Budget କୁ ନେଇ ସୀତାରମଣ ରାଜ୍ୟର ଅର୍ଥ ମନ୍ତ୍ରୀଙ୍କ ସହ ବୈଠକରେ ଚର୍ଚ୍ଚା କଲେ
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (FM Nirmala Sitharaman) ଆଜି ରାଜଧାନୀ ଦିଲ୍ଲୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ବୈଠକରେ ଆୟୋଜନ କରିଛନ୍ତି । ଏହି ବୈଠକରେ ସୀତାରମଣ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥ ମନ୍ତ୍ରୀଙ୍କ ସହ ଆସନ୍ତା ୨୦୨୧-୨୨ ବଜେଟ୍ ଉପରେ ଆଲୋଚନା କରିଛନ୍ତି ।

Budget କୁ ନେଇ ସୀତାରମଣ ରାଜ୍ୟର ଅର୍ଥ ମନ୍ତ୍ରୀଙ୍କ ସହ ବୈଠକରେ ଚର୍ଚ୍ଚା କଲେ
- News18 Odia
- Last Updated: January 18, 2021, 7:40 PM IST
ନୂଆ ଦିଲ୍ଲୀ :ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (FM Nirmala Sitharaman) ଆଜି ରାଜଧାନୀ ଦିଲ୍ଲୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ବୈଠକରେ ଆୟୋଜନ କରିଛନ୍ତି । ଏହି ବୈଠକରେ ସୀତାରମଣ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥ ମନ୍ତ୍ରୀଙ୍କ ସହ ଆସନ୍ତା ୨୦୨୧-୨୨ ବଜେଟ୍ ଉପରେ ଆଲୋଚନା କରିଛନ୍ତି । ଏହି ବଜେଟ୍ ପୂର୍ବ ବୈଠକରେ ସମସ୍ତ ମନ୍ତ୍ରୀ ସାମିଲ ହୋଇଥିଲେ । ସାରା ଦେଶରେ କରୋନା ମହାମାରୀ ବ୍ୟାପିବା ଯୋଗୁଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବଜେଟ୍ ପୂର୍ବ ବୈଠକ କରାଯାଉଛି ।
୧ ଫେବୃଆରୀରେ ବଜେଟ୍ ଉପସ୍ଥାପନ କରାଯିବ
ମୋଦୀ ସରକାରଙ୍କ (Modi Government) ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ସାଧାରଣ ବଜେଟ୍ (Budget 2020) ୧ ଫେବୃଆରୀ ୨୦୨୦ ରେ ଉପସ୍ଥାପିତ ହେବ । ଏହି ବଜେଟରୁ ସମସ୍ତଙ୍କର ବହୁତ ଆଶା ଅଛି । କିନ୍ତୁ ଦେଶର ଆର୍ଥିକ ଅଭିବୃଦ୍ଧିକୁ ପୁଣିଥରେ ଫେରାଇ ଆଣିବା ସରକାରଙ୍କ ସମ୍ମୁଖରେ ସବୁଠାରୁ ବଡ ଆହ୍ୱାନ । ଆଗାମୀ ବଜେଟ୍ ସମ୍ବନ୍ଧରେ ସମସ୍ତେ ନିଜର ପରାମର୍ଶ ଦେଉଛନ୍ତି । ଏହା ସହିତ ବଜେଟ୍ ୨୦୨୧-୨୨ ର ଆଲୋଚନାରେ ଲୋକଙ୍କ ସର୍ବାଧିକ ଅଂଶଗ୍ରହଣ ନିଶ୍ଚିତ କରିବାକୁ ସରକାର MyGov ପ୍ଲାଟଫର୍ମରେ ଏହି ସୁବିଧା ପ୍ରଦାନ କରିଥିଲେ ।
୧ ଫେବୃଆରୀରେ ସକାଳ ୧୧ ଟାରେ ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ । ଲୋକସଭା ସଚିବାଳୟ ଏହି ସୂଚନା ଦେଇଛନ୍ତି । ରାଜନୈତିକ ବ୍ୟାପାର କ୍ୟାବିନେଟ୍ କମିଟି (ସିସିପିଏ) ଦ୍ୱାରା ଏହା ସୁପାରିଶ କରାଯାଇଥିଲା ।