ଦିଲ୍ଲୀରେ ବାଣ ଫୁଟାଇବା ଓ ଅନଲାଇନ ବିକ୍ରି ଉପରେ ଲାଗିଲା ରୋକ

ଏଥର ଦୀପାବଳିରେ ମଧ୍ୟ ଦିଲ୍ଲୀରେ ବାଣ ଫୁଟାଯିବ ନାହିଁ। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ଦିଲ୍ଲୀରେ ବାଣ ଫୁଟାଇବା ମନା (ପ୍ରତୀକାତ୍ମକ ଛବି)

ଦିଲ୍ଲୀରେ ବାଣ ଫୁଟାଇବା ମନା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News 18 Odia Digital

ନୂଆ ଦିଲ୍ଲୀ : ଏଥର ଦୀପାବଳିରେ ମଧ୍ୟ ଦିଲ୍ଲୀରେ ବାଣ ଫୁଟାଯିବ ନାହିଁ। ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ବାଣ ବିକ୍ରି ତଥା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ପ୍ରତିବନ୍ଧକକୁ ୨୩ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ଦିଲ୍ଲୀରେ ଅନଲାଇନ୍ ବିକ୍ରି ଉପରେ ମଧ୍ୟ ନିଷେଧାଦେଶ ଜାରି ହୋଇଛି। ଅର୍ଥାତ୍ ଡେଲିଭରି ଦ୍ୱାରା ମଧ୍ୟ ବାଣ ଅର୍ଡର ହୋଇପାରିବ ନାହିଁ। ପ୍ରଦୂଷଣ କାରଣରୁ ଏହି ପ୍ରତିବନ୍ଧକ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଦିଲ୍ଲୀ ସରକାରୀ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ସେ ଏହାକୁ ଲୋକଙ୍କ ଜୀବନ ବଞ୍ଚାଇବାକୁ ଏକ ପ୍ରୟାସ ବୋଲି କହିଛନ୍ତି।

ଏହାକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ ଓ ଦିଲ୍ଲୀ ପୋଲିସର ସହଯୋଗ ନିଆଯିବ ବୋଲି ଗାପୋଲ ରାୟ କହିଛନ୍ତି। ଏଥର ଅଫଲାଇନ ସହିତ ଫାୟାରକ୍ରାକର ଅଫଲାଇନ୍ ବିକ୍ରି ଉପରେ ମଧ୍ୟ ନିଷେଧାଦେଶ ଦିଆଯାଇଛି। ଦିଲ୍ଲୀରେ ଅନଲାଇନ୍ ବିକ୍ରୟ ଓ ଫାୟାର ଫ୍ରାକର ବିତରଣ ଉପରେ ମଧ୍ୟ ନିଷେଧାଦେଶ ଲାଗିବ।
Published by:Sujit Swain
First published: