ଶୌଚଳୟରେ ଖାଉଛନ୍ତି ଖେଳାଳୀ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- Other, India
News18 Odia Digital
ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଡାକ୍ତର ଭୀମରାଓ ଆମ୍ବେଦକର ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିବା ବାଳିକା ଖେଳାଳିମାନଙ୍କୁ ଶୌଚାଳୟରେ ରନ୍ଧା ଖାଦ୍ୟ ଖାଇବାକୁ ଦିଆଯାଇଥିଲା। ବର୍ତ୍ତମାନ ଏହି ଘଟଣାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟଣା ସମ୍ପର୍କରେ ଜାଣିବା ପରେ ଜିଲ୍ଲା ପ୍ରଶାସନର ହୋସ ଉଡ଼ିଯାଇଥିଲା। ଏହି ଘଟଣାର ଅନୁସନ୍ଧାନ ପାଇଁ କ୍ରୀଡ଼ା ନିର୍ଦ୍ଦେଶାଳୟ ଏକ କମିଟି ଗଠନ କରିଛନ୍ତି। ଉତ୍ତରପ୍ରଦେଶ ସରକାର ସାହାରନପୁର ଜିଲ୍ଲାର କ୍ରିଡ଼ା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି।
ସେପ୍ଟେମ୍ବର ୧୬ ରେ, ଅଣ୍ଡର -୧୭ରାଜ୍ୟ ସ୍ତରୀୟ କବାଡି ଟୁର୍ନାମେଣ୍ଟରେ ଭାଗ ନେବାକୁ ୩୦୦ରୁ ଅଧିକ ଖେଳାଳି ଏଠାରେ ପହଞ୍ଚିଥିଲେ। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ବାଳିକା ଖେଳାଳି ଏଠାକୁ ଆସିଥିଲେ। ସେମାନଙ୍କୁ ଅପରାହ୍ନରେ ଅଧା ରନ୍ଧା ଖାଦ୍ୟ ପରିବେଷଣ କରାଯାଇଥିଲା। ଶୌଚାଳୟ ଚଟାଣରେ ଏକ ବଡ଼ ଥାଳିରେ ଭାତ ରଖା ଯାଇଥିଲା। ଭାଲି ଭାତ ନୁହେଁ, ବରଂ ଶୌଚାଳୟ ମଧ୍ୟରେ ପୁରୀ, ସାଲାଡ଼ ଆଦି ଥୁଆ ହୋଇଥିବାର ବି ନଜର ଆସିିଛି। ଖେଳାଳିଙ୍କ ପାଇଁ ଯାହା କିଛି ଖାଦ୍ୟ ପ୍ରସ୍ତୁତ ହେଉଥିଲା, ତାହା ଶୌଚାଳୟରେ ପ୍ରସ୍ତୁତ କରାଯାଇଥିଲା। ଅନେକ ଖେଳାଳି ଶୌଚାଳୟରେ ଦୁର୍ଗନ୍ଧ ମଧ୍ୟରେ ଠିଆ ହୋଇ ଖାଦ୍ୟ ଖାଇଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।