ଛତିଶଗଡ଼: ଘର ଭିତରୁ ଦୁଇ ଶିଶୁଙ୍କ ସମେତ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ମୃତ ଦେହ ମିଳିଲା

ପ୍ରାଥମିକ ତଦନ୍ତରୁ ଏହି ପାଞ୍ଚ ଜଣଙ୍କ ମୃତ୍ୟୁ ଆତ୍ମହତ୍ୟା ବା ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ତଥାପି ପାରିପାର୍ଶ୍ୱିକ ପ୍ରମାଣରୁ ଜଣାପଡ଼ୁଛି ଯେ କମଳେଶ ଦଉଡ଼ି ଲଗାଇ ଆତ୍ମହତ୍ୟା କରିବା ପୂର୍ବରୁ ଅନ୍ୟ ଚାରି ଜଣଙ୍କୁ ହତ୍ୟା କରିଥିଲେ ।

ଛତିଶଗଡ଼: ଘର ଭିତରୁ ଦୁଇ ଶିଶୁଙ୍କ ସମେତ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ମୃତ ଦେହ ମିଳିଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 17, 2020, 9:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ରାୟପୁର: ଛତିଶଗଡ଼ର ରାୟପୁର ଜିଲ୍ଲାର ଏକ ଗ୍ରାମରେ ଦୁଇ ଶିଶୁଙ୍କ ସମେତ ପରିବାରର ପାଞ୍ଚ ଜଣଙ୍କ ମୃତ ଦେହ ମିଳିଛି ବୋଲି ପୋଲିସ ପ୍ରକାଶ କରିଛି ।

କିଛି ସ୍ଥାନୀୟ ଲୋକଙ୍କ ଠାରୁ ମଙ୍ଗଳବାର ସକାଳେ ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ମୃତକମାନେ ହେଲେ କମଳେଶ ସାହୁ (୩୫), ତାଙ୍କ ମା’ ଲଲିତା ବାଇ (୬୦), ପତ୍ନୀ ପ୍ରମିଳା (୩୦), ଝିଅ କୀର୍ତ୍ତୀ (୧୦)) ଓ ପୁଅ ନରେନ୍ଦ୍ର (୬) । ପୋଲିସ ମୃତ ଦେହଗୁଡ଼ିକୁ ଜବତ କରିଥିଲା । କେନ୍ଦ୍ରି ଗ୍ରାମରେ ଏହି ଘଟଣା ଘଟିଛି ବୋଲି ରାୟପୁରର ବରିଷ୍ଠ ପୋଲିସ ଅଧୀକ୍ଷକ ଅଜୟ ଯାଦବ କହିଛନ୍ତି ।

ଏହା ବି ପଢ଼ନ୍ତୁ | ବିବାହିତା ଶିକ୍ଷୟତ୍ରୀ ୧୫ ବର୍ଷୀୟ ଛାତ୍ର ସହ ଶାରୀରିକ ସମ୍ପର୍କ ରଖିଲେ, କହିଲେ, ‘‘ମୁଁ ଗର୍ଭବତୀ ହେଲି’’

ପୋଲିସ ଅଧିକାରୀ ଜଣକ କହିଛନ୍ତି, "ପ୍ରାଥମିକ ତଦନ୍ତରୁ ଏହି ମୃତ୍ୟୁଗୁଡ଼ିକ ଆତ୍ମହତ୍ୟା ବା ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ତଥାପି ପାରିପାର୍ଶ୍ୱିକ ପ୍ରମାଣରୁ ଜଣାପଡ଼ୁଛି ଯେ କମଳେଶ ନିଜକୁ ଦଉଡ଼ି ଲଗାଇ ହତ୍ୟା କରିବା ପୂର୍ବରୁ ଅନ୍ୟ ଚାରି ଜଣଙ୍କୁ ହତ୍ୟା କରିଥିଲେ ।’’ ମୃତ ଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇ ପୋଲିସ ତଦନ୍ତ ଆରମ୍ବ କରିଛି ବୋଲି କହିଛନ୍ତି ଯାଦବ ।

ଘଟଣା ସ୍ଥଳକୁ ଏକ ଫୋରେନସିକ୍ ସାଇନ୍ସ ଟିମ୍ ମଧ୍ୟ ପଠାଯାଇଛି ଓ ପୋଷ୍ଟମର୍ଟମ ରିପୋର୍ଟ ପାଇବା ପରେ ଅଧିକ ବିବରଣୀ ଉପଲବ୍ଧ ହେବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।

ଏହା ବି ପଢ଼ନ୍ତୁ | ‘‘ପାକିସ୍ତାନ ଚୀନ୍ ସହ କେଉଁ ଦିନ ଭାରତ ଯୁଦ୍ଧ କରିବ ତାହା ମୋଦୀ ଠିକ୍ କରିସାରିଛନ୍ତି,’’ କହିଲେ UP BJP ଅଧ୍ୟକ୍ଷ

ଛତିଶଗଡ଼ ଗୃହ ମନ୍ତ୍ରୀ ତାମ୍ରଧ୍ୱଜ ସାହୁ ଏସ୍‌.ଏସ୍‌.ପି.ଙ୍କ ସହ ଫୋନ ଯୋଗେ କଥା ହୋଇ ଘଟଣାର କାରଣ ଜାଣିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ।



ଏହି ପରିବାର କୌଣସି ଆର୍ଥିକ ସଙ୍କଟ କିମ୍ବା ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବାର ପୋଲିସ ଜାଣିବାକୁ ଚେଷ୍ଟା କରୁଛି ବୋଲି ଅଧିକାରୀମାନେ କହିଛନ୍ତି ।
Published by: Anand Shankar Thankur Das
First published: November 17, 2020, 9:58 PM IST
corona virus btn
corona virus btn
Loading