ଇତିହାସରେ ତୃତୀୟ ଥର ପାଇଁ କୌଣସି ଆମେରିକୀୟ ରାଷ୍ଟ୍ରପତିଙ୍କ ଉପରେ ମହାଭିଯୋଗ ପ୍ରସ୍ତାବ ଉପରେ ସିନେଟରେ ଶୁଣାଣି ହେବ

ଏହା ପୂର୍ବରୁ ମହାଭିଯୋଗ ପ୍ରସ୍ତାବ ଉପରେ ଦୁଇଟି ଲେଖା ଯଥା ନିଜ ପଦବୀର ଦୁରୁପଯୋଗ ଏବଂ କଂଗ୍ରେସରେ ବାଧା ସୃଷ୍ଟି କରିବା ନେଇ ସିନେଟରେ ଉପସ୍ଥାପିତ ହୋଇଥିଲା ।

ଇତିହାସରେ ତୃତୀୟ ଥର ପାଇଁ କୌଣସି ଆମେରିକୀୟ ରାଷ୍ଟ୍ରପତିଙ୍କ ଉପରେ ମହାଭିଯୋଗ ପ୍ରସ୍ତାବ ଉପରେ ସିନେଟରେ ଶୁଣାଣି ହେବ
ପ୍ରିଜାଇଡିଂ ଅଫିସର ଜନ ରବର୍ଟସ ମହାଭିଯୋଗ ପ୍ରସ୍ତାବ ପୂର୍ବରୁ ସିନେଟର ମାନଙ୍କୁ ଶପଥ ପାଠ କରାଉଛନ୍ତି
  • News18 Odia
  • Last Updated: January 17, 2020, 10:44 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଓ୍ବାଶିଂଟନ୍: ଆମେରିକା ଇତିହାସରେ ତୃତୀୟଥର ଲାଗି ସିନେଟ ଚ୍ୟାମ୍ବରକୁ ମହାଭିଯୋଗର ନ୍ୟାୟାଳୟରେ ପରବର୍ତ୍ତନ କରିଦିଆଯାଇଛି ଯାହାର ଅଧ୍ୟକ୍ଷତା ସୁପ୍ରିମ କୋର୍ଟର ମୁଖ୍ୟ ନ୍ୟାୟାଧୀଶ ଜନ୍ ରବର୍ଟସ କରୁଛନ୍ତି ଯିଏ ସିନେଟରମାନଙ୍କୁ ଶପଥ ପାଠ କରାଇଥିଲେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆସିଥିବାର ମହାଭିଯୋଗ ପ୍ରସ୍ତାବ ଲେଖା ୧୬ ତାରିଖରେ ସିନେଟରେ ଖୋଲାଯାଇଥିଲା । କାହିଁକିନା ସାଂସଦମାନେ ୪୫ତମ ରାଷ୍ଟ୍ରପତିଙ୍କୁ କୌଣସି ପ୍ରକାରେ ବାଧ୍ୟ କରିପାରିବେନି ବୋଲି ନିର୍ଣ୍ଣୟ ନେଇଛନ୍ତି ।

ସିନେଟରେ  ଯେତେବେଳେ ରବର୍ଟସ ପଚାରିଥିଲେ କି ଆମେରିକାର ସମ୍ବିଧାନ  ଅନୁସାରେ ‘‘ ନିରପେକ୍ଷ ଭାବେ ନ୍ୟାୟ’’ ଦେବାର କ୍ଷମତା ରଖୁଛନ୍ତି କି ସେତେବେଳେ ସେଠାରେ ଉପସ୍ଥିତ ଥିବା ୯୯ଜଣ (ଜଣେ ଅନୁପସ୍ଥିତ ଥିଲେ) ହାତ ଉଠାଇ ଆମେ କରୁଛୁ ବୋଲି କହିଥିଲେ । ଏହା ପୂର୍ବରୁ ପ୍ରଥମ ଦିନରେ ଏକ ବଡ଼ କାର୍ଯ୍ୟଭାବେ ମହାଭିଯୋଗ ନେଇ ନେଇ ୨ଟି ଲେଖା ଯଥା ଟ୍ରମ୍ପ ନିଜ ପଦର ଦୂରୁପୋଯୋଗ କରିଛନ୍ତି ଏବଂ କଂଗ୍ରେସର କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ସିନେଟରେ ଆଗତ କରାଯାଇଥିଲା । ସିନେଟ ସର୍ଜେଣ୍ଟ ଅର୍ମସ ମାଇକେଲ ଷ୍ଟେଙ୍ଗର କହିଛନ୍ତି କି ସମସ୍ତେ ଶୁଣନ୍ତୁ କହି ଟ୍ରମ୍ପଙ୍କ ଉପରେ ଉଚ୍ଚ ଅପରାଧ ଏବଂ ଦୁଷ୍କର୍ମର ଆରୋପ ଲଗାଇଥିଲେ ।

ଟ୍ରମ୍ପ ମହାଭିଯୋଗ ପ୍ରସ୍ତାବକୁ ମାସ ମାସ ଧରି ହାସ୍ୟରେ ଉଡ଼ାଇଥିବାବେଳେ ଆଉଥରେ ପରୀକ୍ଷା କରି ଦେଖିନିଅ ବୋଲି ଜବାବ ଦେଇଛନ୍ତି । ‘‘ ମୋତେ ଲାଗୁଛି କି ବହୁତ ଜଲଦି ଏହା ଯିବା ଦରକାର’’ ବୋଲି ଟ୍ରମ୍ପ ଓଭାଲ ଅଫିସରେ ସାମ୍ବାଦିକ ମାନଙ୍କୁ କହିଥିଲେ । ପରେ ସେ କହିଥିଲେ କି ‘‘ ଏହା ସମ୍ପୂର୍ଣ୍ଣ ଭାବେ ପକ୍ଷପାତିତା । ମୋତେ ଏକ ଧୋକା ସାହାଯ୍ୟରେ ଯିବା ପାଇଁ ବାଧ୍ୟ କରାଯାଉଛି । ଡେମୋକ୍ରାଟମାନଙ୍କ ଦ୍ବାରା ଲଗାଯାଇଥିବା ଆରୋପ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଏବଂ ନିର୍ବାଚନ ଜିତିବା ପାଇଁ ଏକ ଚାଲ’’ । ଡେମୋକ୍ରାଟ ମାନଙ୍କ କବଜାରେ ଥିବା ଗୃହରେ ସେମାନେ ପାର୍ଟି ଲାଇନରେ ଭୋଟିଂ କରିଥିଲେ ଏବଂ ଟ୍ରମ୍ପଙ୍କ ମହାଭିଯୋଗ ପ୍ରସ୍ତାବ ଉପରେ ଡିସେମ୍ବର ୧୮ରେ ଭୋଟିଂ କରିଥିଲେ । ତେବେ ଟ୍ରମ୍ପ ଏଥିର ବର୍ତ୍ତିବାନେଇ ବହୁତ ଆଶା ରହିଛି କାରଣ ରିପବ୍ଲିକାନ ବହୁଳ ସିନେଟରେ ରାଷ୍ଟ୍ରପତିଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ହେଲେ ଦୁଇ ତୃତୀୟାଂଶ ସଦସ୍ୟଙ୍କ ଆବଶ୍ୟକତା ଅଛି ଯାହା ସମ୍ଭବ ଲାଗୁନି ।
First published: January 17, 2020, 10:44 AM IST