News18 Odia Digital
2000 Rupees Note News: ଯଦି ଆପଣଙ୍କ ପାଖରେ ମଧ୍ୟ ୨୦୦୦ ଟଙ୍କା(2000 rupees note) ନୋଟ୍ ଅଛି, ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (FM Nirmala Sitharaman) ଏକ ବଡ଼ ସୂଚନା ଦେଇଛନ୍ତି। ପ୍ରାୟ ୬ ବର୍ଷର ବିମୁଦ୍ରୀକରଣ ପରେ ମୁଦ୍ରା ନୋଟ୍ ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କଠାରୁ ଏଭଳି ଅପଡେଟ ଆସିଛି। ଆଜିକାଲି ୨୦୦୦ ଟଙ୍କିଆ ନୋଟର ଆଲୋଚନା ସବୁଆଡେ ଦେଖାଯାଉଛି। ଗତ କିଛି ବର୍ଷ ମଧ୍ୟରେ ଏହି ନୋଟ୍ ଗୁଡିକ ଯଥେଷ୍ଟ ହ୍ରାସ ପାଇଛି। ୨୦୦୦ ଟଙ୍କା ନୋଟ୍ ସମ୍ବନ୍ଧରେ ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କ(Reserve Bank Of India) ଦ୍ୱାରା କୌଣସି ନିର୍ଦ୍ଦେଶ ଦିଆଯାଇଛି କି? ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜେ ସଂସଦରେ ଏ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି।
ଆଜିକାଲି ଦେଖାଯାଉଛି ଯେ ୨୦୦୦ ଟଙ୍କା ବଦଳରେ ୫୦୦ ଏବଂ ୨୦୦ ଟଙ୍କାର ଅଧିକ ନୋଟ୍ ବ୍ୟାଙ୍କର ଏଟିଏମରୁ ବାହାରୁଛି। ବଜାରରୁ ୨୦୦୦ ଟଙ୍କିଆ ନୋଟ୍ ହଟାଇବାକୁ ସରକାର ଯୋଜନା କରୁଛନ୍ତି କି? ସଂସଦରେ ଏହି ପ୍ରସଙ୍ଗ ଉଠିଛି। ଲୋକସଭାରେ ସାଂସଦ ସନ୍ତୋଷ କୁମାର (Santosh Kumar) ଅର୍ଥମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି, ଯାହାକୁ ଅର୍ଥମନ୍ତ୍ରୀ ନିଜେ ଉତ୍ତର ଦେଇଛନ୍ତି।
ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତିଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ପ୍ରକାଶ କରିଛନ୍ତି ଯେ ଆରବିଆଇର ବାର୍ଷିକ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୦୧୭ ଏବଂ ମାର୍ଚ୍ଚ ୨୦୨୨ ରେ ମୋଟ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟଗୁଡ଼ିକର ମୂଲ୍ୟ ୯.୫୧୨ ଲକ୍ଷ କୋଟି ଏବଂ ୨୭.୦୫୭ ଲକ୍ଷ କୋଟି ଥିଲା।
SBI କଷ୍ଟମର ଧ୍ଯାନ ଦିଅନ୍ତୁ! ଆପଣଙ୍କ ଆକାଉଣ୍ଟରୁ କଟିଛି କି ଟଙ୍କା?
ଆରବିଆଇ ନିର୍ଦ୍ଦେଶ ଦେଇନାହିଁଏହା ସହିତ ଅର୍ଥମନ୍ତ୍ରୀ ମଧ୍ୟ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଦ୍ୱାରା ଏଭଳି କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ। କେଉଁ ମୂଲ୍ୟବର୍ଗରେ କେଉଁ ନୋଟ ରହିବ ଓ କେବେ ହେବ ତାହା ବ୍ୟାଙ୍କ ନିଜେ ସ୍ଥିର କରିଛି। ଏହା ସହିତ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆରବିଆଇର ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୧୯-୨୦ ବର୍ଷ ଠାରୁ ୨୦୦୦ ଟଙ୍କା ନୋଟ୍ ଛପା ହୋଇନାହିଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।