ପଞ୍ଜାବ ସୀମାରେ ୫ଜଣ ପାକିସ୍ତାନ ଅନୁପ୍ରବେଶକାରୀ BSF ଗୁଳିରେ ଟଳିଲେ

ଅନୁପ୍ରବେଶକାରୀମାନେ ତରନତାରନରେ(Tarn Taran) ଜିଲ୍ଲାର ଖେମକରାନ ସୀମା ଅଞ୍ଚଳ ଦେଇ ଭାରତୀୟ ପାର୍ଶ୍ୱକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ବିଏସଏଫର ଏକ ପାଟ୍ରୋଲିଂ ଦଳ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ।

BSF ଗୁଳିରେ ଟଳି ପଡ଼ିଥିବା ୫ଜଣ ପାକିସ୍ତାନ ଅନୁପ୍ରବେଶକାରୀ

BSF ଗୁଳିରେ ଟଳି ପଡ଼ିଥିବା ୫ଜଣ ପାକିସ୍ତାନ ଅନୁପ୍ରବେଶକାରୀ

  • Share this:
News18 Odia Digital
ନୂଆଦିଲ୍ଲୀ: ଆଜି ସକାଳେ ପଞ୍ଜାବକୁ ଲାଗିଥିବା ଭାରତ-ପାକିସ୍ଥାନ ସୀମାରେ ସୀମା ସୁରକ୍ଷା ବାହିନୀର(BSF) ଏନକାଉଣ୍ଟରରେ ପାଞ୍ଚ ଜଣ ପାକିସ୍ଥାନ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି।

ଅଧିକାରୀମାନେ କହିଛନ୍ତି ଯେ ଅନୁପ୍ରବେଶକାରୀମାନେ ତରନତାରନରେ ଜିଲ୍ଲାର ଖେମକରାନ ସୀମା ଅଞ୍ଚଳ ଦେଇ ଭାରତୀୟ ପାର୍ଶ୍ୱରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ସେମାନଙ୍କୁ ବିଏସଏଫ ପାଟ୍ରୋଲିଂ କରିବା ସମୟରେ ଦେଖିଥିଲେ ।

ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି, "ଯେତେବେଳେ ଅଟକା ଯିବାକୁ ଚେଷ୍ଟା କରାଯାଇଥିଲା ସେତବେଳେ ଅନୁପ୍ରବେଶକାରୀମାନେ ଗୁଳି ଚଳାଇ ଥିଲେ ଏହାପରେ ସୈନିକ ମାନେ ନିଜ ଆତ୍ମରକ୍ଷା ପାଇଁ ସେମାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳି ବିନିମୟରେ ପାଞ୍ଚ ଜଣ ଅନୁପ୍ରବେଶକାରୀଙ୍କର ମୃତ୍ୟୁ ଘଟିଥିଲା।"

"୧୦୩ ବିଏନ୍ ବିଏସ୍ଏଫ୍ ଆଲର୍ଟ ସୈନ୍ୟମାନେ ଅନ୍ତର୍ଜାତୀୟ ବୋର୍ଡ଼ରକୁ ଉଲ୍ଲଂଘନ କରୁଥିବା ଅନୁପ୍ରବେଶକାରୀଙ୍କ ସନ୍ଦେହଜନକ ଗତିବିଧି ଉପରେ ନଜର ରଖିଥିଲେ। ଯେତେବେଳେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରାଯାଇଥିଲା ସେତେବେଳେ ଅନୁପ୍ରବେଶକାରୀମାନେ BSF ସୈନିକ ମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ସୈନିକ ମାନେ ନିଜ ଆତ୍ମରକ୍ଷା ପାଇଁ ସେମାଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳସ୍ୱରୂପ 5ଜଣ ଅନୁପ୍ରବେଶକାରୀ ଗୁଳି ବିନିମୟରେ ନିହତ ହୋଇଥିଲେ । ଜୋରଦାର ଅନୁସନ୍ଧାନ କାର୍ଯ୍ୟ ଜାରି ରହିଛି । "ରାକ୍ଷୀ ବାହିନୀ ଏକ ଟୁଇଟ୍‌ରେ କହିଛନ୍ତି ।

ବିଏସ୍ଏଫ୍ ସୈନ୍ୟମାନେ ପ୍ରଥମେ ମଧ୍ୟରାତ୍ରିରେ ସୀମାରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଥିଲେ । ଏହା ପରେ ସେମାନେ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖି ତଦାରଖ ଆରମ୍ଭ କରିଥିଲେ ଏବଂ ଆଗରେ ଅନେକ ଆମ୍ବୁସ୍ ଆରମ୍ଭ କରିଥିଲେ । ସକାଳ ୪: ୪୫ ରେ ଆଇବି ସହ "ଯୋଗାଯୋଗ ସ୍ଥାପିତ ହୋଇଥିଲା" ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ଜଣେ ବିଏସ୍ଏଫ୍ ଅଧିକାରୀଙ୍କ ଉଦ୍ଧେଶ୍ୟରେ କହିଛନ୍ତି ।

ଅନୁପ୍ରବେଶକାରୀମାନେ ରାଇଫଲ ଧରି ଭାରତରେ ପଶିଯିବା ପାଇଁ “ସାର୍କଣ୍ଡା” କିମ୍ବା ଉଚ୍ଚ ଘାସର ସାହାଯ୍ୟ ନେଉଥିଲେ ବୋଲି ସେମାନେ କହିଛନ୍ତି ।

ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ପାକିସ୍ତାନ ସହିତ ୩,୩୦୦ କିଲୋମିଟର ଲମ୍ବା ସୀମାରେ ଘଟିଥିବା ଘଟଣାରେ ଏହା ସର୍ବାଧିକ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ହୋଇଛି ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ।

ପଞ୍ଜାବ, ଜାମ୍ମୁ, ରାଜସ୍ଥାନ ଓ ଗୁଜରାଟ ବ୍ୟତୀତ ପାକିସ୍ତାନ ସହିତ ୫୫୩ କିଲୋମିଟର ସୀମା ଜଡ଼ିତ ରହିଛି । ଯାହା ମିଳିତ ଭାବେ ଅନ୍ତର୍ଜାତୀୟ ସୀମାର ଅବଶିଷ୍ଟ ଅଂଶ ଗଠନ କରେ ।
Published by:Jagdish Barik
First published: