ବିମାନ ଖାଦ୍ୟରୁ ବାହାରିଲା ସାପ ମୁଣ୍ଡ; ସତ ମାନିଲା ବିମାନ କ୍ର୍ୟୁ

ଜଣେ କ୍ର୍ୟୁ ସଦସ୍ୟ ଖାଇବା ବେଳେ ତାଙ୍କ ଥାଳିରୁ ସାପ ମୁଣ୍ଡ ବାହାରିଛି। ତୁର୍କୀର ଏକ ବିମାନରେ ଏଭଳି ଘଟଣା ଘଟିଛି।

ଖାଇବା ଥାଳିରୁ ବାହାରିଲା ସାପ ମୁଣ୍ଡ (ପ୍ରତୀକାତ୍ମକ ଛବି)

ଖାଇବା ଥାଳିରୁ ବାହାରିଲା ସାପ ମୁଣ୍ଡ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବିମାନ ଖାଦ୍ୟରୁ ବାହାରିଲା ସାପ ମୁଣ୍ଡ। ଜଣେ କ୍ର୍ୟୁ ସଦସ୍ୟ ଖାଇବା ବେଳେ ତାଙ୍କ ଥାଳିରୁ ସାପ ମୁଣ୍ଡ ବାହାରିଛି। ତୁର୍କୀର ଏକ ବିମାନରେ ଏଭଳି ଘଟଣା ଘଟିଛି। ସନ୍‌ଏକ୍ସପ୍ରେସ୍ ବିମାନରେ ଜୁଲାଇ ମାସ ୨୧ ତାରିଖରେ ଏହି ଘଟଣା ଘଟିଛି। ବିମାନଟି ତୁର୍କୀର ଅଙ୍କରାରୁ ଜର୍ମାନୀ ଯାଉଥିଲା।

ଖାଦ୍ୟ ଥାଳିରେ ଥିଲା ଶାଗ ଓ ବିଭିନ୍ନ ପ୍ରକାର ସ୍ନାକ୍ସ ଥିଲା। କ୍ର୍ୟୁ ସଦସ୍ୟ ନିଜ ଖାଦ୍ୟ ଥାଳିରୁ ଶାଗ ଖାଉଥିବା ବେଳେ  ସେଥିରୁ ସାପ ମୁଣ୍ଡ ବାହାରିଥିଲା। ସଦସ୍ୟ ଜଣଙ୍କ ବିମାନ ଭିତରେ ଛାନିଆ ହୋଇପଡ଼ିଥିଲେ। ଏନେଇ ସେ ଭୟଭୀତ ହେବା ସହ ସ୍ୱାସ୍ଥ୍ୟ ବାବଦରେ ଚିନ୍ତିତ ହୋଇ ପଡ଼ିଥିଲେ।

ବିମାନ କ୍ର୍ୟୁ ମଧ୍ୟ ଖାଦ୍ୟ ଥାଳିରୁ ସାପମୁଣ୍ଡ ବାହାରିଥିବା କଥା ସ୍ଵୀକାର କରିଛନ୍ତି କରିଛନ୍ତି। ଖାଦ୍ୟରୁ ସାପମୁଣ୍ଡ ବାହାରିବାର ଏକ ଭିଡ଼ିଓ କରି ଟ୍ୱିଟ କରାଯିବା ପରେ ଏହା ଭାଇରାଲ ହୋଇଛି। ଏହି ଘଟଣା ପରେ ବିମାନ ଚଳାଚଳ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଦେଇଛନ୍ତି।
Published by:Soumya Das
First published: