ସୁଶାନ୍ତ ସିଂ ରାଜପୁତଙ୍କ ସ୍ମୃତିରେ ଦେଶରେ ନିର୍ମିତ ହେଲା ପ୍ରଥମ ମହମ ପ୍ରତିମୂର୍ତ୍ତି; ଏହା ଦେଖି ପ୍ରଶଂସକଙ୍କ ଆଖି ଭରିଗଲା

ପଶ୍ଚିମ ବଙ୍ଗର(West Bengal) ଆସାନସୋଲରେ (Asansol) ରହୁଥିବା ଶିଳ୍ପୀ ସୁକାନ୍ତୋ ରାୟ ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ଏକ ମହମ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ।

ସୁଶାନ୍ତ ସିଂ ରାଜପୁତଙ୍କ ସ୍ମୃତିରେ ଦେଶରେ ନିର୍ମିତ ହେଲା ପ୍ରଥମ ମହମ ପ୍ରତିମୂର୍ତ୍ତି; ଏହା ଦେଖି ପ୍ରଶଂସକଙ୍କ ଆଖି ଭରିଗଲା
ସୁଶାନ୍ତ ସିଂ ରାଜପୁତଙ୍କ ଏହି ମହମ ପ୍ରତିମୂର୍ତ୍ତିକୁ ଦେଖି ପ୍ରଶଂସକମାନେ ଭାବପ୍ରବଣ ହେଉଛନ୍ତି
  • News18 Odia
  • Last Updated: September 19, 2020, 5:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ୧୪ ଜୁନ୍ ଦିନ ଦୁନିଆରୁ ବିଦାୟ ନେଇଥିଲେ । ସେ କାହିଁକି ଓ କେଉଁ ପରିସ୍ଥିତିରେ ଦୁନିଆରୁ ଚାଲି ଗଲେ ତାହା ଜାଣିବା ପାଇଁ ଦେଶର ବଡ ଅନୁସନ୍ଧାନକାରୀ ସଂସ୍ଥା ଏହି ଘଟଣାର ଯାଞ୍ଚ କରୁଛନ୍ତି । କିନ୍ତୁ ସୁଶାନ୍ତ ପ୍ରଶଂସକମାନେ ଏହା ଜାଣିବାକୁ ବ୍ୟାକୁଳ ହେଉଛନ୍ତି ଯେ ସୁଶାନ୍ତ ନିଜେ ମୃତ୍ୟୁକୁ ଗ୍ରହଣ କରିଛନ୍ତି ନା ତାଙ୍କ ସହ କିଛି ଅଘଟଣ ଘଟିଛି । ଗୁରୁବାର ଦିନ ସୁଶାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ଆସିଥିଲା ​​ଯେତେବେଳେ ପଶ୍ଚିମବଙ୍ଗର ଆସାନସୋଲରେ ରହୁଥିବା ଶିଳ୍ପୀ ସୁକାନ୍ତୋ ରୟ ସୁଶାନ୍ତଙ୍କ ଏକ ମହମ ପ୍ରତିମୂର୍ତ୍ତି ତିଆରି କରି ଏହାକୁ ସର୍ବସାଧାରଣଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଏହା ଦେଖିବା ପରେ ସୁଶାନ୍ତଙ୍କ ପ୍ରଶଂସକଙ୍କ ଆଖି ପୁଣି ଥରେ ଭରିଗଲା ।

ବାସ୍ତବରେ ପଶ୍ଚିମବଙ୍ଗର ଆସାନସୋଲରେ ରହୁଥିବା ଶିଳ୍ପୀ ସୁକାନ୍ତୋ ରୟ ସୁଶାନ୍ତଙ୍କ ଏକ ମହମ ପ୍ରତିମୂର୍ତ୍ତି ତିଆରି କରିଛନ୍ତି । ଯିଏ ଏହାକୁ ଦେଖୁଛି ସୁଶାନ୍ତଙ୍କୁ ମନେ ପକାଇ ଭାବପ୍ରବଣ ହେଇଯାଉଛି । ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଏହି ପ୍ରତିମୂର୍ତ୍ତିର ଫଟୋ ଓ ଭିଡିଓ ଭାଇରାଲ ହୋଇଛି । ପ୍ରଶଂସକମାନେ ମନ୍ତବ୍ୟ ଦେଉଛନ୍ତି ଯେ ଏହା ସୁଶାନ୍ତଙ୍କ ପରି ବାସ୍ତବରେ ଦେଖାଯାଉଛି । ଲୋକମାନେ ଅନୁଭବ କରନ୍ତି ଯେ ସୁଶାନ୍ତ ଆମ ମଧ୍ୟକୁ ଫେରି ଆସିଛନ୍ତି ।










View this post on Instagram





Wax statue of #SushanSinghRajput at Asansol (West Bengal): Looks so real & alive. Brilliant 👍❤


A post shared by Viral Bhayani (@viralbhayani) on






ଏହା ସୁଶାନ୍ତଙ୍କ ପ୍ରଥମ ମହମ ପ୍ରତିମୂର୍ତ୍ତି । ଏହି ପ୍ରତିମୂର୍ତ୍ତିକୁ ୧୭ ସେପ୍ଟେମ୍ବରରେ ଉନ୍ମୋଚନ କରାଯାଇଥିଲା । କୁହାଯାଉଛି ଯେ ସୁଶାନ୍ତଙ୍କ ଏହି ପ୍ରତିମୂର୍ତ୍ତି ସଂଗ୍ରହାଳୟରେ ରଖାଯିବ । ଏହି ସଂଗ୍ରହାଳୟ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଖୋଲା ରହିବ ।

ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପ୍ରଶଂସକମାନେ ଦାବି କରିଥିଲେ ଯେ ଲଣ୍ଡନର ମ୍ୟାଡାମ ତୁସାଉଡ୍ ସଂଗ୍ରହାଳୟରେ ଅଭିନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ । ଏଥିପାଇଁ ପ୍ରଶଂସକମାନେ ଏକ ଅନଲାଇନ୍ ଆବେଦନ ଆରମ୍ଭ କରିଛନ୍ତି ଓ ସେମାନେ ଏହି ଆବେଦନପତ୍ରରେ ଦସ୍ତଖତ କରିବାକୁ ଅନ୍ୟମାନଙ୍କୁ ନିବେଦନ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆବେଦନ ଉପରେ ଲକ୍ଷ ଲକ୍ଷ ଲୋକ ଦସ୍ତଖତ କରିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ସୁଶାନ୍ତ ମାମଲାରେ ଡ୍ରଗ୍ ଆଙ୍ଗଲ୍ ଆସିବା ପରେ ମୁଖ୍ୟ ଅଭିଯୁକ୍ତ ତଥା ଅଭିନେତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀଙ୍କ ସମେତ ୧୮ ଜଣଙ୍କୁ NCB ଗିରଫ କରିଛି।
Published by: Jagdish Barik
First published: September 19, 2020, 5:54 PM IST
corona virus btn
corona virus btn
Loading