Forbes 2020 ରେ ଅକ୍ଷୟ କୁମାର ସର୍ବାଧିକ ଆୟ କରୁଥିବା ସେଲିବ୍ରିଟିମାନଙ୍କ ମଧ୍ୟରେ ସ୍ଥାନ ପାଇଲେ

ଅକ୍ଷୟ କୁମାର (Akshay Kumar) ଚଳିତ ବର୍ଷ ପ୍ରାୟ ୩୬୨ କୋଟି ଟଙ୍କା ରୋଜଗାର କରିଛନ୍ତି ଓ ଏହା କେବଳ ତାଙ୍କର ଏକମାତ୍ର ଚଳଚ୍ଚିତ୍ର 'ଲକ୍ଷ୍ମୀ' ରୁ ରୋଜଗାର ।

Forbes 2020 ରେ ଅକ୍ଷୟ କୁମାର ସର୍ବାଧିକ ଆୟ କରୁଥିବା ସେଲିବ୍ରିଟିମାନଙ୍କ ମଧ୍ୟରେ ସ୍ଥାନ ପାଇଲେ
ଫଟୋ ସୌଜନ୍ୟ - @akshaykumar/Instagram
  • News18 Odia
  • Last Updated: December 17, 2020, 1:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ବିଶ୍ୱର ପ୍ରସିଦ୍ଧ ପତ୍ରିକା ଫୋର୍ବସ୍ (Forbes) ଚଳିତ ବର୍ଷ ମଧ୍ୟ ସର୍ବାଧିକ ଆୟ କରିଥିବା ସେଲିବ୍ରିଟିଙ୍କ ତାଲିକା ପ୍ରକାଶ କରିଛି । ଏଥର ତାଲିକାରେ ପ୍ରଥମ ସ୍ଥାନରେ କୌଣସି ପୁରୁଷ ଅଭିନେତା ନାମ ନାହିଁ ବରଂ ଆମେରିକାର ରିଅଲିଟି ଟିଭି ସୁପରଷ୍ଟାର ଓ ବ୍ୟବସାୟୀ ଟାଇକୁନ୍ କାଇଲି ଜେନେରଙ୍କ (Kylie Jenner) ନାମ ଶୀର୍ଷରେ ଅଛି । ଏଥି ସହିତ ବଲିଉଡର ଖିଲାଡୀ ଅକ୍ଷୟ କୁମାରଙ୍କ (Akshay Kumar) ନାମ ସାମିଲ ହୋଇଛି । ଫୋର୍ବସ୍ ଏସିଆର ୧୦୦ ଟି ଡିଜିଟାଲ୍ ତାରକାଙ୍କ ଏକ ତାଲିକା ମଧ୍ୟ ପ୍ରକାଶ କରିଛି ।ଯେଉଁଥିରେ ସାରା ବିଶ୍ୱରୁ ତାରକାଙ୍କ ନାମ ସାମିଲ ରହିଛି । ଯେଉଁମାନେ ସେମାନଙ୍କର ଫିଲ୍ମ, ଗୀତ ଓ ସିରିଏଲ୍ ତଥା ସୋସିଆଲ୍ ମିଡିଆରେ ଲୋକଙ୍କ ହୃଦୟ ଜିତିଛନ୍ତି । ଯାହାର ପ୍ରଶଂସକ ଅନୁସରଣ କରି ଅନେକ ରେକର୍ଡ ଭାଙ୍ଗିଛନ୍ତି ।

ଫୋର୍ବସ୍ ତାଲିକା ଅନୁଯାୟୀ କାଇଲି ଜେନେର୍ ଚଳିତ ବର୍ଷ 590 ନିୟୁତ ଡଲାର୍ ଅର୍ଥାତ ୪୦ ବିଲିୟନ ଟଙ୍କା ରୋଜଗାର କରିଛନ୍ତି । ଆମେରିକାରେ ରହୁଥିବା କେବଳ ୨୩ ବର୍ଷୀୟ କାଇଲି ଜେନେର (Kylie Jenner) ରୋଜଗାର କ୍ଷେତ୍ରରେ ସବୁଠାରୁ ବଡ ପୁରୁଷ ଅଭିନେତାଙ୍କୁ ମଧ୍ୟ ପରାସ୍ତ କରିଛନ୍ତି । ଏଥି ସହିତ ଅକ୍ଷୟ କୁମାର ଚଳିତ ବର୍ଷ ପ୍ରାୟ ୩୬୨ କୋଟି ରୋଜଗାର କରିଛନ୍ତି ଓ ଏହା କେବଳ ତାଙ୍କର ଏକମାତ୍ର ଚଳଚ୍ଚିତ୍ର 'ଲକ୍ଷ୍ମୀ' ରୋଜଗାର ଯାହା ଚଳିତ ବର୍ଷ OTT ପ୍ଲାଟଫର୍ମରେ ରିଲିଜ କରିଥିଲା । ରୋଜଗାର ଦୃଷ୍ଟିରୁ ସାରା ବିଶ୍ୱରେ ଅଭିନେତା ତାଲିକାରେ ଅକ୍ଷୟ କୁମାର ଷଷ୍ଠ ସ୍ଥାନରେ ଅଛନ୍ତି ।

ଅକ୍ଷୟ କେବଳ ବଲିଉଡରେ ସର୍ବାଧିକ ଫିଲ୍ମ କରନ୍ତି ନାହିଁ । ବରଂ ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ମଧ୍ୟ ଜଡିତ ଅଟନ୍ତି ଓ ସେଥିପାଇଁ ଆଜି ସୋସିଆଲ ମିଡିଆରେ ତାଙ୍କର ପ୍ରାୟ ୧୩୧ ନିୟୁତ ଅନୁସରଣକାରୀ ଅଛନ୍ତି ।








View this post on Instagram






A post shared by Akshay Kumar (@akshaykumar)






ଅକ୍ଷୟ କେବଳ ବଲିଉଡରେ ଜଣେ ଅଭିନେତା ଭାବରେ ନୁହେଁ ବରଂ ଏକ ଦୟାବାନ ମଣିଷ ଭାବରେ ମଧ୍ୟ ଜଣାଶୁଣା । ସେ ଭାରତରେ କୋଭିଡ -୧୯ ରିଲିଫ ପାଇଁ ୪ ମିଲିୟନ ଡଲାର ଦାନ କରିଥିଲେ ଓ ମେ ମାସରେ ଫେସବୁକ ଲାଇଭରେ 'I for India' ପାଇଁ ଏକ ପାଣ୍ଠି ସଂଗ୍ରହ କନ୍ସର୍ଟରେ ଅଂଶଗ୍ରହଣ କରିଥିଲେ । ଯାହା କୋଭିଡ -୧୯ ପାଣ୍ଠି ପାଇଁ ୫୨୦ ମିଲିୟନ ସଂଗ୍ରହ କରିଥିଲା ।

ଏହି ତାଲିକାରେ ରେସଲର ତଥା ହଲିଉଡ ଅଭିନେତା ଡୱେନ ଜନସନ, ବ୍ରାଜିଲର ପ୍ରସିଦ୍ଧ ଫୁଟବଲର୍ ନେମାର, ଆମେରିକୀୟ ଅଭିନେତା ଟେଲର ପେରି ଓ ଆମେରିକୀୟ ରେଡିଓ ଓ ଟିଭି ସହ ଜଡିତ ବ୍ୟକ୍ତିତ୍ୱ ହାୱାର୍ଡ ଷ୍ଟେନଙ୍କ ଭଳି ସେଲିବ୍ରେଟ୍ ଅଛନ୍ତି ।
Published by: Jagdish Barik
First published: December 17, 2020, 1:15 PM IST
corona virus btn
corona virus btn
Loading