‘ଗିନ୍ନି ୱେଡ୍ସ ସନ୍ନି’ ଫିଲ୍ମର ପ୍ରଥମ ଗୀତ ‘ଲୋଲ୍’ ରିଲିଜ୍ ହେଲା; ଦେଖନ୍ତୁ ୟାମି ଗୌତମଙ୍କ ଡ୍ୟାନ୍ସ

ସୋନି ମ୍ୟୁଜିକ୍ ଇଣ୍ଡିଆ ରିଲିଜ୍ କରିଥିବା ଏହି ଗୀତଟିର ଷ୍ଟାଇଲରୁ ଜଣାପଡ଼ୁଛି ଯେ ଏହା ଏକ ମଜାଳିଆ ଗୀତ ହେବ ଓ ଲୋକପ୍ରିୟ ହେବ। ସୌନ୍ଦର୍ଯ୍ୟ ପ୍ରଡକ୍ସନ୍ ବ୍ୟାନରରେ ଏହି ଫିଲ୍ମଟିକୁ ବିନୋଦ ବଚ୍ଚନ ବନେଇଛନ୍ତି ।

‘ଗିନ୍ନି ୱେଡ୍ସ ସନ୍ନି’ ଫିଲ୍ମର ପ୍ରଥମ ଗୀତ ‘ଲୋଲ୍’ ରିଲିଜ୍ ହେଲା; ଦେଖନ୍ତୁ ୟାମି ଗୌତମଙ୍କ ଡ୍ୟାନ୍ସ
ୟାମି ଗୌତମ
  • News18 Odia
  • Last Updated: September 20, 2020, 7:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ (Bollywood) ଅଭିନେତ୍ରୀ ୟାମି ଗୌତମ (Yami Gautam) ଓ ବିକ୍ରାନ୍ତ ମାସେଙ୍କ (Vikrant Massey) ଅଭିନୀତ ରୋମାଣ୍ଟିକ କମେଡି ‘ଗିନ୍ନି ୱେଡ୍ସ ସନ୍ନ’ର  (Ginny Weds Sunny) ପ୍ରଥମ ଗୀତ ‘ଲୋଲ’ (LOL) ରିଲିଜ ହୋଇଛି । ସୋନି ମ୍ୟୁଜିକ୍ ଇଣ୍ଡିଆ (Sony Music India) ଏହି ଗୀତ ରିଲିଜ୍ କରିଛି ।

ୟାମି ଗୌତମ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏହି ଗୀତକୁ ପାୟଲ ଦେବ୍‌ କମ୍ପୋଜ୍‌ କରିଛନ୍ତି ଓ ଦେବ୍‌ ନେଗିଙ୍କ ସହିତ ମିଶି ସ୍ୱରବଦ୍ଧ କରିଛନ୍ତି । ଏହି ମଜାଳିଆ ଗୀତ କୁଣାଲ ବର୍ମା ଲେଖିଛନ୍ତି ।



ଏହି ଗୀତର ଷ୍ଟାଇଲରୁ ଜଣାପଡ଼ୁଛି ଯେ ଏହା ଏକ ମଜାଳିଆ ଗୀତ ହେବ । ସୌନ୍ଦର୍ଯ୍ୟ ପ୍ରଡକ୍ସନ୍ ବ୍ୟାନରରେ ଏହି ଫିଲ୍ମଟିକୁ ବିନୋଦ ବଚ୍ଚନ ନିର୍ମାଣ କରିଛନ୍ତି ।



ଫିଲ୍ମ ‘ଗିନ୍ନି ୱେଡ୍ସ ସନ୍ନି’ରେ ଗିନ୍ନିଙ୍କ (ୟାମି ଗୌତମ) ସନ୍ନି (ବିକ୍ରାନ୍ତ ମାସେ) ବିବାହ କରିଛନ୍ତି । ଏହି ସମୟ ମଧ୍ୟରେ ପ୍ରେମ, ଜୀବନ, ​​ବିବାହ ଓ ସଙ୍ଗୀତ ମଧ୍ୟରେ ଅନେକ ବାଧା ଆସୁଛି ।



ଏହା ବି ପଢ଼ନ୍ତୁ | ସାମ୍ବାଦିକ ରାଜୀବ ଶର୍ମା ଚୀନକୁ ଦେଉଥିଲେ ଭାରତ ବିଷୟରେ ସମ୍ବେଦନଶୀଳ ସୂଚନା!

ଏହା ବି ପଢ଼ନ୍ତୁ | ବର୍ଷା-ଅନୁଭବ ବିବାଦ: ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର ଦାବି କରି ସୁପ୍ରିମ କୋର୍ଟ ଗଲେ ବର୍ଷା

ଏହି ଫିଲ୍ମଟି ପୁନୀତ ଖାନ୍ନାଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଛି । ଏହି ରୋମାଣ୍ଟିକ୍ କମେଡି ଫିଲ୍ମଟି ଅକ୍ଟୋବର ୯ ତାରିଖରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ।
Published by: Anand Shankar Thankur Das
First published: September 20, 2020, 7:30 PM IST
corona virus btn
corona virus btn
Loading