News18 Odia Digital
ନୂଆ ଦିଲ୍ଲୀ: କରୋନା ଅବଧି ପରେ ସମଗ୍ର ବିଶ୍ୱର ଅର୍ଥନୀତି ଖରାପ ପ୍ରଭାବିତ ହୋଇଛି, କିନ୍ତୁ ଏହି ଖରାପ ଅବସ୍ଥାରେ ମଧ୍ୟ ଭାରତ ହେଉଛି ଦ୍ରୁତତମ ଅଭିବୃଦ୍ଧିଶୀଲ ଅର୍ଥନୀନୈତିକ ରାଷ୍ଟ୍ର। ଭାରତ ବ୍ରିଟେନକୁ ଅତିକ୍ରମ କରି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଚି। ଗତ ଏକ ବର୍ଷ ମଧ୍ୟରେ ଟଙ୍କା ପ୍ରାୟ ୧୦% ହ୍ରାସ ହୋଇଥିଲେ ମଧ୍ୟ ଦେଶରେ ଧନୀମାନଙ୍କ ସମ୍ପତ୍ତିରେ କ୍ରମାଗତ ବୃଦ୍ଧି ଘଟିଛି। ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିରେ ୨୫ ବିଲିୟନ ଡ଼ଲାରର ରେକର୍ଡ ହୋଇଛି ଓ ଏହା ୮୦୦ବିଲିୟନ ଡଲାର ଅତିକ୍ରମ କରିଛି।
ଆଦାନୀ ଗ୍ରୁପର ମାଲିକ ଗୌତମ ଆଦାନୀ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଫୋର୍ବସ୍ ଦ୍ୱାରା ପ୍ରକାଶିତ ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ତାଲିକାରେ ଗୌତମ ଆଦାନୀ ଶୀର୍ଷରେ ରହିଛନ୍ତି। ଏଥିସହିତ ମୁକେଶ ଅମ୍ବାନୀ ଦୁଇ ନମ୍ବରରେ ପହଞ୍ଚିଛନ୍ତି। ଗୌତମ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୫୦ ବିଲିୟନ ଡଲାର ଓ ଗତ ଏକ ବର୍ଷ ମଧ୍ୟରେ ଏହା ଦ୍ୱିଗୁଣିତ ହୋଇଛି। ଅନ୍ୟପକ୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ଏହା ପୂର୍ବରୁ ଗୌତମ ଆଦାନୀ ଫୋର୍ବସର ରିଅଲ୍ ଟାଇମ୍ ବିଲିୟନେୟାର ତାଲିକାରେ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇଥିଲେ। ଗୌତମ ଆଦାନୀଙ୍କ ଧନ କ୍ରମାଗତ ବୃଦ୍ଧି ପଛରେ ସବୁଠାରୁ ବଡ କାରଣ ହେଉଛି ଯେ ତାଙ୍କ କମ୍ପାନୀର ଅଂଶଧନ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଗତ ଏକ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତିରେ ବିପୁଳ ବୃଦ୍ଧି ଘଟିଛି।
ଶ୍ରେଷ୍ଠ ୧୦ ଧନୀ ଭାରତୀୟଙ୍କ ତାଲିକା ଦେଖନ୍ତୁ-ଏହି ବର୍ଷ ଫୋର୍ବସ୍ ଦ୍ୱାରା ପ୍ରକାଶିତ ୧୦୦ ଧନୀ ଭାରତୀୟଙ୍କ ତାଲିକାରେ ପରିବର୍ତ୍ତନ ଆସିଛି। ଚଳିତ ବର୍ଷର ତାଲିକାରେ ସାବିତ୍ରୀ ଜିନ୍ଦଲ ଗୋଟିଏ ସ୍ଥାନ ଚଢି ୬ ନମ୍ବରରେ ପହଞ୍ଚିଛନ୍ତି। ଏଥି ସହିତ ହିନ୍ଦୁଜା ବ୍ରଦର୍ସ ଓ ବଜାଜ ପରିବାର ଏହି ତାଲିକାରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଗତ ବର୍ଷ ତାଲିକାରେ ୮ ନମ୍ବର ସ୍ଥାନରେ ଥିବା ଉଦୟ କୋଟାକ୍ ଦ୍ୱାଦଶ ସ୍ଥାନକୁ ଖସି ଆସିଛନ୍ତି। ଫୋର୍ବସ୍ ଦ୍ୱାରା ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ତାଲିକାରେ ଶ୍ରେଷ୍ଠ ୧୦ ଜଣ କିଏ-
୧.ଗୌତମ ଆଦାନୀ ଓ ଫ୍ୟାମିଲି:୧୫୦ ବିଲିୟନ
୨. ମୁକେଶ ଅମ୍ବାନୀ: ୮୮ ବିଲିୟନ ଡ଼ଲାର୍
୩. ରାଧାକୃଷ୍ଣ ଦାମନୀ ଓ ଫ୍ୟାମିଲି: ୨୭.୬ବିଲିୟନ ଡ଼ଲାର୍
୪.ସାଇରସ୍ ପୁନାୱାଲା: ୨୧.୫ବିଲିୟନ ଡ଼ଲାର
୫. ଶିବ ନାଦର:୨୧.୪ବିଲିୟନ ଡ଼ଲାର୍
୬.ସାବିତ୍ରୀ ଜିନ୍ଦଲ ଓ ଫ୍ୟାମିଲି:୧୬.୪ ବିଲିୟନ ଡ଼ଲାର୍
୭.ଦିଲୀପ ଶାଙ୍ଗଭି ଓ ଫ୍ୟାମିଲି:୧୫.୫ ବିଲିୟନ ଡ଼ଲାର୍
୮.ହିନ୍ଦୁଜା ବ୍ରଦର:୧୫.୨ ବିଲିୟନ ଡ଼ଲାର୍
୯.କୁମାର ବିର୍ଲା - ବିଲିୟନ ଡଲାର
୧୦. ବଜାଜ ଫ୍ୟାମିଲି: ୧୪.୬ବିଲିୟନ
ନାଇକା ସିଇଓ ଫାଲଗୁନି ନାୟାର ଏହି ତିନି ଜଣଙ୍କ ମଧ୍ୟରୁ ଜଣେ, ଯାହାର ନାମ ପ୍ରଥମ ଥର ପାଇଁ ଭାରତର ୧୦୦ଧନୀ ବ୍ୟକ୍ତିଙ୍କ ଫୋର୍ବସ୍ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ସେ ଏହି ତାଲିକାରେ ୪୪ତମ ସ୍ଥାନରେ ଅଛନ୍ତି। କମ୍ପାନୀର IPO ପରଠାରୁ ତାଙ୍କର ନିଟ୍ ମୂଲ୍ୟ ବୃଦ୍ଧି ପାଉଛି ଓ ବର୍ତ୍ତମାନ ତାଙ୍କର ନିଟ୍ ମୂଲ୍ୟ ହେଉଛି ୪.୦୮ ବିଲିୟନ ଡ଼ଲାର୍। ଏହା ବ୍ୟତୀତ ଏଥେନିକ ବସ୍ତ୍ର ଖୁଚୁରା ବ୍ୟବସାୟୀ ରବି ମୋଦି ମଧ୍ୟ ପ୍ରଥମ ଥର ପାଇଁ ଏହି ତାଲିକାରେ ସ୍ଥାନ ପାଇଛନ୍ତି ଏବଂ ସେ ୩.୭୫ ବିଲିୟନ ଡ଼ଲାର ସହିତ ୫୦ ତମ ସ୍ଥାନରେ ଅଛନ୍ତି। ଏଥି ସହିତ, ଫୁଟ ଓୟାର ଖୁଚୁରା ଦୁନିଆର ଏକ ବଡ ନାମ ରଫିକ୍ ମଲିକ୍ ମଧ୍ୟ ୨.୨୨ ବିଲିୟନ ଡ଼ଲାର୍ ମୂଲ୍ୟର ଏହି ତାଲିକାରେ ୮୯ ତମ ସ୍ଥାନରେ ଅଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।