Flipkart ର ସ୍ପେଶାଲ ଅଫର୍! ସଂପୂର୍ଣ୍ଣ ମାଗଣାରେ ସ୍ମାର୍ଟଫୋନ୍ କିଣିବାର ସୁଯୋଗ; ମିଳିବ ୧୦୦% କ୍ୟାସବ୍ୟାକ୍

Flipkart Smart Pack: ଫ୍ଲିପକାର୍ଟ (Flipkart) ଏକ ସ୍ପେଶାଲ ଅଫର ଆଣିଛି । ଏହି ଅଫର ଅନୁଯାୟୀ କମ୍ପାନୀ ଆପଣଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ସ୍ମାର୍ଟଫୋନ୍ କିଣିବାର ସୁଯୋଗ ଦେଉଛି । ଜାଣନ୍ତୁ ଆପଣ କିପରି ଉପକୃତ ହୋଇପାରିବେ ।

Flipkart ର ସ୍ପେଶାଲ ଅଫର୍! ସଂପୂର୍ଣ୍ଣ ମାଗଣାରେ ସ୍ମାର୍ଟଫୋନ୍ କିଣିବାର ସୁଯୋଗ; ମିଳିବ ୧୦୦% କ୍ୟାସବ୍ୟାକ୍
Flipkart ର ସ୍ପେଶାଲ ଅଫର୍! ସଂପୂର୍ଣ୍ଣ ମାଗଣାରେ ସ୍ମା,ର୍ଟଫୋନ୍ କିଣିବାର ସୁଯୋଗ
  • News18 Odia
  • Last Updated: January 14, 2021, 10:49 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ୱାଲମାର୍ଟର ମାଲିକାନାରେ ଥିବା ଏକ ଅଗ୍ରଣୀ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ପ୍ରାୟତଃ ନିଜ ଗ୍ରାହକଙ୍କୁ ନୂଆ ନୂଆ ଅଫର ପ୍ରଦାନ କରିଥାଏ । ଏହା ବ୍ୟତୀତ ଅନେକ ସେଲର ମଧ୍ୟ ଆୟୋଜନ କରିଥାଏ । ଏହି ସେଲରେ ଗ୍ରାହକମାନେ ସ୍ମାର୍ଟଫୋନ୍, ଗ୍ୟାଜେଟ୍, ଇଲେକ୍ଟ୍ରୋନିକ୍ ଉତ୍ପାଦ ଇତ୍ୟାଦି ସୁଲଭ ମୂଲ୍ୟରେ ପାଇଥା’ନ୍ତି । ବର୍ତ୍ତମାନ କମ୍ପାନୀ ସମ୍ପୂର୍ଣ୍ଣ ମାଗଣାରେ ସ୍ମାର୍ଟଫୋନ୍ କିଣିବାର ସୁଯୋଗ ଦେଉଛି । ଏହି ଅଫର ୧୭ ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଛି । ଏହି ଅଫର ଅନୁଯାୟୀ ଆପଣ ଫ୍ଲିପକାର୍ଟରୁ ମାଗଣାରେ ସ୍ମାର୍ଟଫୋନ୍ କିଣିପାରିବେ । ଜାଣନ୍ତୁ ଏହି ଅଫର ବିଷୟରେ ଓ ଏହାର ଫାଇଦା କିପରି ନେଇପାରିବେ ।

୧୦୦% ମିଳିବ କ୍ୟାସବ୍ୟାକ୍ 
୧୭ ଜାନୁଆରୀରୁ ଫ୍ଲିପକାର୍ଟ ସ୍ମାର୍ଟପ୍ୟାକ୍ ପ୍ରୋଗ୍ରାମ ଅଧୀନରେ ମାଗଣାରେ ଫୋନ୍ କିଣିବାର ସୁଯୋଗ ପ୍ରଦାନ କରୁଛି । ଏଥିରେ ଗ୍ରାହକମାନେ ନିଜ ପସନ୍ଦର ସ୍ମାର୍ଟଫୋନ୍ କିଣିପାରିବେ । ଫ୍ଲିପକାର୍ଟ ସ୍ମାର୍ଟପ୍ୟାକ୍ ପ୍ରୋଗ୍ରାମ୍ ହେଉଛି ଏକ ସଦସ୍ୟତା ଆଧାରିତ ସେବା । ଏଥିପାଇଁ ଉପଭୋକ୍ତାଙ୍କୁ ସ୍ମାର୍ଟଫୋନ୍ କିଣିବା ସମୟରେ ୧୨ ମାସ କିମ୍ବା ୧୮ ମାସର ସବସ୍କ୍ରିପସନ୍ କିଣିବାକୁ ପଡିବ । ସଦସ୍ୟତା ଅବଧି ସମାପ୍ତ ହେବା ପରେ ଉପଭୋକ୍ତା ସେହି ସ୍ମାର୍ଟଫୋନର ୧୦୦% କ୍ୟାସବ୍ୟାକ୍ ପାଇବେ ।

ସ୍ମାର୍ଟପ୍ୟାକ୍ ମାସିକ ଶୁଳ୍କ ୩୯୯ ରୁ ଆରମ୍ଭ ହେଉଛି
ଫ୍ଲିପକାର୍ଟ ବ୍ୟବହାରକାରୀଙ୍କୁ ଗୋଲ୍ଡ, ସିଲଭର, ବ୍ରୋଞ୍ଜ ସ୍ମାର୍ଟପ୍ୟାକ୍ ପ୍ରଦାନ କରିବ । ସଦସ୍ୟତା ଅବଧି ୧୨ ମାସ କିମ୍ବା ୧୮ ମାସ ହେବ । ଏହି ସ୍ମାର୍ଟପ୍ୟାକର ମାସିକ ଶୁଳ୍କ ୩୯୯ ରୁ ଆରମ୍ଭ ହେବ । ଏକ ନୂତନ ସ୍ମାର୍ଟଫୋନ୍ କିଣିବା ସମୟରେ ଉପଭୋକ୍ତାମାନେ ସେମାନଙ୍କ ପସନ୍ଦରୁ ଏହି ସ୍ମାର୍ଟ ପ୍ୟାକ୍ ମଧ୍ୟରୁ ଗୋଟିଏ ବାଛିପାରିବେ । ସ୍ମାର୍ଟପ୍ୟାକ୍ କିଣିବା ପରେ ଗ୍ରାହକମାନେ ସୋନିଲିଭ୍, ଜି ୫ ପ୍ରିମିୟମ୍, ଭୋଟ ସିଲେକ୍ଟ, ଜୋମାଟୋ ପ୍ରୋ ଭଳି ସେବା ମଧ୍ୟ ପାଇବେ ।

ଗୋଲ୍ଡ ପ୍ଲାନରେ ଆପଣ ଶତ ପ୍ରତିଶତ ଟଙ୍କା, ସିଲଭର ପ୍ୟାକ୍ରେ ୮୦ ପ୍ରତିଶତ ମନିବ୍ୟାକ୍ ପାଇବେ । ଏଥି ସହିତ, ବ୍ରୋଞ୍ଜ ପ୍ୟାକ୍ ଗ୍ରାହକମାନେ ସ୍ମାର୍ଟଫୋନ୍ କିଣିବାରେ ୬୦ ପ୍ରତିଶତ ଟଙ୍କା ପାଇବେ ।

ଏହା ହେଉଛି କଣ୍ଡିଶନ୍
ସ୍ମାର୍ଟପ୍ୟାକର ସବସ୍କ୍ରିପସନ୍ ସମୟ ସମାପ୍ତ ହେବା ପରେ ଆପଣ ସ୍ମାର୍ଟଫୋନର ୧୦୦ ପ୍ରତିଶତ ଟଙ୍କା ଫେରସ୍ତ ପାଇବ । ଯଦିଓ ଏଥିପାଇଁ ଆପଣଙ୍କ ଫୋନ୍ କାର୍ଯ୍ୟ ସ୍ଥିତିରେ ରହିବା ଜରୁରୀ । ଫୋନ୍ କାର୍ଯ୍ୟ ସ୍ଥିତିରେ ରହିବା ଉଚିତ ଓ IMEI ନମ୍ବର ଫୋନରେ ଦୃଶ୍ୟମାନ ହେବା ଉଚିତ । ସ୍ମାର୍ଟପ୍ୟାକ୍ ଯୋଜନା ଉପରେ ନିର୍ଭର କରି ଆପଣ ଡିଭାଇସ୍ ଫେରାଇବା ମାତ୍ରେ ଟଙ୍କା ଫେରସ୍ତ ପାଇବେ ।

ଏହି ଫୋନ୍ ଗୁଡିକ ଅଫରରେ ଅନ୍ତର୍ଭୂକ୍ତ କରାଯାଇଛି
ଲୋକପ୍ରିୟ ବ୍ରାଣ୍ଡ ଯେପରିକି ରିଅଲମି, ପୋକୋ, ସାମସଙ୍ଗ, ରେଡମି, ମୋଟରୋଲା, ଇନଫିନିକ୍ସ, ଓପୋ, ଭିଭୋ ଓ ଅନ୍ୟମାନଙ୍କଠାରୁ ସବସ୍କ୍ରିପସନ୍ ଅଫର ନିଆଯାଇପାରେ ।
Published by: Jagdish Barik
First published: January 14, 2021, 10:49 AM IST
corona virus btn
corona virus btn
Loading