Video: ‘କୁମକୁମ୍ ଭାଗ୍ୟ’ର ସୁଟିଂ ସେଟରେ ନିଆଁ ଲାଗିଲା; ଅଳ୍ପକେ ରକ୍ଷା ପାଇଲେ ସବିର୍ ଓ ଶୃତି ଝା

ଟିଭି ସିରିଏଲ୍ 'କୁମ୍ କୁମ୍ ଭାଗ୍ୟ'ର ସୁଟିଂ ସେଟରେ ହଠାତ ନିଆଁ ଲାଗିଯାଇଥିଲା । ସେହି ସମୟରେ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଶୃତି ଝା ଓ ସବିର ଆହ୍ଲୁୱାଲିଆଙ୍କ ସହ ଅନେକ କଳାକାର ଉପସ୍ଥିତ ଥିଲେ ।

Video:  ‘କୁମକୁମ୍ ଭାଗ୍ୟ’ର ସୁଟିଂ ସେଟରେ ନିଆଁ ଲାଗିଲା; ଅଳ୍ପକେ ରକ୍ଷା ପାଇଲେ ସବିର୍ ଓ ଶୃତି ଝା
ଟିଭି ସିରିଏଲ୍ 'କୁମ୍ କୁମ୍ ଭାଗ୍ୟ'ର ଏକ ଦୃଶ୍ୟ
  • News18 Odia
  • Last Updated: July 19, 2020, 12:16 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଟିଭି ସିରିଏଲ ‘କୁମ୍ କୁମ୍ ଭାଗ୍ୟ’ର (Kumkum Bhagya) ସୁଟିଂ ସେଟରେ ଶନିବାର ଦିନ ଏକ ବଡ଼ ଦୁର୍ଘଟଣା ଘଟିଛି । ସୁଟିଂ ଚାଲିଥିବା ସମୟରେ ସେଟରେ ନିଆଁ ଲାଗିଯାଇଥିଲା । ସେଠାରେ ଉପସ୍ଥିତ ସିରିଏଲର ପୂରା ଟିମ୍ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଯାଇଥିଲା ।

ମୁମ୍ବାଇ ସାକିନାକାର କିଲିକ୍ ନିକ୍ସନ୍ ଷ୍ଟୁଡିଓରେ (Killick Nixon Studio) 'କୁମ୍ କୁମ୍ ଭାଗ୍ୟ’ର (Kumkum Bhagya) ସୁଟିଂ ଚାଲିଥିଲା । ଏହି ସମୟରେ ହଠାତ ନିଆଁ ଲାଗିଯାଇଥିଲା । ସେହି ସମୟରେ ଶୋ’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଶୃତି ଝା (Sriti Jha) ଓ ସବିର ଆହ୍ଲୁୱାଲିଆଙ୍କ (Shabir Ahluwalia) ସହ ଅନ୍ୟ ତାରକାମାନେ ସେଟରେ ଉପସ୍ଥିତ ଥିଲେ, କିନ୍ତୁ ସମସ୍ତେ  ଅଳ୍ପକେ ବଞ୍ଚି ଯାଇଥିଲେ । ଏକ ବଡ଼ ଦୁର୍ଘଟଣା ହେଉଁ ହେଉଁ ଅଟକିଗଲା।








View this post on Instagram





2020 leave us alone now 🙀. A fire took place today on the sets of #KumkumBhagya . Everyone was safe including your favourite #shabirahluwalia and #sritijha . Good grief


A post shared by Viral Bhayani (@viralbhayani) on






କୁହାଯାଉଛି ଯେ ଯେତେବେଳେ ଏହି ଦୁର୍ଘଟଣା ଘଟିଲା ​​ସେତେବେଳେ ସୁଟିଂ ଚାଲିଥିଲା ଓ ସେଇଥି ପାଇଁ ସେଟରେ ଅନେକ ଲୋକ ଉପସ୍ଥିତ ଥିଲେ । ସିରିଏଲର ସେଟରେ ନିଆଁ ଲାଗିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେଟରେ ଲୋକଙ୍କ ଦୌଡ଼ାଦୌଡ଼ି କରିବା ଦେଖିବାକୁ ମିଳୁଛି । ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭୟାନୀ ମଧ୍ୟ ଏହାର ଏକ ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେଥିରେ ସେଟ୍ ଉପରେ ନିଆଁ ଦ୍ରୁତ ଗତିରେ ବଢ଼ୁଥିବାର ଦେଖାଯାଉଛି । ଯଦିଓ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇ ନ ଥିଲା, ଶୋ’ର ସଦସ୍ୟମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

ଏହା ବି ପଢ଼ନ୍ତୁ: ‘କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଗୋମୂତ୍ର ପିଅନ୍ତୁ’: ପଶ୍ଚିମ ବଙ୍ଗ BJP ସଭାପତି ଦିଲୀପ ଘୋଷ

ଏହା ବି ପଢ଼ନ୍ତୁ: ହସପିଟାଲରେ କରୋନା ସଂକ୍ରମିତ ଐଶ୍ୱର୍ଯ୍ୟା ରାୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି; ସାଙ୍ଗରେ ଝିଅ ବି ଅଛି

ସେଟରେ ନିଆଁ ଲାଗିବା ମାତ୍ରେ ଶୋ’ର ସବୁ କଳାକାର ଓ କୃ ସଦସ୍ୟଙ୍କୁ ଠିକ୍ ସମୟରେ ବାହାରକୁ କାଢ଼ି ନିଆଯାଇଥିଲା ଓ ସମସ୍ତଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ସେଟରେ ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି କୁହାଯାଉଛି । ଏହି  ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା ।
Published by: Anand Shankar Thankur Das
First published: July 19, 2020, 12:16 AM IST
corona virus btn
corona virus btn
Loading