PM Modi Chennai Visit: ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେନ୍ନାଇ ଗସ୍ତ ପାଇଁ ପାଞ୍ଚ ସ୍ତରୀୟ କଡ଼ା ସୁରକ୍ଷା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୮ ଓ ୨୯ ଜୁଲାଇରେ ଦକ୍ଷିଣ ତାମିଲନାଡୁ ଗସ୍ତରେ ଯାଇ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ । ପୋଲିସଙ୍କ ସୂଚନା ଅନୁଯାୟୀ, ଜୁଲାଇ ୨୮ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୁଇ ଦିନିଆ ଗସ୍ତ ପୂର୍ବରୁ ଚେନ୍ନାଇରେ ଏକ ପାଞ୍ଚ ସ୍ତରୀୟ ସୁରକ୍ଷା ସ୍ଥାପନ କରାଯାଇଛି।

 PM ମୋଦି

PM ମୋଦି

  • Share this:
News 18 Odia Digital

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୮ ଓ ୨୯ ଜୁଲାଇରେ ଦକ୍ଷିଣ ତାମିଲନାଡୁ ଗସ୍ତରେ ଯାଇ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ । ପୋଲିସଙ୍କ ସୂଚନା ଅନୁଯାୟୀ, ଜୁଲାଇ ୨୮ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଦିନିଆ ଗସ୍ତ ପୂର୍ବରୁ ଚେନ୍ନାଇରେ ଏକ ପାଞ୍ଚ ସ୍ତରୀୟ ସୁରକ୍ଷା ସ୍ଥାପନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଦ୍ଵାରା ଜାରି ବିବୃତ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦିନ ଚେନ୍ନାଇରେ ପହଞ୍ଚି ୪୪ ତମ ଅନ୍ତର୍ଜାତୀୟ ଚେସ ଅଲମ୍ପିଆଡ ଉଦଘାଟନ କରିବେ ଏବଂ ଜୁଲାଇ ୨୯ ରେ ଆନ୍ନା ବିଶ୍ୱବିଦ୍ୟାଳୟର ସମାରୋହରେ ଯୋଗଦେବେ ।

ପିଏମ ମୋଦିଙ୍କ ସୁରକ୍ଷା ସମ୍ପର୍କରେ ଚେନ୍ନାଇ ପୋଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ ପୋଲିସ କମିଶନର ଶଙ୍କର ଜିୱାଲ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପିଏମ ମୋଦିଙ୍କ ପାଇଁ ଏକ ପାଞ୍ଚ ସ୍ତରୀୟ ସୁରକ୍ଷା ପାଇଁ ବରିଷ୍ଠ ଅଧିକାରୀଙ୍କ ସମେତ ୨୨,୦୦୦ ପୋଲିସ କର୍ମଚାରୀ ନିୟୋଜିତ ହେବେ । ଏଥିସହ, କ୍ରାଇମବ୍ରାଞ୍ଚ (CRPC) ର ଧାରା ୧୪୪ ଅନୁଯାୟୀ ପୋଲିସ ମାଇକ୍ରୋଲାଇଟ୍ ବିମାନ, ହଟ୍ ଏୟାର ବେଲୁନ୍, ଗ୍ୟାସ୍ ବେଲୁନ୍, ଛୋଟ ଆକାରର ବିମାନ ଏବଂ ପାରା-ଜମ୍ପ ଭଳି ବସ୍ତୁ ଉଡ଼ାଣ ଉପରେ କଟକଣା ଜାରି କରିଛି ।

ମୋଦି ପ୍ରଥମେ ନିଜ ଘର ଗୁଜୁରାଟ ଏବଂ ତା’ପରେ ଦକ୍ଷିଣ ତାମିଲନାଡୁ ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୨୮ ରେ ପରିଦର୍ଶନ କରିବେ । ଜୁଲାଇ ୨୮ ତାରିଖ ମଧ୍ୟାହ୍ନ ୧୨ ଟା ସମୟରେ ଗୁଜୁରାଟର ଗନ୍ଧୋଡା ଛକ ନିକଟରେ ୧୦୦୦ କୋଟି ଟଙ୍କା ମୂଲ୍ୟର ସାବର ଦୁଗ୍ଧର ଉଦଘାଟନ କରିବେ ।
Published by:Soumyashree Mishra
First published: