News18 Odia Digital
NT Rama Rao's Daughter Death: ଟିଡିପି ପ୍ରତିଷ୍ଠାତା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ସିଏମ ଏନଟି ରାମା ରାଓ (ଏନଟିଆର) ଙ୍କ ଝିଅ ଉମା ମହେଶ୍ୱରୀଙ୍କର ଦେହାନ୍ତ ହୋଇଛି।
ସୋମବାର ତାଙ୍କୁ ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ପୋଷ୍ଟମର୍ଟମ ପାଇଁ ପୋଲିସ ମୃତଦେହକୁ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ପଠାଇଛି।
ଧାରା ୧୭୪ CrPC (ଆତ୍ମହତ୍ୟା ବିଷୟରେ ଅନୁସନ୍ଧାନ ଓ ରିପୋର୍ଟ କରିବାକୁ ପୋଲିସ) ଅଧୀନରେ ଏକ ମାମଲା ରୁଜୁ ହୋଇଛି,। ବର୍ତ୍ତମାନ ଏହି ମାମଲାକୁ ନେଇ ତଦନ୍ତ ଚାଲିଛି। ତେଲୁଗୁ ଦେଶମ ପାର୍ଟି (ଟିଡିପି) ପ୍ରତିଷ୍ଠାତା ଏନଟି ରାମା ରାଓଙ୍କ ୧୨ ଜଣ ପିଲାଙ୍କ ମଧ୍ୟରୁ ଉମା ମହେଶ୍ୱରୀ ସାନ ଥିଲେ।
କୁହାଯାଉଛି ଯେ ମହେଶ୍ୱରୀ ଗତ କିଛି ମାସ ଧରି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଓ ଚିକିତ୍ସିତ ହେଉଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସେ ତାଙ୍କ ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ୍ୟୁ ସମୟରେ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା।
ଯେତେବେଳେ ଉମା ମହେଶ୍ୱରୀଙ୍କ ଝିଅ, ଜ୍ବାଇଁ ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପାଇ ନ ଥିଲେ, ସେମାନେ ଭିତରୁ ତାଲା ପଡ଼ିଥିବା କୋଠରୀର କବାଟ ଭାଙ୍ଗିଥିଲେ। ଅଧିକାରୀ କହିଛନ୍ତି ଯେ ସେମାନେ ମହେଶ୍ୱରୀଙ୍କ ମୃତଦେହକୁ ରଶିରେ ଝୁଲୁଥିବାର ଦେଖିଥିଲେ। ଉଦାସୀନତା କାରଣରୁ ସେ ଏହି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ପ୍ରାଥମିକ ଅନୁସନ୍ଧାନରୁ ଉକ୍ତ ଅଧିକାରୀ କହିଛନ୍ତି।
ପରିବାର ସଦସ୍ୟ ତାଙ୍କ ବାସଭବନରେ ପହଞ୍ଚନ୍ତିପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଦଗ୍ଗୁବତୀ ପୁରନ୍ଦେଶ୍ୱରୀ ଓ ନାରା ଭୁବନେଶ୍ୱରୀ ତାଙ୍କ ଭଉଣୀ। ନାରା ଭୁବନେଶ୍ୱରୀ ଟିଡିପି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ପତ୍ନୀ। ଚନ୍ଦ୍ରବାବୁ ନାଇଡୁ, ତାଙ୍କ ପୁଅ ନାରା ଲୋକେଶ ଓ ପରିବାରର ଅନ୍ୟ ସଦସ୍ୟମାନେ ମହେଶ୍ୱରୀଙ୍କ ବାସଭବନରେ ପହଞ୍ଚିଛନ୍ତି। ଉମା ମହେଶ୍ୱରୀଙ୍କ ଭାଇ ଏନ ବାଲକ୍ରିଷ୍ଣା, ଟଲିଉଡର ଅଭିନେତା ତଥା ଟିଡିପି ବିଧାୟକ। ସେପଟେ ବିଦେଶରେ ରହୁଥିବା ଅନ୍ୟ ପରିବାର ସଦସ୍ୟଙ୍କୁ ଉମା ମହେଶ୍ୱରୀଙ୍କ ଦେହାନ୍ତ ସମ୍ପର୍କରେ ସୂଚନା ଦିଆଯାଇଛି।
ଉମା ମହେଶ୍ୱରୀ NTRଙ୍କ ସାନ ଝିଅଏନଟି ରାମା ରାଓ ଜଣେ ଭାରତୀୟ ଅଭିନେତା, ଚଳଚ୍ଚିତ୍ର ନିର୍ମାତା ଓ ରାଜନେତା ଥିଲେ। ସେ ତିନି ବର୍ଷ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୧୯୯୬ରେ ତାଙ୍କ ଦେହାନ୍ତ ହୋଇଥିଲା।
ଏନଟିଆରଙ୍କ ୧୨ ସନ୍ତାନ ଥିଲେ। ଆଠ ପୁଅ ଓ ଚାରି ଝିଅ। ଉମା ମହେଶ୍ୱରୀ ଚାରି ଝିଅଙ୍କ ମଧ୍ୟରୁ ସାନ ଥିଲେ। ନିକଟରେ ଉମା ମହେଶ୍ୱରୀଙ୍କ ଝିଅଙ୍କ ବିବାହରେ ଅନେକ ପରିବାର ସଦସ୍ୟ ଏକାଠି ହୋଇଥିଲେ। ଅଭିନେତା ତଥା ପୂର୍ବତନ ମନ୍ତ୍ରୀ ଏନ ହରିକୃଷ୍ଣଙ୍କ ସମେତ NTRଙ୍କ ତିନି ପୁଅଙ୍କର ମଧ୍ୟ ନିଧନ ହୋଇସାରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।