ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’: ପ୍ରଥମଥର ପାଇଁ ଛାତ୍ରୀଛାତ୍ରମାନେ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିବେ

ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରୀଛାତ୍ରଙ୍କ ଉପରୁ ଚାପ ଦୂର କରିବାର ଟେକନିକ୍ ସମ୍ପର୍କରେ କହିବେ । ଏହି କାର୍ଯ୍ୟକ୍ରମ ପାଇଁ ଚୟନିତ ଛାତ୍ରୀଛାତ୍ରମାନେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରି ପାରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’: ପ୍ରଥମଥର ପାଇଁ ଛାତ୍ରୀଛାତ୍ରମାନେ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିବେ
ଦିଲ୍ଲୀର ତାଲକାଟୋରା ଷ୍ଟାଡିୟମରେ ହେବ ଏହି କାର୍ଯ୍ୟକ୍ରମ ।
  • News18 Odia
  • Last Updated: January 19, 2020, 10:46 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଏଥର ଛାତ୍ରୀଛାତ୍ରମାନେ ହିଁ ପୁରା ସତ୍ରକୁ ସଞ୍ଚାଳନ କରିବେ ଏବଂ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବେ ବୋଲି ଜଣାପଡ଼ିଛି । ‘ପରୀକ୍ଷା ପେ ଚର୍ଚ୍ଚା’ ର ତୃତୀୟ ସଂସ୍କରଣ ୨୦ ଜାନୁଆରୀର ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଛାତ୍ରମାନଙ୍କ ସହ ଚାପ ଦୂର କରିବା ସମ୍ବନ୍ଧରେ ଚର୍ଚ୍ଚା କରିବା ସହ କେତେକ ଗୁରୁତ୍ବପୂର୍ଣ୍ଣ ଟିପ୍ସ ମଧ୍ୟ ଦେବେ ଏହା ସହ ଛାତ୍ରୀଛାତ୍ରମାନେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ମଧ୍ୟ ପଚାରିପାରିବେ ।

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳାୟର ସଂଯୁକ୍ତ ସଚିବ ଆରସୀ ମୀଣା କହିଛନ୍ତି କି‘‘ ପରୀକ୍ଷା ପେ ଚର୍ଚ୍ଚାର ତୃତୀୟ ସଂସ୍କରଣ ଲାଗି ଏହି ବର୍ଷ କେବଳ ଛାତ୍ରୀଛାତ୍ରମାନେ ଏହାକୁ ସଞ୍ଚାଳନ କରିବା  ସହ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିପାରିବେ । ପୂର୍ବରୁ ଏହି କାର୍ଯ୍ୟକ୍ରମକୁ ପେଶାଦାର ଘୋଷକମାନେ ସଞ୍ଚାଳନ କରୁଥିଲେ । ୨୦ ଜାନୁଆରୀ ଦିନ ୧୧ଟାରେ ହେବାକୁ ଥିବା ଏହି ଏହି କାର୍ଯ୍ୟକ୍ରମକୁ ସାରା ଦେଶରେ ଦୂରଦର୍ଶନ ସହ ବିଭିନ୍ନ ଟିଭି ଚ୍ୟାନେଲ, ମାନବସମ୍ବଳ ବିକାଶ ମନ୍ତ୍ରଣାଳୟର ଫେସବୁକ୍ ଏବଂ ୟୁଟ୍ୟୁବ ଚ୍ୟାନେଲ ସହିତ ଇଣ୍ଡିଆ ରେଡିଓରେ ସିଧା ପ୍ରସାରଣ କରାଯିବ’’ ।

ଏହି କାର୍ଯ୍ୟକ୍ରମକୁ ଦେଶର ୯ରୁ ୧୨ ପର୍ଯ୍ୟନ୍ତ ବିଭିନ୍ନ ଶ୍ରେଣୀରୁ ୨୦୦୦ ଛାତ୍ରୀଛାତ୍ର ଭାଗନେବା ପାଇଁ ବଛାଯାଇଥିବାବେଳେ ସାରା ଦେଶରେ ୧୫ କୋଟିରୁ ଊର୍ଦ୍ଧ୍ବଛାତ୍ରୀଛାତ୍ର ଦେଖିବାର ସୁଯୋଗ ପାଇବେ । ସେହିପରି ସିବିଏସ୍ଇ ବୋର୍ଡ଼ରେ ପଢ଼ୁଥିବା ବିଦେଶୀ ଛାତ୍ରୀଛାତ୍ରମାନେ ମଧ୍ୟ ଏହାକୁ ଦେଖିବାର ସୁଯୋଗ ପାଇବେ । ଏହି କାର୍ଯ୍ୟକ୍ରମ ଏକ ଛାତ୍ରୀଛାତ୍ରଙ୍କ ଲାଗି ଏକ ଲାଭଦାୟକ କାର୍ଯ୍ୟକ୍ରମ ହୋଇଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ପ୍ରାରମ୍ଭ କରିଛନ୍ତି । ପରୀକ୍ଷା ସମୟରେ ଛାତ୍ରୀଛାତ୍ରଙ୍କ ଉପରୁ ଚାପ ଦୂର କରିବା ଏବଂ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି କରିବା ହିଁ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମୀଣା କହିଛନ୍ତି । ଛାତ୍ରୀଛାତ୍ରମାନେ ଏଥିରେ ଭାଗନେବା ପାଇଁ କେବଳ ଉତ୍ସାହିତ ଅଛନ୍ତି ତା ନୁହେଁ ସେମାନେ ପ୍ରଧାନମନ୍ତ୍ରୀଙ୍କ ବହୁମୂଲ୍ୟ ଉପଦେଶ ଶୁଣିବା ଲାଗି ମଧ୍ୟ ଆଗ୍ରହୀ ଅଛନ୍ତି ।
First published: January 19, 2020, 10:46 AM IST
corona virus btn
corona virus btn
Loading