News18 Odia Digital
ଗୁଆହାଟୀ: ଟି-ଟ୍ବେଣ୍ଟିରୁ ବର୍ଷ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଗୁଆହାଟୀରେ ଶ୍ରୀଲଙ୍କା ବିପକ୍ଷରେ ଆଜି ପ୍ରଥମ ଟି-ଟ୍ବେଣ୍ଟି ମୁକାବିଲା । ଯାହାକି ବିରାଟ ବାହିନୀଙ୍କ ପାଇଁ ଏକ ନୂଆ ଆହ୍ବାନ ।
ତେବେ ମ୍ୟାଚରେ ସମସ୍ତଙ୍କ ନଜର ରହିବ ବୋଲର ଯଶପ୍ରୀତ୍ ବୁମ୍ରାଙ୍କ ଉପରେ । ଆଘାତ ଜନିତ କାରଣରୁ ୪ ମାସ ହେବ ଦଳରୁ ଦୂରେଇ ରହିଥିଲେ ବୁମ୍ରା । ବିସିସିଆଇ ତାଙ୍କୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାକୁ ରିହାତି ଦେଇଥିଲେ ମଧ୍ୟ ସଭାପତି ସୌରଭ ଗାଙ୍ଗୁଲିଙ୍କ ହସ୍ତକ୍ଷେପ ପରେ ସେ ସିଧାସଳଖ ଜାତୀୟ ଦଳକୁ ଫେରିଛନ୍ତି ।

କୋଚ୍ ରବି ଶାସ୍ତ୍ରୀଙ୍କ ସହ ଆଲୋଚନାରତ ବିରାଟ ଓ ସାଥୀ ଖେଳାଳି
୨୦୧୯ରେ ଭାରତ ୫୦ ଓଭରିଆ ମ୍ୟାଚ ଉପରେ ଅଧିକ ଧ୍ୟାନ ଦେଇଥିବା ବେଳେ ଚଳିତ ବର୍ଷ ଟି-ଟ୍ବେଣ୍ଟି ଉପରେ ଧ୍ୟାନ କେନ୍ଦ୍ରିଭୂତ କରିଛି । କାରଣ ଚଳିତ ବର୍ଷ ରହିଛି ଟି-ଟ୍ବେଣ୍ଟି ବିଶ୍ବକପ୍ । ଏହାକୁ ଦୃଷ୍ଟିରେ ରଖି ଭାରତ ଚଳିତ ବର୍ଷ ଅନୁନ୍ୟ ୧୫ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିବ ।
ଗୁଆହାଟୀରେ ଭାରତର ପ୍ରଦର୍ଶନ ସେତେଟା ଭଲ ନୁହେଁ । ଗୁଆହାଟୀର ବର୍ଷାପାରା ଷ୍ଟାଡିୟମରେ ପୂର୍ବରୁ ଗୋଟିଏ ମାତ୍ର ଟି-ଟ୍ବେଣ୍ଟି ମ୍ୟାଚ ଖେଳିଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଭାରତ ଅଷ୍ଟ୍ରେଲିଆଠାରୁ ୮ ୱିକେଟ୍ରେ ହାରିଥିଲା ।
ଅନ୍ୟପଟେ ଭାରତର ବ୍ୟାଟିଂ ସାଇଡ୍କୁ ଦେଖିବାକୁ ଗଲେ ଯୁବ ତାରକା ସାର୍ଦ୍ଦୁଲ ଠାକୁର ଓ ନବଦୀପ ସଇନ୍ଙ୍କ ଉପରେ ନଜର ରହିବ । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧାୱନଙ୍କ ପାଇଁ ମଧ୍ୟ ମ୍ୟାଚ ଗୁରୁତ୍ବ ବହନ କରୁଛି ।

ପଡ଼ିଆରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି
ଅନ୍ୟପଟେ ଲସିଥ୍ ମାଲିଙ୍ଗାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ସିଂହଳୀ ଦଳ । ଅନ୍ୟତମ ତାରକା ଖେଳାଳି ମାଥ୍ୟୁସ୍ ମଧ୍ୟ ଦଳକୁ ଫେରିଛନ୍ତି ।
ତେବେ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ବେଣ୍ଟିରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆ ଯାଇଥିବାରୁ ତାଙ୍କୁ ଅତିକ୍ରମ କରିବାର ବିରାଟଙ୍କ ପାଖରେ ସୁଯୋଗ ରହିଛି ।
Published by:Sibanava Panda
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।