News18 Odia Digital
Influenza outbreak: ବର୍ତ୍ତମାନ ଭାରତରେ ଇନଫ୍ଲାଏଞ୍ଜା (Influenza) ଅର୍ଥାତ୍ ଥଣ୍ଡା ଜ୍ୱର ରୋଗ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି, ଯେଉଁଥିରେ ଲଗାତାର କାଶ ହେବାର ଅଭିଯୋଗ ରହିଛି।
ଇନଫ୍ଲାଏଞ୍ଜାରେ ଆକ୍ରାନ୍ତ ବ୍ୟକ୍ତିଙ୍କର ଅନେକ ସପ୍ତାହ ପର୍ଯ୍ୟନ୍ତ କାଶ ସମସ୍ୟା ହୋଇପାରେ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଇନଫ୍ଲାଏଞ୍ଜା ଇଜେକ୍ସନ୍ ବିଷୟରେ କମ୍ ସଚେତନତା ଯୋଗୁଁ, ସାରା ଦେଶରେ ଏହାର ରୋଗ ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା କଥା ହେଲା ଯେ ଜଣେ ବ୍ୟକ୍ତି ପ୍ରତିବର୍ଷ ଇନଫ୍ଲାଏଞ୍ଜାରେ ଇଞ୍ଜେକ୍ସନ ଦେବା ଉଚିତ୍।
ଆଇସିଏମଆର ଆଡଭାଇଜରୀ ଜାରି କରି କହିଛି ଯେ ଇନଫ୍ଲୁଏଞ୍ଜା ଏ ସବଟାଇପ ଏଚଥ୍ରୀଏନଟୁ ଭାଇରସ ଯୋଗୁଁ ଏଭଳି ଘଟଣା ଘଟୁଛି । କିଛି କ୍ଷେତ୍ରରେ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁଛି । କିଛି ଲୋକ ସୁସ୍ଥ ହେବା ପରେ ମଧ୍ୟ ସେମାନଙ୍କ ନିକଟରେ ଲକ୍ଷଣ ପ୍ରକାଶ ପାଉଛି । ଏହି ଭାଇରସ ଘାତକ ନୁହେଁ ତଥାପି ସର୍ତକ ରହିବା ଜରୁରୀ ।
ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଲେ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ । ହାତକୁ ଭଲଭାବରେ ସଫା କରିବା, ମାସ୍କ ପିନ୍ଧି ଗହଳି ସ୍ଥାନକୁ ଯିବା, କାଶ ଛିଙ୍କ ବେଳେ ମୁହଁ ଘୋଡାଇ ରଖିବା, ପ୍ରଚୁର ପରିମାଣରେ ପାଣି ପିଇବା, ଆଖି ନାକକୁ ଛୁଇଁବାନି, ହାତ ମିଳାଇବାକୁ ବାରଣ କରାଯାଇଛି । ଗତ ଦୁଇମାସ ହେବ ଲୋକଙ୍କ ନିକଟରେ ଏଭଳି ଲକ୍ଷଣ ପ୍ରକାଶ ପାଉଛି । ଯଦିଓ କରୋନା ମହାମାରୀ ସଙ୍କଟ କମ ହୋଇଛି ତଥାପି ଲଗାତାର ଶରୀରରେ ଥଣ୍ଡା, ଜର କାଶ ରହୁଥିବା ଯୋଗୁଁ ଲୋକମାନେ ଭୟଭୀତ ରହୁଛନ୍ତି ।ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।