଣାପଡ଼ିଛି । ୨୦୧୨ରେ ଚନ୍ଦା କୋଚରଙ୍କ ବିରୋଧରେ ଆଇସିଆଇସିଆଇ ବ୍ୟାଙ୍କରୁ ଭିଡିଓକନ୍ ଗୃପକୁ ମିଳିଥିବା ୩,୨୫୦ କୋଟି ଟଙ୍କାର ଋଣ ମାମଲାରେ କରାଯାଇଛି ବୋଲି ଜଣାପଡ଼ିଛି ।

ଚନ୍ଦା କୋଚରଙ୍କ ଉପରେ ନିଜର ସ୍ବାମୀଙ୍କୁ ଆର୍ଥିକ ଫାଇଦା ଦେବାନେଇ ନିଜ ପଦର ଦୁରୁପୋଯୋଗ କରିଥିବାର ଅଭିଯୋଗ ରହିଛି । ମିଡିଆ ରିପୋର୍ଟ ଅନୁସାରେ ଆଇସିଆଇସିଆଇ ବ୍ୟାଙ୍କ ଭିଡିଓକନ୍ ଗୃପକୁ ୩,୨୫୦ କୋଟିର ଏକ ଲୋନ ଦେଇଥିଲା । ତେବେ ଭିଡିଓକନ୍ ଗୃପ ଏହି ଲୋନର ୮୬ ପ୍ରତିଶତ ପାଖାପାଖି ୨୮୧୦ କୋଟି ଟଙ୍କା ପରିଶୋଧ କରିନାହିଁ । ୨୦୧୭ରେ ଏହି ଲୋନକୁ ଏନପିଏ (ନନ ପରଫରମିଂ ଆସେଟ)ରେ ପକାଇଦିଆଯାଇଥିଲା ।

ଭିଡିଓକନ୍ ଗୃପର ଚେୟାରମ୍ୟାନ ବେଣୁଗୋପାଳ ଧୁତ ୨୦୧୦ରେ ୬୪ କୋଟି ଟଙ୍କା ନିଉପାଓ୍ବାର ରିଭ୍ୟୁଏବଲ୍ସ ପାଓ୍ବାର ଲିମିଟେଡକୁ ଦେଇଥିଲେ । ଏହି କମ୍ପାନୀକୁ ଧୁତ ଦୀପକ କୋଚର ଏବଂ ଅନ୍ୟ ୨ ବନ୍ଧୁ ବାନ୍ଧବଙ୍କ ସହିତ ମିଶି ତିଆରି କରିଥିଲେ । ଚନ୍ଦା କୋଚରଙ୍କ ସ୍ବାମୀ ଦୀପକଙ୍କ ସମେତ ତାଙ୍କ ପରିବାର ସଦସ୍ୟମାନଙ୍କୁ ଲୋନ ପାଇଥିବା ଲୋକଙ୍କ ତରଫରୁ ଆର୍ଥିକ ଫାଇଦା ପହଞ୍ଚାଯାଇଛି ।

ଚନ୍ଦା କୋଚର ଭାରତୀୟ ବ୍ୟାଙ୍କିଂ ସେକ୍ଟର ଉପରେ ପୁରୁଷମାନଙ୍କର ଥିବା ଏକଛତ୍ର ରାଜକୁ ଭାଙ୍ଗିଥିବାବେଳେ ପୁରା ବିଶ୍ବର ବ୍ୟାଙ୍କିଂ ସେକ୍ଟରରେ ନିଜର ଅଲଗା ପରିଚୟ ତିଆରି କରିଥିଲେ । ସେ ମ୍ୟାନେଜମେର୍ଟ ଟ୍ରେନୀରୁ ନିଜର କ୍ୟାରିଅର ପ୍ରାରମ୍ଭ କରିଥିଲେ । ଧୀରେ ଧୀରେ ପଦୋନ୍ନତି ପାଇ ଆଇସିଆଇସିଆଇ ବ୍ୟାଙ୍କରର ସିଇଓ ହୋଇଥିଲେ । ଫୋର୍ବର୍ସ ମ୍ୟାଗାଜିନ ତାଙ୍କୁ ଦୁନିଆର ସବୁଠାରୁ ଶକ୍ତିାଶାଳୀ ମହିଳାଙ୍କ ସୂଚୀରେ ସାମିଲ କରିଥିଲା । ତେବେ ଲୋନ ବିବାଦରେ ସେ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ ।
First published: January 10, 2020, 7:12 PM IST