Flood in Northeast: ବନ୍ୟା ଯୋଗୁଁ ଉତ୍ତର ପୂର୍ବ ରାଜ୍ୟ ପ୍ରଭାବିତ; ୫୫ ମୃତ

ଗତ ୪ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଉତ୍ତର ପୂର୍ବ ରାଜ୍ୟର କିଛି ଅଞ୍ଚଳରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଉଠିଛି। ବନ୍ୟା ବିପର୍ଯ୍ୟୟ ଯୋଗୁଁ ଆସାମରେ ମୃତ୍ୟୁ ସଂଖ୍ୟା ୫୫ରେ ପହଞ୍ଚିଛି।

ଗୋଲାପୋରା ଜିଲ୍ଲାରେ ବନ୍ୟା ପରିସ୍ଥିତି (ପ୍ରତୀକାତ୍ମକ ଛବି)

ଗୋଲାପୋରା ଜିଲ୍ଲାରେ ବନ୍ୟା ପରିସ୍ଥିତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଲଗାତାର ଚତୁର୍ଥ ଦିନ ଉତ୍ତର ପୂର୍ବ ରାଜ୍ୟର କିଛି ଅଞ୍ଚଳରେ ଲଗାତାର ବର୍ଷା ହେତୁ ବନ୍ୟା ପରିସ୍ଥିତି ଆହୁରି ବିଗିଡି ଯାଇଛି ଏବଂ ଏହାର ପ୍ରମୁଖ ନଦୀଗୁଡ଼ିକରେ ଜଳ ସ୍ତର ବୃଦ୍ଧି ପାଇଛି।  ଆସାମରେ ବର୍ଷା ଯୋଗୁଁ ଦୁଇ ଶିଶୁଙ୍କ ସମେତ ନଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚଳିତ ବର୍ଷ ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୫୫ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଏକ ବୁଲେଟିନ୍‌ରେ କୁହାଯାଇଛି। ରାଜ୍ୟର ୨୮ ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଯୋଗୁଁ ୧୯ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଡିମା ହାସାଓ, ଗୋଲପାରା, ହୋଜାଇ, କାମ୍ରୁପ ଏବଂ କାମ୍ରୁପ (ମହାନଗର) ଏବଂ ମୋରିଗାଓଁରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି।



ବନ୍ୟା ଯୋଗୁଁ ୨୦ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଫସଲ ନଷ୍ଟ ହୋଇଛି। ୧,୭୦୨ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୮୦ ହଜାର ଲୋକଙ୍କୁ ୧୫୦ଟି ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଅନେକ ରାସ୍ତା ନଷ୍ଟ ହୋଇଥିବା ବେଳେ ୫ ଶହରୁ ଅଧିକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।
Published by:Soumya Das
First published: