ସଡ଼କ ଦୁର୍ଘଟଣା; ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ଦେହାନ୍ତ

ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ଦେହାନ୍ତ ହୋଇଛି । ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ସଡକ ଦୁର୍ଘଟଣା ମୁମ୍ବାଇ ନିକଟ ପାଲଘରରେ ଘଟିଛି ।

ସଡ଼କ ଦୁର୍ଘଟଣା; ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ଦେହାନ୍ତ

ସଡ଼କ ଦୁର୍ଘଟଣା; ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ଦେହାନ୍ତ

  • News18 Odia
  • Last Updated :
  • Share this:
News 18 Odia Digital

ମୁମ୍ୱାଇ; ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ଦେହାନ୍ତ ହୋଇଛି । ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ସଡକ ଦୁର୍ଘଟଣା ମୁମ୍ବାଇ ନିକଟ ପାଲଘରରେ ଘଟିଛି । ଦୁର୍ଘଟଣା ପରେ ମିସ୍ତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ସାଇରସ୍ ମିସ୍ତ୍ରୀଙ୍କ କାର ରୋଡ୍ ଡିଭାଇଡର୍ ସହିତ ଧକ୍କା ହୋଇଥିଲା । ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ପାଲଘରର ଚୋରାଟି ଅଞ୍ଚଳରେ ଘଟିଛି । ମର୍ସିଡିଜ୍ କାର୍ ଡିଭାଇଡରକୁ ଧକ୍କା ଦେଇଥିଲା । କୁହାଯାଉଛି ଯେ ଜଣେ ମହିଳା ଗାଡି ଚଳାଉଥିଲେ ଏବଂ କାରରେ ଚାରି ଜଣ ଲୋକ ଥିଲେ । ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ଥିବା ସୂର୍ଯ୍ୟ ନଦୀ ଉପରେ ଥିବା ବ୍ରିଜ ଉପରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ରାତି ପ୍ରାୟ ୩.୩୦ ସମୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ସମ୍ପର୍କରେ ଏପର୍ଯ୍ୟନ୍ତ ତମାମ ସୂଚନା ମିଳିପାରି ନାହିଁ । ଘଟଣାର ସମ୍ପୂର୍ଣ୍ଣ ବିବରଣୀ କେବଳ ସରକାରୀ ବିବୃତ୍ତି ପରେ ଜଣା ପଡିବ ।

ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ସାଇରସ୍ ମିସ୍ତ୍ରୀ ଜଣେ କରୋଡପତି ପରିବାରରୁ ଜନ୍ମ ହୋଇଥିବା ବେଳେ ସେ ଦେଶର ଜଣେ ଜଣାଶୁଣା ବ୍ୟବସାୟୀ ତଥା ଶିଳ୍ପପତି ଥିଲେ । ସେ ଟାଟା ଗ୍ରୁପ୍ ମୁଖ୍ୟ ରତନ ଟାଟାଙ୍କ ସମ୍ପର୍କୀୟ ମଧ୍ୟ । ତାଙ୍କର ଜଣେ ଭଉଣୀ ରତନ ଟାଟାଙ୍କ ସାବତ ଭାଇ ନୋଏଲ୍ ଟାଟାଙ୍କୁ ବିବାହ କରିଥିଲେ ।

ସାଇରସଙ୍କ ସହ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ଭାପି ଡାକ୍ତରଖାନାକୁ ପଠାଯାଇଛି ।

ସାଇରସ୍ ପଲୋନଜୀ ମିସ୍ତ୍ରୀ ଜଣେ ବ୍ୟବସାୟୀ ଥିଲେ, ଯିଏ ୨୮ ଡିସେମ୍ବର ୨୦୧୨ ରେ ଟାଟା ଗ୍ରୁପ୍ ର ଚେୟାରମ୍ୟାନ୍ ହୋଇଥିଲେ । ପରେ, ୨୪ ଅକ୍ଟୋବର ୨୦୧୬ ରେ, ଟାଟା ଗ୍ରୁପ୍ ସାଇରସ୍ ମିସ୍ତ୍ରୀଙ୍କୁ ଚେୟାରମ୍ୟାନ୍ ପଦରୁ ହଟାଇଥିଲା।
Published by:Soubhagya Mishra
First published: