ବାଧ୍ୟତାମୂଳକ ଜନସଂଖ୍ୟା ନିୟନ୍ତ୍ରଣ ଲିଙ୍ଗଗତ ଅସନ୍ତୁଳନ ସୃଷ୍ଟି କରିବା: ଏସ ଜୟଶଙ୍କର

ଗୁଜୁରାଟରେ ଏକ କାର୍ଯ୍ୟକ୍ରମରେ ଵୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, "ବାଧ୍ୟତାମୂଳକ ଜନସଂଖ୍ୟା ନିୟନ୍ତ୍ରଣ ଅତ୍ୟନ୍ତ ବିପଦଜନକ ପରିଣାମ ଦେଇପାରେ, ଏହା ଲିଙ୍ଗଗତ ଅସନ୍ତୁଳନ ସୃଷ୍ଟି କରିପାରେ।"

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର

  • News18 Odia
  • Last Updated :
  • Share this:
News 18 Odia Digital

ନୂଆ ଦିଲ୍ଲୀ : ରବିବାର ଦିନ ଗୁଜୁରାଟରେ ଏକ କାର୍ଯ୍ୟକ୍ରମରେ ଵୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କ ପୁସ୍ତକ 'ଇଣ୍ଡିଆ ୱେ: ଏକ ଅନିଶ୍ଚିତତା ପାଇଁ ରଣନୀତି'ର ଗୁଜୁରାଟୀ ଅନୁବାଦ ଉନ୍ମଚୋନ କରିଛନ୍ତି। ଏହି ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟ ଭାରତର ଜନସଂଖ୍ୟା ଉପରେ ଆଲୋକପାତ କରି କହିଛନ୍ତି, "ଭାରତୀୟ ଜନସଂଖ୍ୟାର ଅଭିବୃଦ୍ଧି ହାର ହ୍ରାସ ପାଉଛି। ଏହାର କାରଣ ହେଉଛି ଶିକ୍ଷା, ସାମାଜିକ ସଚେତନତା ଓ ସମୃଦ୍ଧତାର ଅଭାବ। ସମୟ ଅତିବାହିତ ହେବା ସହିତ ଆମ ପ୍ରତ୍ୟେକଙ୍କ ମଧ୍ୟରେ ଗୋଟିଏ ପରିବାର ଅଛି। ଏହାର ଆକାର ମଧ୍ୟ ଛୋଟ ହେବାରେ ଲାଗିଛି।"

ଜୟଶଙ୍କର ଆହୁରି କହିଛନ୍ତି, "ବାଧ୍ୟତାମୂଳକ ଜନସଂଖ୍ୟା ନିୟନ୍ତ୍ରଣ ଅତ୍ୟନ୍ତ ବିପଦଜନକ ପରିଣାମ ଦେଇପାରେ, ଏହା ଲିଙ୍ଗଗତ ଅସନ୍ତୁଳନ ସୃଷ୍ଟି କରିପାରେ। ସ୍ୱାଧୀନତା ପରଠାରୁ ଭାରତ ଏହାର ଜନସଂଖ୍ୟା ଗଠନରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଦେଶ ଜନସଂଖ୍ୟା ବିସ୍ଫୋରଣର ପର୍ଯ୍ୟାୟରେ ଅଛି।" କେନ୍ଦ୍ର ସରକାର ଓ ଅନେକ ମନ୍ତ୍ରୀ ଜନସଂଖ୍ୟା ନିୟନ୍ତ୍ରଣ ସହ ଜଡିତ ଏକ ବିଲ୍ ଆଗତ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।

୨୦୨୩ ସୁଦ୍ଧା ଜନସଂଖ୍ୟା ଦୃଷ୍ଟିରୁ ଭାରତ ଚୀନ୍‌କୁ ଅତିକ୍ରମ କରିବ

ଜାତିସଂଘର ୱାର୍ଲ୍ଡ ପପୁଲେସନ୍ ପ୍ରୋସପେକ୍ଟସ୍ (wpp) ୨୦୨୨ର ଆକଳନ ଅନୁଯାୟୀ ୨୦୨୩ ସୁଦ୍ଧା ୧୪୦ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଭାରତ ଚୀନ୍‌କୁ ଅତିକ୍ରମ କରିବ। ବର୍ତ୍ତମାନ ଭାରତର ବିଶ୍ଵ ଜନସଂଖ୍ୟାର ୧୭.୫ ପ୍ରତିଶତ ରହିଛି। ୨୦୩୦ ସୁଦ୍ଧା ଭାରତର ଜନସଂଖ୍ୟା ୧୫୦ କୋଟି ଏବଂ ୨୦୫୦ ସୁଦ୍ଧା ୧୬୬ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

ସ୍ୱାଧୀନ ଵୈଦେଶିକ ନୀତି ଉପରେ ମଧ୍ୟ ଜୟଶଙ୍କର କହିଛନ୍ତି

ଜୟଶଙ୍କର ମଧ୍ୟ ଭାରତର ସ୍ୱାଧୀନ ଵୈଦେଶିକ ନୀତି ଉପରେ ଆଲୋକପାତ କରିଥିଲେ। ସେ କହିଛନ୍ତି, "କିଛି ରାଜନୈତିକ କାରଣରୁ ଆମକୁ ଇସ୍ରାଏଲ ସହ ସମ୍ପର୍କ ବଢାଇବାକୁ ବାରଣ କରିବାକୁ ପଡୁଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଯିଏକି ଇସ୍ରାଏଲ ଗସ୍ତ କରିଛନ୍ତି।"
Published by:Sujit Swain
First published: