ସରକାରୀ ବାବୁଙ୍କ ପାଗଳାମୀ; ମୋବାଇଲ ଫୋନ୍‌ ଖୋଜିବାକୁ ଖାଲି ହେଲା ଜଳଭଣ୍ଡାର

ଅଜବ, ଅଭାବନୀୟ ଘଟଣା । ସରକାରୀ ବାବୁଙ୍କ ପାଗଳାମୀ ଚରମ ଉଦାହରଣ, ମୋବାଇଲ ଫୋନ୍‌ ଖୋଜିବାକୁ ଖାଲି ହେଲା ଜଳଭଣ୍ଡାର ।

ସରକାରୀ ବାବୁଙ୍କ ପାଗଳାମୀ; ମୋବାଇଲ ଫୋନ୍‌ ଖୋଜିବାକୁ ଖାଲି ହେଲା ଜଳଭଣ୍ଡାର

ସରକାରୀ ବାବୁଙ୍କ ପାଗଳାମୀ; ମୋବାଇଲ ଫୋନ୍‌ ଖୋଜିବାକୁ ଖାଲି ହେଲା ଜଳଭଣ୍ଡାର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଅଜବ, ଅଭାବନୀୟ ଘଟଣା । ସରକାରୀ ବାବୁଙ୍କ ପାଗଳାମୀ ଚରମ ଉଦାହରଣ, ମୋବାଇଲ ଫୋନ୍‌ ଖୋଜିବାକୁ ଖାଲି ହେଲା ଜଳଭଣ୍ଡାର । ଛତିଶଗଡ଼ର କାଙ୍କେରରୁ ସାମ୍ନାକୁ ଆସିଛି ଏମିତି କିଛି ଘଟଣା । ଜଣେ ସରକାରୀ ବାବୁ ନିଜ ମୋବାଇଲକୁ ଖୋଜିବା ପାଇଁ ଜଳଭଣ୍ଡାରରେ ଥିବା ୨୧ ଲକ୍ଷ ଲିଟର ବୁହାଇଦେଲେ । ପାଣି ଖାଲି କରାଇଛନ୍ତି ।

ଛତିଶଗଡ଼ର କାଙ୍କେରର ଫୁଡ୍‌ ଅଫିସର ରାଜେଶ ବିଶ୍ବାସ ଖେରକଟ୍ଟା ଡ୍ୟାମକୁ ଛୁଟି କଟାଇବାକୁ ଆସିଥିବା ବେଳେ ଏକ ଦାମୀ ମୋବାଇଲ୍‌ କାଙ୍କେର କୋଇଲିବେଡା ବ୍ଲକରେ ଥିବା ଜଳଭଣ୍ଡାରରେ ଖସିପଡ଼ିଥିଲା । ଏହା ପରେ ସେ ତୁରନ୍ତ ଲୋକଙ୍କୁ ୧୫ ଫୁଟ ପାଣିଥିବା ଏହି ଜଳଭଣ୍ଡାରରେ ଖୋଜାଖୋଜି କରାଇଥିଲେ । ହେଲେ କୌଣସି ସୁଫଳ ନମିଳିବାରୁ ସେ ଡ୍ୟାମ ଖାଲି କରିବାକୁ ସ୍ଥିର ଦେଇଥିଲେ । ଜଳଭଣ୍ଡାର ଶୁଖାଇବାକୁ ୩୦hpର ଦୁଇଟି ଡିଜେଲ ପାଣିପମ୍ପ ଅଣାଯାଇଥିଲା । ତିନି ଦିନ ଧରି ମୋଟର ପମ୍ପ ଲଗାଇ ୨୧ ଲକ୍ଷ ଲିଟର ପାଣି ନିଷ୍କାସନ କରାଇଥିଲେ ରାଜେଶ । ଏନେଇ ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବା ପରେ ସ୍ଥାନୀୟ ଜଳସେଚନ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ପମ୍ପ ବନ୍ଦ କରାଇଥିଲେ । ହେଲେ ସେତେବେଳକୁ ଅଧା ଜଳଭଣ୍ଡାର ଖାଲି ହୋଇସାରିଥିଲାଣି ।

ଏହି ଘଟଣା ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଇଛି । କୁହାଯାଉଛି ମୋବାଇଲର ଦାମ ପ୍ରାୟ ଲକ୍ଷେ ଟଙ୍କା ହେବ । ତେବେ ଏଥି ପାଇଁ ଜଳଭଣ୍ଡାର ଶୁଖାଇବା, ଏତେ ମାତ୍ରାରେ ପାଣି ବୁହାଇଦେବା କେତେ ଯୁକ୍ତିଯୁକ୍ତ ବୋଲି ଲୋକ ପ୍ରଶ୍ନ କରିଛନ୍ତି । ୨୧ ଲକ୍ଷ ଲିଟର ପାଣିରେ ୧୫ ଶହ ଏକ ଚାଷ ଜମିରେ ଜଳସେଚନ ହୋଇପାରିଥାନ୍ତା । ତେଣୁ ଏଥି ପାଇଁ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକ ଦାବି କରିଛନ୍ତି ।

ପଢନ୍ତୁ ଏହି ଖବର:  Smartphone Offer: ୮ ଜିବି ସ୍ମାର୍ଟଫୋନରେ ୫ ହଜାର ଟଙ୍କାର ରିହାତି...ଜଲଦି କରନ୍ତୁ ଅର୍ଡର...

ଏହି ଘଟଣା ପ୍ରଘଟ ହେବା ପରେ ସଂପୃକ୍ତ ଫୁଡ୍‌ ଅଫିସର କହିଛନ୍ତି ଯେ, ପାଣି ବ୍ୟବହାର ଉପଯୋଗୀ ନଥିଲା । ଆଉ ଡ୍ୟାମରୁ ପାଣି ନିଷ୍କାସନ ପାଇଁ ସେ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ମଧ୍ୟ ନେଇଥିଲେ । ତେବେ ଏହି ଖବର ଭାଇରାଲ ହେବା ପରେ କ୍ଷମତାର ଅପବ୍ୟବହାର ପାଇଁ ସମ୍ପୃକ୍ତ ସରକାରୀ ରାଜେଶ ବିଶ୍ବାସଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ।

ପଢନ୍ତୁ ଏହି ଖବର:  BSNL Yearly Plan: ଆଶ୍ଚର୍ଯ୍ୟଜନକ ବ୍ରଡ୍‌ବ୍ୟାଣ୍ଡ ପ୍ଲାନ୍‌... ଅଳ୍ପ ମୂଲ୍ୟରେ ବିପୁଳ ଲାଭ !
Published by:Sujit Swain
First published: