ଶିକାରୀ ଚିତାକୁ ଧରିବାକୁ ହାତୀକୁ ତାଲିମ ଦେଲା ବନ ବିଭାଗ; ଉତ୍ତର ପ୍ରଦେଶରେ ଆଲୋଡ଼ନ

ଉତ୍ତର ପ୍ରଦେଶରେ ଏକ ରକ୍ତମୁଖା ଚିତାକୁ ଧରିବାକୁ ବନ ବିଭାଗର ନୂଆ ପ୍ରୟାସ କରି ତିନୋଟି ହାତୀଙ୍କୁ ତାଲିମ ଦେଇଛି । ଚିତା ବୁଲୁଥିବା ଇଲାକାରେ ତଲାସ କରିବେ ଏଇ ୩ ହାତୀ । ହାତୀ ଉପରେ ବସିଥିବା ବନ କର୍ମଚାରୀ ଚିତାକୁ ଦେଖିବା ମାତ୍ରେ ଟ୍ରାଙ୍କୁଲାଇଜ୍‌ କରିବେ । ପିଲାମାନଙ୍କ ସୁରକ୍ଷା ପାଇଁ ଦାବି କରିଛି ଅଭିଭାବକ ସଂଘ ।

ଶିକାରୀ ଚିତାକୁ ଧରିବାକୁ ହାତୀକୁ ତାଲିମ ଦେଲା ବନ ବିଭାଗ; ଉତ୍ତର ପ୍ରଦେଶରେ ଆଲୋଡ଼ନ
ଉତ୍ତର ପ୍ରଦେଶରେ ହାତୀମାନେ ଫଳ ଖାଉଥିବାର ଫୋଟ
  • News18 Odia
  • Last Updated: January 6, 2020, 10:48 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜନୋର ଜିଲ୍ଲାରେ ଶିକାରୀ ଚିତାବାଘକୁ ନେଇ ଭୟର ବାତାବରଣ । ରକ୍ତମୁଖା ସାଜିଥିବା ଚିତା ଏଯାବତ୍ ୫ ଜଣଙ୍କୁ ମାରି ସାରିଲାଣି । ବାହାରକୁ ବାହାରିବାକୁ ଭୟ କରୁଛନ୍ତି ଲୋକେ ।

ଶିକାରୀ ଚିତାକୁ ଧରିବାକୁ ବାରମ୍ବାର ଉଦ୍ୟମ କରି ବିଫଳ ହେବା ପରେ ବନ ବିଭାଗ ଏବେ ନୂଆ ଉପାୟ ଆପଣାଇଛି । ଏନେଇ ୩ଟି ହାତୀଙ୍କୁ ଦେଇଛି ତାଲିମ । ଚିତା ବୁଲୁଥିବା ଅଞ୍ଚଳରେ ହାତୀଙ୍କୁ ଛଡ଼ାଯିବ । ସେମାନେ ଚିତାର ସନ୍ଧାନ କରି କାବୁ କରିବେ । ଏଭଳି ଘଟଣା ଏବେ ତମାମ ଉତ୍ତର ପ୍ରଦେଶ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।

ଜଣେ ବନ ଅଧିକାରୀଙ୍କ କହିବା ଅନୁସାରେ, ‘ତଲାସ କରିବା ପାଇଁ ହାତୀମାନଙ୍କୁ ତାଲିମ ଦିଆଯାଉଛି ଏବଂ ହାତୀ ଉପରେ ତଲାସି ଅଭିଯାନରେ ଯେଉଁ ବନ କର୍ମଚାରୀ ବସିବେ, ସେ ଚିତାକୁ ଦେଖିବା ମାତ୍ରେ ଟ୍ରାଙ୍କୁଲାଇଜ୍‌ କରିବେ’ ।

ବନ ଅଧିକାରୀ ଏମ. ସେମରନ୍‌ କହିଛନ୍ତି, ‘ଆମେ ଏହି ଅଭିଯାନରେ ତାଲିମକୁ ଆହୁରି ଉତ୍ତମ କରିବାକୁ ଏକ ଏନ୍‌ଜିଓ ସଂସ୍ଥା ‘ଆରାବତ୍‌’ର ସମ୍ପର୍କରେ ଅଛୁ’ । ସେମାନେ ହାତୀମାନଙ୍କୁ ଭଲ ଭାବେ ତାଲିମ ଦେବାରେ ସହଯୋଗ କରିବା ସହ ଶିକାରୀ ଚିତାକୁ ଶାନ୍ତ କରିବାକୁ ଆମେ ଉଦ୍ୟମ କରିବୁ । ଯାହା ଦ୍ବାରା କୌଣସି ବନ କର୍ମଚାରୀଙ୍କ କ୍ଷତି ହେବ ନାହିଁ’ ।

ଏକ ଚିତାବାଘର ପ୍ରତୀକାତ୍ମକ ଫୋଟ


ଏହା ଭିତରେ ପାଦ ଚିହ୍ନରୁ ବନ ଅଧିକାରୀମାନେ ନିଶ୍ଚିତ ଅଛନ୍ତି ଯେ ଗତ ନଭେମ୍ବର ୨୫ରୁ ଏଯାଏଁ ଏକ ବଡ଼ ବିରାଡ଼ି ୫ ଜଣ ଲୋକଙ୍କ ଜୀବନ ନେଇଛି ।

ସୂତ୍ର ଅନୁସାରେ, ଉକ୍ତ ଚିତାଟି ଏବେ ବିଜ୍‌ନୋର ଜିଲ୍ଲାର ‘ମୋହନଦିୟା’ ଗାଁରେ ବୁଲୁଛି । ଉକ୍ତ ଗାଁରେ ବନ କର୍ମଚାରୀମାନେ କ୍ୟାମେରା ଲଗାଇବା ସହ ଜାଲ ଏବଂ ପିଞ୍ଜରା ମଧ୍ୟ ପ୍ରସ୍ତୁତ ରଖିଛନ୍ତି ।

ଅନ୍ୟପଟେ ସ୍ଥାନୀୟ ଅଭିଭାବକ ସଂଘ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ସାକ୍ଷାତ କରି ସେମାନଙ୍କ ପିଲାମାନଙ୍କ ସୁରକ୍ଷା ବିଷୟରେ ଆଲୋଚନା କରିଛନ୍ତି । ଜଙ୍ଗଲ ଅଞ୍ଚଳରେ ଥିବା ସ୍କଲ୍‌ଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ସଂଘ ଦାବି ଜଣାଇଛି ।

ସଂଘର ସଂଯୋଜକ ନରେନ୍ଦ୍ର ଦେଶୱାଲଙ୍କ କହିଛନ୍ତି, ‘ଆମେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ରମାକାନ୍ତ ପାଣ୍ଡେଙ୍କୁ ଭେଟି ସମ୍ପୃକ୍ତ ଅଞ୍ଚଳରେ ପାଠ ପଢୁଥିବା ପିଲାମାନଙ୍କ ସୁରକ୍ଷା ବ୍ୟବସ୍ଥାର ଆୟୋଜନ କରିବାକୁ ଦାବି ଜଣାଇଛୁ’ । ଏବଂ କିଛି ସ୍କୁଲକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତରଣ କରିବା ନେଇ ମଧ୍ୟ କହିଛୁ’ ।

ବିଜ୍‌ନୋର ଜିଲ୍ଲାରେ ପାଖାପାଖି ୮୦୦ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ଯାହାକି ଗାଁଠୁ ଦୂରରେ ଏବଂ ଖେତ ନିକଟବର୍ତ୍ତୀ ଅବସ୍ଥିତ । ଏବଂ ସେସବୁ ବିଦ୍ୟାଳୟ ଚତୁଃପାର୍ଶ୍ବରେ ପାଚେରୀ ନାହିଁ ।
Published by: Sibanava Panda
First published: January 6, 2020, 9:59 AM IST
corona virus btn
corona virus btn
Loading