ରାଜ୍ୟସଭାରୁ ବ୍ରିଟେନକୁ ବୈଦେଶିକ ମନ୍ତ୍ରୀଙ୍କ ଜବାବ- ଆମେ ଜାତିଗତ ଭେଦଭାବକୁ ନେଇ ଚୁପ୍ ରହିବୁ ନାହିଁ

ଅକ୍ସଫୋର୍ଡ ୟୁନିଭରସିଟି ଷ୍ଟୁଡେଣ୍ଟ ୟୁନିଅନର ପ୍ରଥମ ଭାରତୀୟ ମହିଳା ସଭାପତି ହୋଇ ରଶ୍ମୀ ଇତିହାସ ସୃଷ୍ଟି କରିଥିଲେ । କିନ୍ତୁ ଏହା ପରେ ତାଙ୍କୁ କିଛି ପୁରୁଣା ମନ୍ତବ୍ୟ ଯୋଗୁଁ ଇସ୍ତଫା ଦେବାକୁ ପଡିଥିଲା । ସାମନ୍ତ ଦାବି କରିଥିଲେ ଯେ ସମଗ୍ର କ୍ରମରେ 'ଜାତିଗତ ଭେଦଭାବ' ସହ ଜଡିତ ଥିଲା ।

ରାଜ୍ୟସଭାରୁ ବ୍ରିଟେନକୁ ବୈଦେଶିକ ମନ୍ତ୍ରୀଙ୍କ ଜବାବ- ଆମେ ଜାତିଗତ ଭେଦଭାବକୁ ନେଇ ଚୁପ୍ ରହିବୁ ନାହିଁ
ରାଜ୍ୟସଭାରୁ ବ୍ରିଟେନକୁ ବୈଦେଶିକ ମନ୍ତ୍ରୀଙ୍କ ଜବାବ
  • News18 Odia
  • Last Updated: March 15, 2021, 1:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର (S. Jaishankar) ବ୍ରିଟେନରେ ରଶ୍ମି ସାମନ୍ତଙ୍କ ସହ ହୋଇଥିବା ଜାତିଗତ ଭେଦଭାବ ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୋମବାର ଦିନ ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ ବ୍ରିଟେନ ସଂସଦ ଦ୍ୱାରା ଭାରତରେ କୃଷକ ଆନ୍ଦୋଳନର ଆଲୋଚନାର ଧାଡ଼ିରେ ରଶ୍ମୀ ପ୍ରସଙ୍ଗ ଉଠାଇଥିଲେ । ଜୟଶଙ୍କର କହିଛନ୍ତି, 'ଭାରତ ସରକାର ସମସ୍ତ ବିକାଶ ଉପରେ ନଜର ରଖିଛନ୍ତି । ଯେତେବେଳେ ଆବଶ୍ୟକ ହେବ ସେତେବଳେ ଭାରତ ଏହି ପ୍ରସଙ୍ଗକୁ ଦୃଢ଼ ଭାବରେ ଗ୍ରହଣ କରିବ ।

ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, 'ମହାତ୍ମା ଗାନ୍ଧୀଙ୍କ ଦେଶ ହୋଇଥିବାରୁ ଆମେ ଜାତିଗତ ଭେଦଭାବରୁ ଆଖି ଚୋରି କରିପାରିବୁ ନାହିଁ । ବିଶେଷକରି ଯେତେବେଳେ ଏହା ଏପରି ଏକ ଦେଶରେ ହୋଇଛି ଯେଉଁଠାରେ ବହୁତ ଲୋକ ଅଛନ୍ତି । ବ୍ରିଟେନ ସହିତ ଆମର ଦୃଢ଼ ସମ୍ପର୍କ ଅଛି । ଯଦି ଆବଶ୍ୟକ ହୁଏ ତେବେ ଆମେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହ ଏଭଳି ପ୍ରସଙ୍ଗ ଉଠାଇବୁ ବୋଲି ସେ କହିଛନ୍ତି ।

ଅକ୍ସଫୋର୍ଡ ୟୁନିଭରସିଟି ଷ୍ଟୁଡେଣ୍ଟ ୟୁନିଅନର ପ୍ରଥମ ଭାରତୀୟ ମହିଳା ସଭାପତି ହୋଇ ରଶ୍ମୀ ଇତିହାସ ସୃଷ୍ଟି କରିଥିଲେ । କିନ୍ତୁ ଏହା ପରେ ତାଙ୍କୁ କିଛି ପୁରୁଣା ମନ୍ତବ୍ୟ ଯୋଗୁଁ ଇସ୍ତଫା ଦେବାକୁ ପଡିଥିଲା । ସାମନ୍ତ ଦାବି କରିଥିଲେ ଯେ ସମଗ୍ର କ୍ରମରେ 'ରେଶିୟଲ ପ୍ରୋଫାଇଲିଂ' ଜଡିତ ଥିଲା ।

ଭାରତ ଏକ ବୟାନ ଦେଇ ବ୍ରିଟେନକୁ ଏକ ବାର୍ତ୍ତା ଦେଇଛି
ବାସ୍ତବରେ କୃଷକମାନେ ଦିଲ୍ଲୀ ସୀମାରେ ବିରୋଧ ପଦର୍ଶନ କରୁଛନ୍ତି । ନିକଟରେ ବ୍ରିଟିଶ ସଂସଦରେ ଏହା ଉପରେ ଆଲୋଚନା କରାଯାଇଥିଲା । କଞ୍ଜରବେଟିଭ ପାର୍ଟିର ଥେରେସା ଭିଲିୟର୍ସ ସ୍ପଷ୍ଟ ଭାବରେ କହିଛନ୍ତି ଯେ କୃଷି ହେଉଛି ଭାରତର ଏକ ଆଭ୍ୟନ୍ତରୀଣ ବିଷୟ ଓ ଏହାକୁ କୌଣସି ବିଦେଶୀ ସଂସଦରେ ଆଲୋଚନା କରାଯାଇପାରିବ ନାହିଁ । ଯଦିଓ ଲେବର ପାର୍ଟିର ସାଂସଦ ତନମାନଜିତ ସିଂ ଧସିଙ୍କ ନେତୃତ୍ୱରେ 36 ଜଣ ବ୍ରିଟିଶ ସାଂସଦ ଭାରତ ଉପରେ ଚାପ ପକାଇବା ପାଇଁ କୃଷକ ଆନ୍ଦୋଳନକୁ ସମର୍ଥନ କରି ଏକ ଚିଠି ଲେଖିଥିଲେ ।

ବର୍ତ୍ତମାନ ଭାରତ ସଂସଦରେ ଏକ ବିଶ୍ୱବିଦ୍ୟାଳୟ ବିବାଦର ପ୍ରତିକ୍ରିୟା ବ୍ରିଟେନକୁ ଏକ ବାର୍ତ୍ତା ଭାବରେ ଦେଖାଯାଉଛି । ଜାତିଗତ ଭେଦଭାବ କୌଣସି ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ କୁହାଯାଇପାରିବ ନାହିଁ ।
Published by: Jagdish Barik
First published: March 15, 2021, 1:39 PM IST