ଦିଲ୍ଲୀ ଜାମିଆ ନଗର ମେଟ୍ରୋ ପାର୍କିଂରେ ଅଗ୍ନିକାଣ୍ଡ; ଜଳି ଗଲା ୯୦ରୁ ଅଧିକ ଗାଡ଼ି

ରାଜଧାନୀ ଦିଲ୍ଲୀର ଜାମିଆ ନଗର ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଭୀଷଣ ଅଗ୍ନିକାଣ୍ଡ ଘଟି ଶତାଧିକ ଇ-ରିକ୍ସା ଏବଂ ଅନ୍ୟାନ୍ୟ ଗାଡ଼ି ପୋଡ଼ିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୧୧ଟି ଗାଡି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି।

ଦିଲ୍ଲୀରେ ଅଗ୍ନିକାଣ୍ଡ ( ଫଟୋ ,ସୌଜନ୍ଯ: ଜୀ ନ୍ଯୁଜ )

ଦିଲ୍ଲୀରେ ଅଗ୍ନିକାଣ୍ଡ ( ଫଟୋ ,ସୌଜନ୍ଯ: ଜୀ ନ୍ଯୁଜ )

  • Share this:
News18 Odia Digital

ରାଜଧାନୀ ଦିଲ୍ଲୀର ଜାମିଆ ନଗର ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜାମିଆ ନାଗରର ଟିକୋନା ପାର୍କ ଅଞ୍ଚଳରେ ମେଟ୍ରୋ ପାର୍କିଂରେ ନିଆଁ ଲାଗିଯାଇଥିଲା। ଭୀଷଣ ଅଗ୍ନିକାଣ୍ଡ ଘଟି ଶତାଧିକ ଇ-ରିକ୍ସା ଏବଂ ଅନ୍ୟାନ୍ୟ ଗାଡ଼ି ପୋଡ଼ିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୧୧ଟି ଗାଡି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି।

ଏହି ଅଗ୍ନିକାଣ୍ଡ ସକାଳ ପ୍ରାୟ ୫ ଟାରୁ ଆରମ୍ଭ ହୋଇଥିଲା ବୋଲି ଦିଲ୍ଲୀ ଅଗ୍ନିଶମ ବିଭାଗ ପକ୍ଷରୁ ଜଣାପଡ଼ିଛି। ଏହି ଅଗ୍ନିକାଣ୍ଡରେ ୧୦ ଟି କାର, ୧ ଟି ମୋଟରସାଇକେଲ, ୨ଟି ସ୍କୁଟି, ୩୦ଟି ନୂଆ ଇ-ରିକ୍ସା, ୫୦ ଟି ପୁରୁଣା ଇ-ରିକ୍ସା ପାଉଁଶ ହୋଇଯାଇଛି।

ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀର ଉତ୍ତର ବ୍ଲକରେ ନିଆଁ ଲାଗିଯାଇଥିଲା।  ଗୃହ ମନ୍ତ୍ରଣାଳୟର ଟେଲିଫୋନ୍ ବିନିମୟରେ ଏହି ଅଗ୍ନିକାଣ୍ଡ ଆରମ୍ଭ ହୋଇଛି। ଗୃହ ମନ୍ତ୍ରଣାଳୟର କାର୍ଯ୍ୟାଳୟର ପ୍ରଥମ ମହଲାରେ ପ୍ରାୟ ୧୨:୧୮ ରେ ନିଆଁ ଲାଗିଯାଇଥିଲା।  ଅଧ ଘଣ୍ଟା ଉଦ୍ୟମ ପରେ ଅଗ୍ନିଶମ ବାହିନୀ ଦଳ ଦ୍ୱାରା ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନିଆଯାଇଥିଲା।
Published by:Soumya Das
First published: