ମହାକାଶକୁ ଯିବାପାଇଁ ପ୍ରସ୍ତୁତ ଇସ୍ରୋର ହ୍ୟୁମାନାଇଡ ରବୋଟ ବ୍ୟୋମମିତ୍ର; ହେବ ପ୍ରଥମ ମନୁଷ୍ୟ ରହିତ ମହାକାଶ ଯାତ୍ରା

ଏହି ମହାକାଶ ରବୋଟକୁ ଇସ୍ରୋ ଆଇଆଇଏସସିର ବୈଜ୍ଞାନିକମାନଙ୍କ ସହ ମିଶି ବିକଶିତ କରିଛି । ଏହାକୁ ମନୁଷ୍ୟମାନେ କରିପାରୁନଥିବା କାମ ପାଇଁ କରାଯାଇଛି ।

ମହାକାଶକୁ ଯିବାପାଇଁ ପ୍ରସ୍ତୁତ ଇସ୍ରୋର ହ୍ୟୁମାନାଇଡ ରବୋଟ ବ୍ୟୋମମିତ୍ର; ହେବ ପ୍ରଥମ ମନୁଷ୍ୟ ରହିତ ମହାକାଶ ଯାତ୍ରା
ଇସ୍ରୋର ବ୍ୟୋମମିତ୍ର ହୁମାନାଇଡ ରବୋଟ
  • News18 Odia
  • Last Updated: January 23, 2020, 4:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ପୁଣି ଏକ ଇତିହାସ ରଚିବା ଲକ୍ଷ୍ୟରେ ମହାକାଶ ସମ୍ପର୍କରେ ଅଧିକ ଜାଣିବା ଲାଗି ଗଗନାୟନ ପ୍ରଜେକ୍ଟ ପ୍ରାରମ୍ଭ କରିଛି । ଏ ସମ୍ପର୍କରେ ଇସ୍ରୋର  ଅଧ୍ୟକ୍ଷ ଡ.କେ.ଶିବନ ଘୋଷଣା କରିବା ସହ ଦୁଇଟି ମାନବ ରହିତ ମିଶନ ପାଇଁ ଘୋଷଣା କରିଛନ୍ତି ।  ଏମାନଙ୍କୁ ମାନବ ଯୁକ୍ତ ମିଶନ ପୂର୍ବରୁ ମହାକାାକୁ ପଠାଇ ଅନେକ ପ୍ରକାର ପରୀକ୍ଷା ନୀରିକ୍ଷା କରାଯିବ । ଏହି ଦୁଇ ମାନବ ରହିତ ମିଶନ ସାଥିରେ ଅଧା ହୁମାନାଇଡ ଏବଂ କିଛି ସୁଖ୍ମ ଏବଂ ମାଇକ୍ରୋ ଗ୍ରାଭିଟି ଇଫେକ୍ଟସ ନେଇ କରି ଯିବେ ବୋଲି ଡ.ଶିବନ କହିଛନ୍ତି ।

ଇସ୍ରୋର ଏହି ତିନି ଦିବସୀୟ ଅନ୍ତରାଷ୍ଟ୍ରୀୟ ଆତ୍ମଚିନ୍ତନ କାର୍ଯ୍ୟକ୍ରମରେ ବୈଜ୍ଞାନିକ ଏବଂ ଅନ୍ତରୀକ୍ଷ ଯାତ୍ରୀଙ୍କ ପାଇଁ ପ୍ରଦ୍ୟୋଗିକ ଏବଂ ପରାମର୍ଶ ପାଇଁ ଆୟୋଜିତ ହୋଇଥାଏ । ଚଳିତ ଡିସେମ୍ବରରେ ପ୍ରଥମ ମାନବ ରହିତ ମିଶନ ପ୍ରାରମ୍ଭ ହେବାପରେ ଏହାର ୬ମାସ ପରେ ଜୁନ୍ ୨୦୨୧ରେ ଦ୍ବିତୀୟ ମାନବ ରହିତ ମିଶନ ପ୍ରାରମ୍ଭ ହେବ । ଏହି ଦୁଇଟି ମିଶନର ଉଦ୍ଦେଶ୍ୟ ୨୦୨୨ ସୁଦ୍ଧା ଏକ ମାନବ ଯୁକ୍ତ ମିଶକୁ ଠିକ୍ ଭାବେ ସଞ୍ଚାଳନ କରିବା ବୋଲି ଡ.ଶିବନ କହିଛନ୍ତି ।

ଏହା ପୂର୍ବରୁ ଡ.ଶିବନ କହିଥିଲେ ଯେ, ୨୦୨୨ ଅଗଷ୍ଟ ସୁଦ୍ଧା ଡେଡଲାଇନ ରଖାଯିବାର ଉଦ୍ଦେଶ୍ୟ ଭାରତର ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ହେଉଛି ଏବଂ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଚ୍ଛା ପ୍ରକାଶ କରିଥିଲେ । ‘‘ ଏହି କାମ ନିର୍ଦ୍ଦିଷ୍ଟ ସମୟ ଅବଧି ଭିତରେ କରିବା ବହୁତ ବଡ଼ କଥା । ମାତ୍ର ଏହି  ନିଷ୍ପତ୍ତି ଜାଣିଶୁଣି ନିଆଯାଇଛି କାରଣ ଇସ୍ରୋ ପୁନଃପ୍ରବେଶ ସିଷ୍ଟମ ତିଆରି କରିସାରିଛି । ରିକଭରି ସିଷ୍ଟମ ଏବଂ କ୍ରିୟୁ ଏସକେପ୍ ସିଷ୍ଟମ । ଗୋଟିଏ ମାତ୍ର ଅଙ୍ଗ ଏଥିରୁ ଦୁରେଇ ରଖାଯାଇଛି ଯାହା ହେଲା ମଣିଷର ଜୀବନ ସତ୍ତା । ଯାହାକୁ ବର୍ତ୍ତମାନ ଆମେ ନିର୍ମାଣ କରୁଛୁ’’ । ମହାକାଶରେ ସମସ୍ତ ଜିନିଷ ଖାଲି ଥିବାରୁ ମାଟିରେ କଣ ରହିବ ତାହା ଆମକୁ ନିର୍ମାଣ କରିବାକୁ ପଡ଼ିବ । ସେଠାରେ ଚାପ ସୃଷ୍ଟି କରିବା ଏବଂ ଏକ ଭାଲ୍ୟୁ ଅନୁସାରେ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ ।

ଇସ୍ରୋର ଜିଏସ୍ଏଲଭି ପ୍ରଟୋଟାଇପ ରକେଟ


ଇସ୍ରୋର ଗଗନାୟନ ମାନବ ମିଶନରେ ସାମିଲ ହେବାକୁଥିବା ଭାରତୀୟ ବାୟୁସେନାର ୪ଜଣ ପାଇଲଟଙ୍କୁ ଚଳିତ ବର୍ଷ ଶେଷ ସୁଦ୍ଧା ତାଲିମ ପାଇଁ ରୁଷିଆ ପଠାଯିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ବେଙ୍ଗାଲୁରରେ ଏକ ପୂର୍ଣ୍ଣ ଅନ୍ତରୀକ୍ଷ ଯାତ୍ରୀ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯିବ । ସେଠାରେ ଚାଳକ ଦଳଙ୍କୁ ଏକ କ୍ୟାପସୁଲର ପ୍ରୋଟଟାଇପ ସହ ଅନ୍ତରୀକ୍ଷର ଏକ ନକଲି ବାତାବରଣରେ ରଖାଯିବ ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବଡ଼ ଧରଣର ରିସର୍ଚ୍ଚ ଲାଗି ଭାରତୀୟ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ ଆଇଆଇଏସସି ତଥା ଡିଆରଡିଓ ସହିତ ମିଳିତ ଭାବେ କାର୍ଯ୍ୟ କରୁଛି । ଏଥିରେ ଅନେକ ଘରୋଇ ଏବଂ ଅନ୍ୟ ସଂସ୍ଥା ସହ ମିଶି କାର୍ଯ୍ୟ କରୁଛି ।

ଏହି ଆତ୍ମଚିନ୍ତନ ଶିବିରରେ ହ୍ୟୁମାନାଇଡ ରବୋଟ କହିଥିଲା ଯେ, ‘‘ମୁଁ ବ୍ୟୋମମିତ୍ର ଅଟେ ଏବଂ ଅର୍ଦ୍ଧ ମାନବୀୟ ରବୋଟର ନମୁନା ଭାବେ ମାନବ ରହିତ ଗଗନାୟନ ପାଇଁ ପ୍ରସ୍ତୁତ କରାଯାଇଛି । ମିଶନରେ ନିଜର ଭୂମିକା ନେଇ ମୁଁ ସମ୍ପୂର୍ଣ୍ଣ ଯାନର ଦେଖାରଖା କରିବା ସହିତ ସଚେତନ କରିବି ଏବଂ ଜୀବନ ରକ୍ଷକ ପ୍ରଣାଳୀ କାର୍ଯ୍ୟ ତଦାରଖ କରିବି । ମୁଁ ସୁଇଚ୍ ପ୍ୟାନେଲର ସଞ୍ଚାଳନ ସହିତ ବିଭିନ୍ନ କାର୍ଯ୍ୟ କରିପାରିବି । ଏହା ସହ ମହାକାଶ ଯାତ୍ରୀଙ୍କ ପାଇଁ ମହାକାଶରେ ସାଥୀ ହେବା ସହ ସେମାନଙ୍କ ସହ କଥା ହେବି । ମହାକାଶ ଯାତ୍ରୀଙ୍କୁ ଚିହ୍ନିପାରିବା ସହ ସେମାନଙ୍କ ପ୍ରଶ୍ନର ଜବାବ ମଧ୍ୟ ଦେବି ।

ବ୍ୟୋମମିତ୍ର ଅର୍ଦ୍ଧ ମାନବୀୟ ଅଟେ କାହିଁକି ନା ଏହାର ଗୋଡ଼ ନାହିଁ । ଚାଳକଦଳଙ୍କ କ୍ୟାପସୁଲ ଯେତିକି ବଡ଼ ଯେଉଁଥିରେ ଜଣେ ମହାକାଶଚାରୀ ରହିପାରିବେ । ଡ.ଶିବନ କହିଥିଲେ ଶୂନ୍ୟ ଗୁରୁତ୍ବାକର୍ଷଣ ସ୍ଥିତିରେ ଗୋଡ଼ ପ୍ରାସଙ୍ଗିକତା ରଖିନଥାଏ ଏବଂ ଗତିଶୀଳତାର ପରିକଳ୍ପନା କରାଯାଇନଥାଏ । ମାତ୍ର ଲଞ୍ଚ ହେବାପରେ ଏହା ସମାନ୍ୟ ସ୍ଥିତିକୁ ଆସିପାରେ ବୋଲି ଡ.ଶିବନ କହିଛନ୍ତି ।
First published: January 23, 2020, 4:11 PM IST