ପାକିସ୍ତାନରେ ପଦଯାତ୍ରାରେ ପୂର୍ବତନ ପିଏମ ଇମ୍ରାନଙ୍କ ଉପରକୁ ଗୁଳିମାଡ଼; ୪ ଆହତ

ପାକିସ୍ତାନରେ ପଦଯାତ୍ରା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରକୁ ଗୁଳିମାଡ଼ । ତେବେ ଇମ୍ରାନ ଖାନ ଏତେ ବଡ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ।

ପାକିସ୍ତାନରେ ପଦଯାତ୍ରାରେ ପୂର୍ବତନ ପିଏମ ଇମ୍ରାନଙ୍କ ଉପରକୁ ଗୁଳିମାଡ଼; ୪ ଆହତ

ପାକିସ୍ତାନରେ ପଦଯାତ୍ରାରେ ପୂର୍ବତନ ପିଏମ ଇମ୍ରାନଙ୍କ ଉପରକୁ ଗୁଳିମାଡ଼; ୪ ଆହତ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ଇସଲାମାବାଦ: ପାକିସ୍ତାନରେ ପଦଯାତ୍ରା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରକୁ ଗୁଳିମାଡ଼ । ଡନ୍ ନ୍ୟୁଜ୍ ଟିଭି ଗୁରୁବାର ରିପୋର୍ଟ କରିଛି ଯେ ଅଜଣା ଆକ୍ରମଣକାରୀମାନେ ୱାଜିରାବାଦର ଆଲ୍ଲା ହୋ ଚୌକ୍ ନିକଟରେ ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ଉପରକୁ ଗୁଳି ଚଳାଇଥିଲେ । ତେବେ ଇମ୍ରାନ ଖାନ ଏତେ ବଡ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ।



ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଗୁଳି ବିନିମୟରେ ଇମ୍ରାନଙ୍କ ସମେତ ଅତି କମରେ ୪ ଜଣ ଆହତ ହୋଇଛନ୍ତି । ଗୁରୁବାର ଦିନ ଡନ୍ ନ୍ୟୁଜ୍ ଟିଭି ରିପୋର୍ଟ କରିଛି ଯେ ୱାଜିରାବାଦର ଆଲ୍ଲା ହୋ ଚୌକ୍ ନିକଟରେ ଅଜ୍ଞାତ ଆକ୍ରମଣକାରୀମାନେ ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନଙ୍କ କଣ୍ଟେନର ଉପରକୁ ଗୁଳି ଚଳାଇଥିଲେ । ଇମ୍ରାନ ଖାନ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ସେ ଆହତ ହୋଇଛନ୍ତି। ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଇମ୍ରାନ ଖାନ ମଧ୍ୟ ଆହତ ହୋଇଛନ୍ତି । ତାଙ୍କ ଡାହାଣ ଗୋଡରେ ବ୍ୟାଣ୍ଡେଜ୍ ହୋଇଥିବା ଦେଖାଯାଉଛି ।

ତେହେରିକ୍-ଇ-ଇନସାଫ୍ (ପିଟିଆଇ) ବିରୋଧ ପଦଯାତ୍ରାର ଆଜି ସପ୍ତମ ଦିନ ଥିଲା । ଇମ୍ରାନ ଖାନ ଲାହୋରରୁ ଇସଲାମାବାଦ ଅଭିମୁଖେ ଯାତ୍ରା କରୁଥିଲେ । ଏହି ପଦଯାତ୍ରା ସମୟରେ ସେ ଯେଉଁ କଣ୍ଟେନର ଉପରେ ଥିଲେ ସେଠାରେ ଗୁଳି ବିନିମୟ ହୋଇଥିଲା । ଏହି ଆକ୍ରମଣ ପରେ ଇମ୍ରାନ ଖାନଙ୍କୁ ସେଠାରୁ ବାହାର କରାଯାଇ କାରରେ ବସିବାକୁ ଦିଆଯାଇଥିଲା । ଆକ୍ରମଣକାରୀଙ୍କୁ ଧରାଯାଇଛି କିନ୍ତୁ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି।
Published by:Soubhagya Mishra
First published: