News 18 Odia Digital
ନୂଆ ଦିଲ୍ଲୀ : ଜୁଲାଇ ୩୦ରେ କେରଳରେ ମୃତ୍ୟୁବରଣ କରିଥିବା ୨୨ ବର୍ଷୀୟ ଯୁବକଙ୍କ ନମୁନା ସୋମବାର ମଙ୍କିପକ୍ସରେ ପଜିଟିଭ୍ ବାହାରିଛି। ଏହି ଯୁବକ ଜଣକ ୟୁଏଇରୁ ଫେରିଥିଲେ ସେଠାରେ ତାଙ୍କର ନମୁନା ମଧ୍ୟ ପଜିଟିଭ୍ ବାହାରିଥିଲା । ଜୁଲାଇ ୧୯ ତାରିଖରେ ୟୁଏଇରେ ତାଙ୍କର ନମୁନା ପରୀକ୍ଷା କରିଥିଲେ, ଜୁଲାଇ ୨୧ ରେ ଭାରତ ଫେରିଥିଲେ ଓ ଜୁଲାଇ ୨୭ ରେ ଥ୍ରିସୁରର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ମୃତକଙ୍କ ସମ୍ପର୍କୀୟଙ୍କ କହିବାନୁସାରେ, ଜୁଲାଇ ୩୦ରେ ସେମାନଙ୍କୁ ସୂଚନା ଦିଆଯାଇଥିଲା। ଆଉ ସେହି ଦିନ ତାଙ୍କର ମୃତ୍ୟୁ ହୋଇଥିଲା
କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଥିଲେ ଯେ ସ୍ୱାସ୍ଥ୍ୟ ବିଭାଗ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ପଛର କାରଣ ଯାଞ୍ଚ କରିବ।
ଯୁବକ ଜଣକ ଅନ୍ୟ କୌଣସି ଅସୁସ୍ଥତା କିମ୍ବା ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ନଥିଲେ ତେଣୁ ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଅନୁସନ୍ଧାନ କରୁଥିଲା ବୋଲି ସେ କହିଛନ୍ତି। ଜୁଲାଇ ୨୧ରେ ସେ ୟୁଏଇରୁ ପହଞ୍ଚିବା ପରେ କାହିଁକି ଡାକ୍ତରଖାନାରେ ଭର୍ତ୍ତି ହେବାରେ ବିଳମ୍ବ ହୋଇଥିଲା ତାହା ମଧ୍ୟ ସେମାନେ ତଦନ୍ତ ହେବ।
ମଙ୍କିପକ୍ସ ଭାଇରସ କରୋନା ପରି ଅତ୍ୟଧିକ ସଂକ୍ରମକ ନୁହେଁ, କିନ୍ତୁ ଏହା ବିସ୍ତାର ହୁଏ। ତୁଳନାତ୍ମକ ଭାବରେ, ଏହାର ମୃତ୍ୟୁ ହାର ମଧ୍ୟ କମ୍। ତେଣୁ ଅନ୍ୟ କୌଣସି ଅସୁସ୍ଥତା କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟା ନ ଥିବାରୁ ୨୨ ବର୍ଷ ବ୍ୟକ୍ତି କାହିଁକି ଏହି ମାମଲାରେ ମୃତ୍ୟୁବରଣ କରିଛନ୍ତି ତାହା ପରୀକ୍ଷା କରିବୁ ବୋଲି ମନ୍ତ୍ରୀ କହିଛନ୍ତି।
ଯେହେତୁ ମଙ୍କିପକ୍ସର ଏହି ପ୍ରକାର ବିସ୍ତାର ହୋଇଛି, ଏହାକୁ ରୋକିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି ମଧ୍ୟ ସେ କହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।