ମଧ୍ୟ ପ୍ରଦେଶ: ସୁପ୍ରିମ କୋର୍ଟଙ୍କ ଆଦେଶ ଯୋଗୁଁ ଆଜି ଅପରାହ୍ଣ ୫ଟା ସୁଦ୍ଧା ଫ୍ଲୋର୍‌ ଟେଷ୍ଟ୍‌ ହେବ

ବିଧାନ ସଭାର ସମଗ୍ର ପ୍ରକ୍ରିୟାର ଭିଡିଓ ରେକର୍ଡିଂକୁ କରିବାକୁ ମଧ୍ୟ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ବିଧାନ ସଭା ଅଧିବେଶନର ଏକ ମାତ୍ର ଲକ୍ଷ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ହେବା ଉଚିତ ବୋଲି କହିଛନ୍ତି କୋର୍ଟ ।

ମଧ୍ୟ ପ୍ରଦେଶ: ସୁପ୍ରିମ କୋର୍ଟଙ୍କ ଆଦେଶ ଯୋଗୁଁ ଆଜି ଅପରାହ୍ଣ ୫ଟା ସୁଦ୍ଧା ଫ୍ଲୋର୍‌ ଟେଷ୍ଟ୍‌ ହେବ
କମଳ ନାଥ (ଫାଇଲ୍ ଫଟୋ)
  • News18 Odia
  • Last Updated: March 20, 2020, 1:02 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ / ଭୋପାଳ: ମଧ୍ୟ ପ୍ରଦେଶରେ ରାଜନୈତିକ ଉତ୍ତେଜନା ପୁଣି ଥରେ ତୀବ୍ର ହୋଇଛି । ସୁପ୍ରିମ କୋର୍ଟ କମଳ ନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କୁ ଏକ ବଡ଼ ଝଟକା ଦେଇ ଶୁକ୍ରବାର ଅପରାହ୍ଣ ୫ଟା ସୁଦ୍ଧା ବିଧାନ ସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମ କୋର୍ଟ କହିଛନ୍ତି ଯେ ଶୁକ୍ରବାର ସନ୍ଧ୍ୟା ପାଞ୍ଚଟା ସୁଦ୍ଧା ବିଧାନ ସଭାରେ ଶକ୍ତି ପରୀକ୍ଷା ପ୍ରକ୍ରିୟା ଶେଷ ହେବା ଉଚିତ । ପ୍ରଦେଶ ବିଧାନ ସଭା ସଚିବଙ୍କୁ ଆଇନ ଓ ଶୃଙ୍ଖଳା ଯେପରି ଖରାପ ନ ହୁଏ ସେଥି ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବିଧାନ ସଭାର ସମଗ୍ର ପ୍ରକ୍ରିୟାର ଭିଡିଓ ରେକର୍ଡିଂକୁ କରିବାକୁ ମଧ୍ୟ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ଦିନ ବିଧାନ ସଭା ଅଧିବେଶନର ଏକ ମାତ୍ର ଲକ୍ଷ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ହେବା ଉଚିତ ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ।

ବେଙ୍ଗାଲୁରୁରେ ଥିବା କଂଗ୍ରେସର ୧୬ ଜଣ ବିଦ୍ରୋହୀ ବିଧାୟକ ଯଦି ବିଧାନ ସଭାରେ ଶକ୍ତି ପରୀକ୍ଷାରେ ଯୋଗଦେବାକୁ ଚାହାଁନ୍ତି ତେବେ ସେମାନଙ୍କୁ ସୁରକ୍ଷା ଯୋଗାଇବାକୁ ମଧ୍ୟ ପ୍ରଦେଶ ଓ କର୍ଣ୍ଣାଟକର ପୋଲିସ ମୁଖ୍ୟଙ୍କୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂ ଚୌହାନ ସ୍ୱାଗତ କରିଛନ୍ତି । ଶିବରାଜ ସିଂ କମଳ ନାଥଙ୍କ ଉପରେ ଏକ ବଡ ଆକ୍ରମଣ କରି କହିଛନ୍ତି ଯେ ବର୍ତ୍ତମାନର କ୍ଂଗ୍ରେସ ସରକାରକୁ ଜନସାଧାରଣଙ୍କ ଦୁଃଖରେ ରଖିଥିବା କାରଣରୁ ବୁଡିବାକୁ ପଡ଼ୁଛି ।

ଆତଙ୍କ, ଚାପ, ଲୋଭ ଓ ପ୍ରଲୋଭନ ପାଇଁ କମଳ ନାଥ ସରକାର ବିଫଳ ହେଲା । ଏ ସବୁରେ ଦିଗବିଜୟ ସିଂ ମଧ୍ୟ ଜଡିତ ଥିଲେ । ତେଣୁ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ଆସର ଶିରୋଧାର୍ଯ୍ୟ । ଆସନ୍ତା କାଲି ସଂଖ୍ୟାଗରିଷ୍ଠତାର ପରୀକ୍ଷା ହେବ, ହାତ ଉଠାଇ ହେବ, ଆଉ ଆମର ବିଶ୍ୱାସ ଯେ ଏହି ଅଳ୍ପସଂଖ୍ୟକ ସରକାର ଗଡ଼ି ପଡ଼ିବ । ଏହି ସରକାର ଲୋକଙ୍କ ସହ ବିଶ୍ୱାସଘାତକତା କରିଛି,’’ କହିଛନ୍ତି ଶିବରାଜ ସିଂ ଚୌହାନ ।

କଂଗ୍ରେସର ୨୨ ଜଣ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଯୋଗୁଁ ମଧ୍ୟ ପ୍ରଦେଶର କମଳ ନାଥଙ୍କ କଂଗ୍ରେସ ସରକାର ଉପରେ ମେଘ ଘନେଇ ଆସିଛି। ବାଚସ୍ପତି ଛଅ ଜଣ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିଛନ୍ତି, ଆଉ ବାକି ୧୬ ଜଣ ବିଦ୍ରୋହୀ ବିଧାୟକ ଗତ କିଛି ଦିନ ହେଲା ବେଙ୍ଗାଲୁରୁରେ ଅଛନ୍ତି । ସେମାନଙ୍କ ଇସ୍ତଫା ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ । ସେହି ଇସ୍ତଫା ପରେ ବିଧାନ ସଭାରେ ମୋଟ ୨୨୨ ସଦସ୍ୟ ଅଛନ୍ତି, ଆଉ ଶାସକ ଦଳର ସଦସ୍ୟଙ୍କ ସଂଖ୍ୟା ୧୦୮କୁ ହ୍ରାସ ପାଇଛି। ବର୍ତ୍ତମାନ ବିଧାନ ସଭାରେ ଭାରତୀୟ ଜନତା ପାର୍ଟିର ସଦସ୍ୟଙ୍କ ସଂଖ୍ୟା ୧୦୭ ।

ମଧ୍ୟ ପ୍ରଦେଶରେ ଦୁଇ ଜଣ ବିଧାୟକଙ୍କ ମୃତ୍ୟୁ ହୋଇଥିବା କାରଣରୁ ବିଧାନ ସଭାରେ ମୋଟ ୨୨୮ ଜଣ ବିଧାୟକ ଅଛନ୍ତି । ଛଅ ଜଣ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରେ ବର୍ତ୍ତମାନ ୨୨୨ ଜଣ ବିଧାୟକ ଅଛନ୍ତି। ତେଣୁ ସଂଖ୍ୟାଗରିଷ୍ଠତା ପାଇଁ ଦରକାର ହେଉଛି ୧୧୨ ଜଣ ବିଧାୟକ । କଂଗ୍ରେସ ମିଳିତ ମଞ୍ଚରେ ୧୦୮ ଜଣ ବିଧାୟକ ଥିବା ବେଳେ ବିଜେପିରେ ୧୦୭ ଜଣ ବିଧାୟକ ଅଛନ୍ତି । ଯଦି ବାକି ୧୬ ଜଣ ବିଧାୟକଙ୍କ ଇସ୍ତଫା ଅନୁମୋଦନ ହୁଏ, ତେବେ କଂଗ୍ରେସରେ କେବଳ ୯୨ ଜଣ ବିଧାୟକ ରହିବେ । ଏହି ପରିସ୍ଥିତିରେ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ମଧ୍ୟ ପ୍ରଦେଶରେ ସରକାର ଗଠନ ନିଶ୍ଚିତ ବୋଲି ଅନୁମାନ କରାଯାଉଛି ।
First published: March 20, 2020, 1:02 AM IST
corona virus btn
corona virus btn
Loading