ବାଗଦାଦରେ ଆମେରିକାର ଦୂତାବାସ ନିକଟରେ ପୁଣି ୫ଟି ରକେଟ ମାଡ଼ ପରେ ବଢ଼ିଲା ଆଶଙ୍କା; ଲୋକେ ଆତଙ୍କିତ

ଇରାନର କୁଦସ ଫୋର୍ସର କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନୀର ଆମେରିକାର ଡ୍ରୋନ ଆକ୍ରମଣରେ ମୃତ୍ୟୁ ହେବାପରେ ମଧ୍ୟପୂର୍ବରେ ଅଶାନ୍ତି ଏବଂ ବିବାଦ ବଢ଼ିଛି ।

ବାଗଦାଦରେ ଆମେରିକାର ଦୂତାବାସ ନିକଟରେ ପୁଣି ୫ଟି ରକେଟ ମାଡ଼ ପରେ ବଢ଼ିଲା ଆଶଙ୍କା; ଲୋକେ ଆତଙ୍କିତ
ପ୍ରତୀକାତ୍ମକ ଫଟୋ
  • News18 Odia
  • Last Updated: January 27, 2020, 2:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଗଦାଦ: ଇରାକ ରାଜଧାନୀ ବାଗଦାଦରେ ପୁଣିଥରେ ଆମେରିକା ଦୂତାବାସ ନିକଟରେ ୫ଟି ରକେଟ ମାଡ ହୋଇଛି । କିଛି ଦିନ ପୂର୍ବରୁ ସେଠାରେ ଏହିଭଳି ରକେଟ ମାଡ଼ କରାଯାଇଥିବାବେଳେ ଏନେଇ ଇରାନକୁ ଦାୟୀ କରାଯାଇଥିଲା । ଏହି ଆକ୍ରମଣ ପରେ ଆମେରିକା ଇରାନକୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଥିଲା । ଇରାନର କୁଦସ ଫୋର୍ସର କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନି ଆମେରିକାର ଏୟାର ଆଟାକରେ ମୃତ୍ୟୁ ହେବା ପରେ ମଧ୍ୟପୂର୍ବରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା ।

ସାମାଚାର ଏଜେନ୍ସି ଏଏଫପି ଅନୁସାରେ ଟାଇଗ୍ରିସର ପଶ୍ଚିମ ପାଖରେ ରକେଟ ମାଡ଼ର ଶବ୍ଦ ଶୁଣାଯାଇଥିଲା । ପଶ୍ଚିମ ପାଖରେ ଏହି ଆମେରିକା ଦୂତାବାସର  ଅଧିକାଂଶ ବିଦେଶୀ ରାଜଦୂତଙ୍କ ମିଶନ ଗୁଡ଼ିକ ଅବସ୍ଥିତ । ଇରାକରେ ସୁରକ୍ଷାବଳ କହିଛନ୍ତି ହାଇ ସିକ୍ୟୁରିଟି ଗ୍ରୀନ ଜୋନରେ  ଆମେରିକା ଦୂତାବାସ ପାଖରେ ୫ଟି ରକେଟ ମାଡ଼ କରାଯାଇଛି । ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ଏହି ଆକ୍ରମଣ  ପାଇଁ ବର୍ତ୍ତମାନ  ପର୍ଯ୍ୟନ୍ତ କେହି ନିଜକୁ ଦାୟୀ କରିନାହାନ୍ତି । ମାତ୍ର ଏହି ଆକ୍ରମଣ ପାଇଁ ପୁଣିଥରେ ଇରାନକୁ ଦାୟୀ କରାଯାଉଛି ।

ନିକଟରେ ବାଗଦାଦରେ ମୁସଲିମ ଧର୍ମଗୁରୁ ମୋକତଦା ସଦର ଏକ ରାଲି କରିଥିଲେ । ଏହି ରାଲି ମାଧ୍ୟମରେ ମୋକତଦା ଆମେରିକାର ସୈନିକମାନଙ୍କୁ ଇରାକରୁ ଯିବା ପାଇଁ ଅପିଲ କରିଥିଲେ । ଏହି ଆକ୍ରମଣପରେ ପୁଣିଥରେ ଆମେରିକା ଏବଂ ଇରାନ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇଛି । ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍ ବିରୋଧରେ ଲଢ଼େଇ ପାଇଁ ଇରାକରେ ପାଖାପାଖି ୫୨ହଜାର ଆମେରିକା ସୈନ୍ୟ ଜମା ହୋଇଛନ୍ତି । ତେବେ ଇରାକରୁ ଏହି ଆମେରିକୀୟ ସୈନ୍ୟମାନଙ୍କୁ ଫେରାଇନେବାକୁ ଜୋରଦାର ଦାବି  ହେଉଥିବାବେଳେ ଆମେରିକା ପକ୍ଷରୁ ଏହାକୁ ଖାରଜ କରାଯାଇଛି ।

ଆମେରିକା ଲମ୍ବା ସମୟ ପରେ ଏହା ସ୍ବିକାର କରିଛି ଯେ, ଇରାନ ପକ୍ଷରୁ ମାଡ଼ କରାଯାଇଥିବା ମିଜାଇଲ ଦ୍ବାରା ଆମେରିକାର ୩୪ଜଣ ଯବାନ ଆହତ ହୋଇଥିଲେ । କୁଦସ ଫୋର୍ସର ପ୍ରମୁଖ ମେଜର ଜେନେରାଲ କାସିମ ସୁଲେମାନିଙ୍କ ମୃତ୍ୟୁ ପରେ ଇରାନ ବଡ଼ ପ୍ରତିଆକ୍ରମଣ କରି ଇରାକରେ ଥିବା ଆମେରିକାର ଏୟାରବେସ ଉପରେ ଆକ୍ରମଣ କରିଥିଲା । ଇରାନର ଏହି ଆକ୍ରମଣ ପରେ ୮୦ଜଣ ଆମେରିକା ସୈନ୍ୟଙ୍କର ମୃତ୍ୟୁ ହୋଇଥିବା ନେଇ ଦାବି କରାଯାଇଥିଲା । ମାତ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି ଗୁଡ଼ିକୁ ଖାରଜ କରିବା ସହ ସମସ୍ତ ଆମେରିକା ସୈନ୍ୟ ସୁରକ୍ଷିତ ରହିଥିବା କହିଥିଲେ ।
First published: January 27, 2020, 2:38 PM IST