ଲିକ୍ ଫୁଟେଜର ମିଡ଼ିଆ ପ୍ରସାରଣ ଉପରେ ଲଗାଯାଉ ରୋକ; କୋର୍ଟର ଦ୍ବାରସ୍ଥ ହେଲେ ସତ୍ୟୈନ୍ଦ୍ର ଜୈନ

ସତ୍ୟେନ୍ଦ୍ର ଜୈନଙ୍କ ମସାଜ ସହ ଜଡିତ ଭିଡିଓ ସାମ୍ନାକୁ ଆସିବା ପରେ ରାଜନୀତିରେ ମହଲରେ ହଇଚଇ ଦେଖିବାକୁ ମିଳୁଛି। ଇତିମଧ୍ୟରେ ଜୈନଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଜେଲ ଭିତରେ ଥିବା ନିଜ କୋଠରୀରେ ଫଳ ଏବଂ ସାଲାଡ ଖାଉଥିବାର ନଜର ଆସୁଛନ୍ତି।

ଲିକ୍ ଫୁଟେଜର ମିଡ଼ିଆ ପ୍ରସାରଣ ଉପରେ ଲଗାଯାଉ ରୋକ

ଲିକ୍ ଫୁଟେଜର ମିଡ଼ିଆ ପ୍ରସାରଣ ଉପରେ ଲଗାଯାଉ ରୋକ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ନୂଆଦିଲ୍ଲୀ: ସିସିଟିଭି ଫୁଟେଜକୁ ଗଣମାଧ୍ୟମରେ ଲିକ୍ ନକରିବାକୁ ଦାବି କରି ଦିଲ୍ଲୀ ସରକାରୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପକ୍ଷରୁ ଦିଲ୍ଲୀ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ଆବେଦନ ସତ୍ୟେନ୍ଦ୍ରଙ୍କ ଓକିଲ କୋର୍ଟରେ ପ୍ରଦାନ କରିଛନ୍ତି।

ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ। ସତ୍ୟେନ୍ଦ୍ର ଜୈନଙ୍କ ମସାଜ ସମ୍ବନ୍ଧୀୟ ଭିଡିଓ ସାମ୍ନାକୁ ଆସିବା ପରେ ରାଜନୀତିରେ ଅଧିକ ଉତ୍ତେଜନା ଦେଖାଦେଇଛି। ବିଜେପି କହିଛି ଯେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ କ୍ଷମା ମାଗନ୍ତୁ। ଅନ୍ୟପକ୍ଷରେ ସତ୍ୟେନ୍ଦ୍ର ଜୈନଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯିବା ଉଚିତ୍। ଇତିମଧ୍ୟରେ ଆଉ ଏକ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ନେଇ ଅନେକ ସମାଲୋଚନା କରାଯାଉଛି।

ସତ୍ୟୈନ୍ଦ୍ର ଜୈନଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି

ବର୍ତ୍ତମାନ ଭାଇରା ହେଉଥିବା ଭିଡିଓରେ ସେ ଜେଲ ଭିତରେ ଫଳ ଏବଂ ସାଲା ଖାଉଥିବାର ନଜର ଆସୁଛନ୍ତି। ହେଲେ ଜୈନ ଜେଲ ପ୍ରଶାସନ ଉପରେ ଅଭିଯୋଗ କରିଛନ୍ତି ଯେ ସେମାନେ ତାଙ୍କୁ ସଠିକ୍ ଖାଦ୍ୟ ଦେଉନାହାଁନ୍ତି ବୋଲି।

ତିହାଡ ଜେଲରେ ଥିବା ସତ୍ୟେନ୍ଦ୍ରଙ୍କୁ ରିସର୍ଟ ଭଳି ସୁବିଧା ମିଳୁଛି- ମାନାକ୍ଷୀ ଲେଖୀ

କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀ ବୁଧବାର ଅଭିଯୋଗ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ତିହାଡ ଜେଲରେ ରିସର୍ଟ ଭଳି ସୁବିଧା ପାଇଛନ୍ତି। ବୁଧବାର ଦିନ ତିହା଼ ଜେଲରେ ରଖାଯାଇଥିବା ଜୈନଙ୍କର କିଛି ନୂଆ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କ କୋଠରୀରେ ଫଳ ଏବଂ ସାଲାଡ ଖାଉଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ସାମ୍ନାକୁ ଆସିବାର କିଛି ଘଣ୍ଟା ପରେ ଲେଖୀ ଏହି ବିବୃତ୍ତି ଦେଇଛନ୍ତି।

ଆପ୍ ନେତାଙ୍କ ଲଜ୍ୟାଜନକ କାମ ଦେଖୁଛନ୍ତି: ମୀନାକ୍ଷୀ

ଏକ ସାମ୍ବାଦିକ ସମ୍ମିଳନୀରେ ମୀନାକ୍ଷୀ ଲେଖୀ ମଧ୍ୟ ଜୈନଙ୍କ ଭିଡିଓ ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଥିରେ ସେ ତିହା଼ରେ ରହୁଥିବା ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଠାରୁ ମସାଜ ନେଉଥିବାର ନଜର ଆସିଛନ୍ତି। ସେ କହିଛନ୍ତି, ‘‘ମୁଁ ଏପରି ବ୍ୟକ୍ତିଙ୍କୁ ମୋ ପାଖକୁ ଆସିବାକୁ ଦେବି ନାହିଁ। କଳ୍ପନା କରନ୍ତୁ ଯେ ସେହି ବ୍ୟକ୍ତି ତାଙ୍କ ପାଦକୁ ମାଲିସ୍ କରୁଛନ୍ତି। AAP ନେତାମାନେ କିଛି କୁହନ୍ତି ଏବଂ ବିପରୀତ କାର୍ଯ୍ୟ କରନ୍ତି। ଜେଲରେ ଖାଦ୍ୟ ଏବଂ ଚିକିତ୍ସା ସେବା ପାଇଁ ଏକ ଜେଲ ମାନୁଆଲ ଅଛି। କୋଠରୀରେ ଟେଲିଭିଜନ, ପ୍ୟାକେଡ୍ ଖାଦ୍ୟ ଏବଂ ମାଲିସ୍ ଭଳି ଅତିରିକ୍ତ ସୁବିଧା ଅଛି, ଏହା ଜଣାପଡୁଛି ଯେ ସେ ଛୁଟିଦିନ କାଟିବାକୁ ଏକ ରିସର୍ଟକୁ ଆସିଛନ୍ତି।’’
Published by:Lipina Das
First published: