News18 Odia Digital
ନୂଆ ଦିଲ୍ଲୀ: ବିଜେପି ସାଂସଦ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କେସିଆର ତେଲେଙ୍ଗାନା ପ୍ରତି ବିଶ୍ୱାସଘାତକତା କରି ତାନ୍ତ୍ରିକଙ୍କ ପରାମର୍ଶରେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) କୁ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଭାବରେ ନାମିତ କରିଛନ୍ତି।
ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ନିର୍ମଳା ସୀତାରମଣ କହିଛନ୍ତି ଯେ 'ମୁଖ୍ୟମନ୍ତ୍ରୀ କେ.ଆର.ସି ତାନ୍ତ୍ରିକ ଓ ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ସେକ୍ରେଟାରୀକୁ ଯିବା ବନ୍ଦ କରିଦେଇଥିଲେ ଓ ବହୁ ବର୍ଷ ଧରି ମହିଳାମାନଙ୍କୁ ତାଙ୍କ କ୍ୟାବିନେଟରେ ସାମିଲ କରିନଥିଲେ। ପୁଣି ତାନ୍ତ୍ରିକଙ୍କ ପରାମର୍ଶରେ ବର୍ତ୍ତମାନ ଦଳର ନାମ ବିଆରଏସରେ ପରିବର୍ତ୍ତନ କରିଛନ୍ତି।
କେସିଆର ତେଲେଙ୍ଗାନାବାସୀଙ୍କ ପ୍ରତି ବିଶ୍ୱାସଘାତକତା କରିଥିବା ଅଭିଯୋଗ କରି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ତେଲେଙ୍ଗାନା ଓ ତେଲୁଗୁ ଭାଷାଭାଷୀ ଲୋକଙ୍କୁ ନିରାଶ କରିବା ଓ ବିଶ୍ୱାସଘାତକତା କରିବା ପରେ ସେ ବର୍ତ୍ତମାନ ଜାତୀୟ ଦଳ ଭାବରେ BRS ଆରମ୍ଭ କରିଛନ୍ତି। ଏହି ନୂତନ ଦଳ ମଧ୍ୟ ବିଫଳ ହେବ।
ତେଲେଙ୍ଗାନାର ଆତ୍ମାକୁ ହୃଦୟଙ୍ଗମ କରିବା ପାଇଁ ଟିଆରଏସ ଗଠନ ହୋଇଥିଲା, କିନ୍ତୁ ଏଥିରେ କେସିଆର ବିଫଳ ହୋଇଥିଲେ। “ସେତେବେଳେ କୁହାଯାଇଥିଲା ଯେ ତେଲେଙ୍ଗାନା ରାଜ୍ୟର ଅଭିଳାଷ ପାଇଁ ଅର୍ଥ, ଜଳ ଓ ନିଯୁକ୍ତି (ଚାକିରି) ପ୍ରାଥମିକତା ଅଟେ। ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣ ହେବ ବୋଲି ମଧ୍ୟ କୁହାଯାଇଥିଲା, କିନ୍ତୁ ୨୦୧୪ ରୁ ୨୦୧୮ ମଧ୍ୟରେ ଚାରି ବର୍ଷ ମଧ୍ୟରେ ଟିଆରଏସ ସରକାରରେ ଜଣେ ହେଲେ ମହିଳା ମନ୍ତ୍ରୀ ନଥିଲେ। ଟିଆରଏସ ପୁନର୍ବାର ନିର୍ବାଚିତ ହେବା ପରେ ମଧ୍ୟ ପ୍ରାୟ ଏକ ବର୍ଷ ଧରି ମହିଳା ମନ୍ତ୍ରୀ ନଥିଲେ। ଆଜ୍ଞା ହଁ, କିଛି ତାନ୍ତ୍ରିକଙ୍କ ପରାମର୍ଶରେ ମହିଳାମାନଙ୍କୁ କ୍ୟାବିନେଟରେ ପ୍ରତିନିଧିତ୍ୱ ଦିଆଯାଇନଥିଲା ବୋଲି ଅର୍ଥମନ୍ତ୍ରୀ ଅଭିଯୋଗ ଆଣିଛନ୍ତି।
କେବଳ ସେତିକ ନୁହେଁ ତେଲେଙ୍ଗାନା ବିଜେପି ମଧ୍ୟ କେସିଆର ସରକାର ଉପରେ ବଡ଼ ଆରୋପ ଲଗାଇଛି। ବିଜେପି ଅଧ୍ୟକ୍ଷ ବନ୍ଦୀ ସଞ୍ଜୟ କହିଛନ୍ତି ଯେ ନିଜ ଫାର୍ମ ହାଉସରେ କଳା ବିଲେଇ ରଖି ତନ୍ତ୍ର ମନ୍ତ୍ର କରିଛନ୍ତି କେସିଆର। ତାଙ୍କ ଫାର୍ମ ହାଉସରେ ଜଣେ ଯୁବକଙ୍କର ସନ୍ଦିଗ୍ଧ ମୃତ ଦେହ ମିଳିଥିଲା। କେହି ଜାଣି ନାହାଁନ୍ତି ଏହି ଘଟଣା କଣ ହେଲା। ମୁଁ ରାଜ୍ୟର ସମସ୍ତ ପଣ୍ଡିତମାନଙ୍କୁ ଅନୁରୋଧ କରୁଛି ସମସ୍ତେ ଏହାର ଉପାୟ ବାହାର କରି କେସିଆରଙ୍କୁ ଦୁଷ୍ଟ ଶକ୍ତି ଠାରୁ ବଞ୍ଚାନ୍ତୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।