ଜେଡିୟୁରେ ଯୋଗ ଦେଲେ ପୂର୍ବତନ DGP ଗୁପ୍ତେଶ୍ୱର ପାଣ୍ଡେ; ସିଏମ୍ ନୀତୀଶ କୁମାର ଦେଲେ ସଦସ୍ୟତା

Bihar Assembly Election 2020: ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କୁ (DGP Gupteshwar Pandey) ପାଟନାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସିଏମ ନୀତୀଶ କୁମାର (CM Nitish Kumar) ଜେଡିୟୁର ସଦସ୍ୟତା ପ୍ରଦାନ କରିଛନ୍ତି । ପୂର୍ବ ଡିଜିପି ପାଣ୍ଡେ କିଛି ଦିନ ପୂର୍ବରୁ VRS ନେଇଥିଲେ ।

ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଜେଡିୟୁରେ ଯୋଗ ଦେଲେ

ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଜେଡିୟୁରେ ଯୋଗ ଦେଲେ

  • News18 Odia
  • Last Updated :
  • Share this:
News18 Odia Digital
ପାଟନା: ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ (DGP Gupteshwar Pandey) ଆଜି ଜନତା ଦଳ ୟୁନାଇଟେଡ (JDU) ରେ ଯୋଗ ଦେଇଛନ୍ତି । ସିଏମ ନୀତୀଶ କୁମାର (CM Nitish Kumar) ତାଙ୍କୁ ପାଟନାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଦଳର ସଦସ୍ୟତା ଦେଇଥିଲେ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଚାକିରିରୁ ସ୍ବେଚ୍ଛାକୃତ ଅବସର (VRS) ନେଇଥିବା ଗୁପ୍ତେଶ୍ୱର ପାଣ୍ଡେ ଗତ କିଛି ଦିନ ହେବ ଜେଡିୟୁରେ ଯୋଗଦେବାକୁ କଳ୍ପନାଜଳ୍ପନା କରା ଯାଉଥିଲା । ଏଥି ସହ ରାଜନୈତିକ କରିଡରରେ ମଧ୍ୟ ଆଲୋଚନା ହୋଇଥିଲା ଯେ ସେ ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି । କିନ୍ତୁ ଆଜି ଯେତେବେଳେ ସେ JDU ର ସଦସ୍ୟତା ନେଇଥିଲେ ସେତେବେଳେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଥିଲା ।

ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ରାଜନୀତିରେ ଯୋଗ ଦେବାକୁ ନେଇ ଦୀର୍ଘ ଦିନ ଧରି କଳ୍ପନା ଜଳ୍ପନା ଲଗାଯାଉଥିଲା । ଶନିବାର ଏହି କଳ୍ପନାଜଳ୍ପନାରୁ ପରଦା ହଟାଯାଇଥିଲା ଯେତେବେଳେ ସେ ହଠାତ୍ ପାଟନାର ଜେଡିୟୁ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାକୁ ଯାଇଥିଲେ । ସେବେଠାରୁ ପାଣ୍ଡେଙ୍କ ଜେଡିୟୁ ଯିବା କଥା ତୀବ୍ର ହୋଇଥିଲା । ତେବେ ସେହି ସମୟରେ ସେ କେଉଁ ଦିନ ଜେଡିୟୁରେ ଯୋଗଦେବେ ତାହା ସ୍ଥିର ହୋଇନଥିଲା । ଗଣମାଧ୍ୟମର ଆଲୋଚନାକୁ ନେଇ ସେତେବେଳେ ପୂର୍ବତନ ଡିଜିପି ଏପରି କଥାକୁ ଅସ୍ୱୀକାର କରିଥିଲେ ।

ନୀତୀଶଙ୍କୁ ଭେଟିବା ପରେ ଗୁପ୍ତେଶ୍ୱର ପାଣ୍ଡେ ଲୋକସଭା ଉପ-ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏହାକୁ ନେଇ ପାଣ୍ଡେ ମଧ୍ୟ କୌଣସି ପ୍ରକାର ସମ୍ଭାବନାକୁ ଅସ୍ୱୀକାର କରିଥିଲେ । ପାଣ୍ଡେ କହିଥିଲେ ଯେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସେ କୌଣସି ପ୍ରକାର ରଣନୀତି ପ୍ରସ୍ତୁତ କରିନାହାଁନ୍ତି । ତେବେ ସେ ନିଶ୍ଚିତ ଭାବରେ ସିଏମ ନୀତୀଶ କୁମାରଙ୍କ ପ୍ରଶଂସା କରିବାକୁ ପଛାଉନଥିଲେ । ଡିଜିପି ପଦରୁ ଅବସର ନେଇଥିବା ପୂର୍ବତନ ଆଇପିଏସ୍ ଅଧିକାରୀ କହିଥିଲେ ଯେ ନୀତୀଶ କୁମାର ତାଙ୍କୁ ସ୍ୱାଧୀନ ଭାବରେ କାମ କରିବାକୁ ଦେଇଥିଲେ, ତେଣୁ ସେ ତାଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଜେଡିୟୁ କାର୍ଯ୍ୟାଳୟକୁ ଯାଇଥିଲେ । କିନ୍ତୁ ରବିବାର ସକାଳେ ଏପରି ଖବର ଆସିଥିଲା ଯେ ଗୁପ୍ତେଶ୍ୱର ପାଣ୍ଡେ ସନ୍ଧ୍ୟା ସୁଦ୍ଧା ଜେଡିୟୁର ସଦସ୍ୟତା ଗ୍ରହଣ କରିବେ ।
Published by:Jagdish Barik
First published: