Big Breaking: IPL 2020 ରେ କମେଣ୍ଟ୍ରି କରୁଥିବା ଏହି କିମ୍ବଦନ୍ତୀ ଖେଳାଳିଙ୍କର ଦେହାନ୍ତ ହେଲା

ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଡିନ୍ ଜୋନ୍ସଙ୍କ (Dean Jones dies ) ମୁମ୍ବାଇରେ ଦେହାନ୍ତ, ହୃଦଘାତରେ ମୃତ୍ୟୁ ବରଣ କଲେ ।

Big Breaking: IPL 2020 ରେ କମେଣ୍ଟ୍ରି କରୁଥିବା ଏହି କିମ୍ବଦନ୍ତୀ ଖେଳାଳିଙ୍କର ଦେହାନ୍ତ ହେଲା
ହୃଦଘାତରେ ଡିନ୍ ଜୋନ୍ସଙ୍କର ମୃତ୍ୟୁ
  • News18 Odia
  • Last Updated: September 24, 2020, 4:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ନିଜର ଚମତ୍କାର ବ୍ୟାଟିଂ ଓ ଅବସର ପରେ ନିଜର କମେଣ୍ଟ୍ରି ପାଇଁ ଜଣାଶୁଣା ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ଦେହାନ୍ତ ହୋଇଛି । ମୁମ୍ବାଇରେ ଡିନ୍ ଜୋନ୍ସ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଡିନ୍ ଜୋନ୍ସ ଷ୍ଟାର ସ୍ପୋର୍ଟସର କମେଣ୍ଟ୍ରି ଦଳର ଏକ ଅଂଶ ଥିଲେ ଓ ଆଇପିଏଲରେ କମେଣ୍ଟ୍ରି କରୁଥିଲେ । ଡିନ୍ ଜୋନ୍ସଙ୍କ ମୃତ୍ୟୁର କାରଣ ହେଉଛି ହୃଦଘାତ ଓ ତାଙ୍କୁ ମୃତ୍ୟୁ ବେଳକୁ ମାତ୍ର ୫୯ ବର୍ଷ ହୋଇଥିଲା ।

ଆଇପିଏଲ୍ ୨୦୨୦ ରେ ମୁମ୍ବାଇରୁ ଷ୍ଟାର୍ ସ୍ପୋର୍ଟସ୍ ପାଇଁ ଡିନ୍ ଜୋନ୍ସ କମେଣ୍ଟ୍ରି କରୁଥିଲେ । କମେଣ୍ଟ୍ରି ଜଗତରେ ଡିନ୍ ଜୋନ୍ସ ଏକ ଲୋକପ୍ରିୟ ନାମ । ସେ ପ୍ରଫେସର ଡିନୋ ନାମରେ ମଧ୍ୟ ଜଣାଶୁଣା । ମେଲବୋର୍ଣ୍ଣରେ ଜନ୍ମିତ ଡିନ୍ ଜୋନ୍ସ ଅଷ୍ଟ୍ରେଲିଆ ପାଇଁ ୫୨ଟି ଟେଷ୍ଟ ମ୍ୟାଚ୍ ଖେଳି ହାରାହାରି ୪୬.୫୫ ରେ ୩୬୩୧ ରନ୍ ସ୍କୋର କରିଥିଲେ । ଡିନ୍ ଜୋନ୍ସଙ୍କ ଶ୍ରେଷ୍ଠ ସ୍କୋର ୨୧୬ ଥିଲା । ଜୋନ୍ସ ୧୧ଟି ଶତକ ହାସଲ କରିଥିଲେ ଓ ଅଧିନାୟକ ଆଲେନ୍ ବର୍ଡରଙ୍କ ପ୍ରିୟ ବ୍ୟାଟ୍ସମ୍ୟାନ ମାନଙ୍କ ମଧ୍ୟରୁ ଜଣେ ଥିଲେ ।

ଡିନ୍ ଜୋନ୍ସ ଅଷ୍ଟ୍ରେଲିଆ ପାଇଁ ୧୬୪ ଟି ODI ଖେଳିଥିଲେ, ଯେଉଁଥିରେ ସେ ୬୦୬୮ ରନ୍ ସ୍କୋର କରିଥିଲେ । ODI ରେ ଜୋନ୍ସ ୭ଟି ଶତକ ଓ 46 ଅର୍ଦ୍ଧଶତକ ହାସଲ କରିଥିଲେ ।
Published by: Jagdish Barik
First published: September 24, 2020, 4:32 PM IST
corona virus btn
corona virus btn
Loading