Monkeypox: ଦିଲ୍ଲୀରେ ଚିହ୍ନଟ ହେଲା ୪ର୍ଥ ମଙ୍କିପକ୍ସ ମାମଲା

ମଙ୍କିପକ୍ସର ପ୍ରଥମ ମାମଲା ଦିଲ୍ଲୀରେ ଚିହ୍ନଟ ହୋଇଛି । ଏହାକୁ ମିଶେଇ ଭାରତରେ ୪ଟି ମାମଲା ରିପୋର୍ଟ ହୋଇଛି।

(ପ୍ରତିକାତ୍ମକ ଛବି)

(ପ୍ରତିକାତ୍ମକ ଛବି)

  • Share this:
News 18 Odia Digital

ଦିଲ୍ଲୀ: ମଙ୍କିପକ୍ସର ପ୍ରଥମ ମାମଲା ଦିଲ୍ଲୀରେ ସାମ୍ନାକୁ ଆସିଛି। ଦିଲ୍ଲୀର ଜଣେ ୩୧ ବର୍ଷୀୟ ବାସିନ୍ଦା ସଂକ୍ରମିତ ହୋଇଥିବା ଜଣାପଡିଛି। ତାଙ୍କୁ ବର୍ତ୍ତମାନ ଦିଲ୍ଲୀର ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ଦିନ ପୂର୍ବେ ତାଙ୍କ ଶରୀରରେ ଜ୍ୱର ଓ ଦାଗ ଆସିଥିଲା, ଯାହା ପରେ ପରୀକ୍ଷା ପରେ ଜଣା ପଡିଥିଲା ଯେ ସଂକ୍ରମିତ । ସରକାରୀ ସୂତ୍ରରୁ ପ୍ରକାଶ ଯେ ସଂକ୍ରମିତ ବ୍ୟକ୍ତି ଅତୀତରେ ହିମାଚଳ ପ୍ରଦେଶରୁ ଫେରିଛନ୍ତି। ତେବେ ତାଙ୍କର ବିଦେଶ ଭ୍ରମଣର କୌଣସି ବି ତଥ୍ୟ ପ୍ରକାଶ କରାଯାଇ ନାହିଁ। ଏପର୍ଯ୍ୟନ୍ତ ଭାରତରେ ମଙ୍କିପକ୍ସର ଚାରିଟି ମାମଲା ଚିହ୍ନଟ ହୋଇଛି, ସେଥିମଧ୍ୟରୁ ତିନୋଟି କେରଳର। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ୭୦ ରୁ ଅଧିକ ଦେଶରେ ମଙ୍କିପକ୍ସର ବିସ୍ତାର ଏକ ବିଶ୍ୱ ଜରୁରୀକାଳୀନ ପରିସ୍ଥିତି ।

ସୂଚନାନୁସାରେ, ତାଙ୍କ ନମୁନାକୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ପୁଣେକୁ ପଠାଯାଇଥିଲା ଯାହା ସକରାତ୍ମକ ବୋଲି ଜଣାପଡିଛି। WHO (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) ରିପୋର୍ଟରେ ଦର୍ଶାଯାଇଛି ଯେ ୧ ଜାନୁୟାରୀ ୨୦୨୨ ରୁ ୨୨ ଜୁନ୍ ୨୦୨୨ ପର୍ଯ୍ୟନ୍ତ ସମୁଦାୟ ୩୪୧୩ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି ଓ ୫୦ ଟି ଦେଶରେ ଏହି ମାମଲା ଚିହ୍ନଟ କରାଯାଇଛି। ମଙ୍କିପକ୍ସରୁ ଗୋଟିଏ ମୃତ୍ୟୁ ହୋଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜଣାଯାଇଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ଅଧିକାଂଶ ୟୁରୋପୀୟ ଅଞ୍ଚଳ (୮୬%) ଏବଂ ଆମେରିକା (୧୧%) ବୋଲି ଦର୍ଶାଯାଇଛି।
Published by:Sujit Swain
First published: