ମହିଳାଙ୍କୁ ହତ୍ୟା ଓ ବଳତ୍କାର ଧମକ ଅଭିଯୋଗରେ ସଞ୍ଚୟ ରାଉତଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ ପୋଲିସ ରବିବାର ଦିନ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ମାମଲା ରୁଜୁ କରିଛି। ଜଣେ ମହିଳାଙ୍କ ପ୍ରତି ଅପମାନ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି।

ସଞ୍ଜୟ ରାଉତ (ଫଚୋ ସୌଜନ୍ଯ: ଏନଡ଼ି ଟିଭି)

ସଞ୍ଜୟ ରାଉତ (ଫଚୋ ସୌଜନ୍ଯ: ଏନଡ଼ି ଟିଭି)

  • Share this:
News18 Odia Digital

ମୁମ୍ବାଇ ପୋଲିସ ରବିବାର ଦିନ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ମାମଲା ରୁଜୁ କରିଛି। ଜଣେ ମହିଳାଙ୍କ ପ୍ରତି ଅପମାନ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। ରବିବାର ରାତିରେ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସାକ୍ଷୀ ସ୍ୱପ୍ନା ପାଟକର ନାମକ ଜଣେ ଭାକୋଲା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ମହିଳା ଜଣଙ୍କ ତାଙ୍କୁ ବଳାତ୍କାର ଓ ହତ୍ୟା ଧମକ ମିଳିଛି ବୋଲି ସେ କହିଛନ୍ତି। ଏହି ଚିଠି ଖବରକାଗଜ ଭିତରେ ତାଙ୍କୁ ୧୫ ଜୁଲାଇରେ ମିଳିଥିଲା।।

ଅଧିକାରୀଙ୍କ କହିବାନୁସାରେ, ପାଟକର ରବିବାର ପୋଲିସ ନିକଟରେ ତାଙ୍କ ବିବୃତ୍ତି ରେକର୍ଡ କରିଛନ୍ତି, ଯାହା ପରେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ଜମି ଦୁର୍ନୀତି ମାମଲାରେ ୬ ଘଣ୍ଟାରୁ ଅଧିକ ପଚରାଉଚରା ପରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମଧ୍ୟରାତ୍ରିରେ ଗିରଫ କରାଯାଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁସାରେ ଅଧିକାରୀମାନେ କହିଛନ୍ତି ଯେ ସେ ତଦନ୍ତରେ ସହଯୋଗ କରିବାକୁ ମନା କରି ଦେଇଛନ୍ତି। ଏହା ପରେ ତାଙ୍କୁ ଗିରଫ କରାଯାଇଛି।

ରବିବାର ଦିନ ପ୍ରାୟ ୭ଟା ସମୟରେ ଇଡି ଅଧିକାରୀମାନେ ଶିବସେନା ନେତା ସଞ୍ଜୟ ରାଉତଙ୍କ ବାସଭବନରେ ପହଞ୍ଚିଥିଲେ। ପାତ୍ର ଚାଲ୍ ଜମି ସ୍କାମ ମାମଲାରେ ରାଉତଙ୍କୁ ପଚରାଉଚରା କରାଯାଇଥିଲା। ଅନୁସନ୍ଧାନକାରୀ ସଂସ୍ଥାର ଟିମ୍ ସହିତ CRPF ଅଧିକାରୀମାନେ ମଧ୍ୟ ଥିଲେ।  ଶିବସେନାର ରାଜ୍ୟସଭା ସଦସ୍ୟ ରାଉତଙ୍କୁ ମୁମ୍ବାଇର ଏକ ସ୍ୱତନ୍ତ୍ର PMLA କୋର୍ଟରେ ହାଜର କରାଯିବ ଯେଉଁଠାରେ ଇଡି ତାଙ୍କ ହେପାଜତ ମାଗିବ।
Published by:Soumya Das
First published: