News18 Odia Digital
Bridge Collapse: ବୈଶାଖୀ ଉତ୍ସବରେ ପାଳନ ସମୟରେ ଘଟିଲା ଅଘଟଣ । ଫୁଟ୍ ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ଏଯାବତ ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣାଟି ଘଟିଛି ଜମ୍ମୁ-କଶ୍ମୀରର ଉଧମପୁର ଜିଲ୍ଲାର ଚେନାନିରେ।
ଚେନାନି ମ୍ଯୁନିସିପାଲଟି ମାଣିକ ଗୁପ୍ତାଙ୍କ ସୂଚନାନୁସାରେ, ୮୦ ଜଣ ଆହାତ ହୋଇଥିବା ବେଳେ ୨୦-୨୫ ଜଣ ଗୁରୁତର ହୋଇଛନ୍ତି । ୬-୭ଜଣଙ୍କୁ ଜିଲ୍ଲା ମୁଖ୍ଯାଳୟକୁ ସ୍ଥାନାନ୍ତରିତ କରାଯାଇଛି । ବାକି ସମସ୍ତେ ଚେନାନିରେ ଚିକିତ୍ସିତ ହେଉଛନ୍ତି ।
ଆହତମାନଙ୍କୁ ଚେନାନି ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୈଶାଖୀ ମେଳା ଦେଖିବାକୁ ଲୋକଙ୍କର ଭିଡ଼ ଜମି ଥିଲା। ଅତ୍ୟଧିକ ଲୋକ ଯିବା ଆସିବା କରିବାରୁ ଫୁଟ୍ବ୍ରିଜ୍ଟି ଭୁଶୁଡ଼ି ପଡ଼ିଥିଲା ବୋଲି କୁହାଯାଉଛି। ସାଧାରଣ ଲୋକମାନେ ପଇସା ଜମା କରି ଏହି ବ୍ରିଜଟିକୁ ତିଆରି କରିଥିଲେ । ଏହି ଅଘଟଣ ସମୟର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି ଉଧପୁର ଏସଏସପି ଡ଼ା.ବିନୋଦ ସୂଚନା ଦେଇଛନ୍ତି । ପୋଲିସ ସହ ଅନ୍ୟ ଦଳ ମଧ୍ଯ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ସହ ତଦନ୍ତ ଜାରି ରଖିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।