News18 Odia Digital
Floor Test: ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ବିଜେପି ଶିବସେନାଙ୍କ ବିଦ୍ରୋହୀ ଦଳ ସରକାର ଆଜି ମହାରାଷ୍ଟ୍ର ବିଧାନସଭାରେ ନିଜର ବହୁମତ ପ୍ରମାଣ କରିଛନ୍ତି। ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟାଗରିଷ୍ଠତା ୧୪୫ ଥିଲା, ଅର୍ଥାତ୍ ସିନ୍ଦେ ସରକାରଙ୍କୁ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲା, କିନ୍ତୁ ସେମାନେ ଏହା ଅପେକ୍ଷା ଅଧିକ ବିଧାୟକଙ୍କ ସମର୍ଥନ ହାସଲ କରୁଛନ୍ତି।
ଆସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ବିରୋଧୀ ଦଳର ନେତାମାନଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି।
ବିଧାନସଭାରେ 'ଇଡି' ସ୍ଲୋଗାନକୁ ଫଡନାଭିସ୍ ଆପତ୍ତି କରି କହିଥିଲେ, ‘‘ଆଜ୍ଞା ହଁ, ଏହା ହେଉଛି ଇଡି କି ସରକାର। ଇଡି ସରକାରରେ ଇ ଅର୍ଥ ହେଉଛି ଏକନାଥ ସିନ୍ଦେ ଓ ଡି ଅର୍ଥ ଦେବେନ୍ଦ୍ର ଫଡନାଭିସ୍।’’
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।